ଟିଭି, ଆପ୍ଲାଏନ୍ସ ଦର ବଢ଼ିବ

ନୂଆଦିଲ୍ଲୀ: ଏଲ୍‌ଇଡି ଟିଭି ସମେତ ରେଫ୍ରିଜରେଟର, ଓ୍ବାଶିଂମେଶିନ ଭଳି ଆପ୍ଲାଏନ୍ସ ଦର ପ୍ରାୟ ୧୦% ବୃଦ୍ଧି ହେବାକୁ ଯାଉଛି। ତମ୍ବା, ଆଲୁମିନିୟମ ଏବଂ ଇସ୍ପାତ ଦର ବଢ଼ିବା ଯୋଗୁ ଦରରେ ଏଭଳି ବୃଦ୍ଧି ଘଟିବ ବୋଲି କୁହାଯାଉଛି। ସେହିଭଳି ସାମୁଦ୍ରିକ ଏବଂ ଆକାଶ ପଥରେ ମାଲ ଭଡ଼ାରେ ବୃଦ୍ଧି ଯୋଗୁ ଦରରେ ଏଭଳି ପରିବର୍ତ୍ତନ ଘଟିବ ବୋଲି ଆକଳନ କରାଯାଇଛି। ଟିଭି ପ୍ୟାନେଲ ଦରରେ ଏବେ ପ୍ରାୟ ୨ ଗୁଣ ବୃଦ୍ଧି ପାଇଛି। ଗ୍ଲୋବାଲ ଭେଣ୍ଡରଙ୍କଠାରୁ ଯୋଗାଣ ସମସ୍ୟା ଯୋଗୁ ଏଭଳି ହୋଇଛି। ସେହିଭଳି ଅଶୋଧିତ ତେଲ ଦର ବଢିବା ଯୋଗୁ ପ୍ଲାଷ୍ଟିକ ମୂଲ୍ୟ ମଧ୍ୟ ବଢିଛି।
ଏଲ୍‌ଜି, ପାନାସୋନିକ ଏବଂ ଥମ୍ପଶନ ଭଳି କମ୍ପାନୀ ଜାନୁୟାରୀରୁ ମୂଲ୍ୟ ବଢ଼ାଇବେ ବୋଲି ଜଣାପଡିଛି। ଏଭଳି ସ୍ଥିତିରେ ସୋନି ଦର ବଢାଇବା ଉପରେ ବର୍ତ୍ତମାନ ବଜାର ସ୍ଥିତିକୁ ନଜରରେ ରଖିଛି। ଇନ୍‌ପୁଟ ମୂଲ୍ୟ ଦର ବଢିବା ଯୋଗୁ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଡକ୍ଟ ମୂଲ୍ୟ ପ୍ରାୟ ୧୦ରୁ ୧୧% ବଢିବ ବୋଲି ପାନାସୋନିକ ଇଣ୍ଡିଆର ସଭାପତି ମନୀଷ ଶର୍ମା କହିଛନ୍ତି। ପହିଲାରୁ ଦର ପ୍ରାୟ ୭ରୁ୮% ବଢାଇବା ନେଇ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଯୋଜନା ରଖିଛି। କମ୍ପାନୀର ହୋମ୍‌ ଆପ୍ଲାଏନ୍ସ ବିଭାଗ ଉପସଭାପତି ବିଜୟ ବାବୁ କହିଛନ୍ତି, ଟିଭି, ଓ୍ବାଶିଂମେଶିନ ଏବଂ ରେଫ୍ରିଜରେଟର ବର୍ଗରେ ମୂଲ୍ୟ ବୃଦ୍ଧି ହେବ। କଞ୍ଚାମାଲ ମୂଲ୍ୟ ବଢିବା ଯୋଗୁ ଏଭଳି ନିଷ୍ପତ୍ତି କମ୍ପାନୀ ଗ୍ରହଣ କରିଛି।
ସୋନି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁନୀଲ ନାୟାର କହିଛନ୍ତି, ବଜାର ସ୍ଥିତିକୁ ଧ୍ୟାନରେ ରଖି ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯିବ। ଯୋଗାଣ ବ୍ୟବସ୍ଥା ଉପରେ ବର୍ତ୍ତମାନ ନଜର ରଖାଯାଇଛି। ଅନ୍ୟ କମ୍ପାନୀଗୁଡିକ ମଧ୍ୟ ବଜାରର ସ୍ଥିତିକୁ ନଜରରେ ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri