ଶେଷରେ ସାମ୍ନାକୁ ଆସିଲା ଅର୍ପିତାଙ୍କ ସାଂଘାତିକ କଥା! ହ୍ୟୁମାନଙ୍କ ମୃତ୍ୟୁକୁ ନେଇ କହିଲେ…

ଭୁବନେଶ୍ୱର,୨୫।୧୧: ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସାରା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। AIIMS ଭୁବନେଶ୍ୱରରେ ୭୨ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ହ୍ୟୁମାନ ସାଗରଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଅଶାନ୍ତ ଥିଲା। ଏହି ସମୟରେ ଟୁଟୁ ନାୟକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୃତ୍ୟୁ ପାଇଁ ହ୍ୟୁମାନଙ୍କ ପ୍ରୋଗ୍ରାମିଂ ଟିମ ଓ ଗାୟିକା ଦାୟୀ। ତଦନ୍ତ କରି ଟଙ୍କା ଫେରାଇ ଆଣିବାକୁ ସେ ଦାବି କରିଛନ୍ତି । ସେପଟେ ଗାୟିକା ଅର୍ପିତାଙ୍କ ବୟାନକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଗୀତିକାର ସ୍ଥିତ ପଟ୍ଟନାୟକ । ସେ କହିଛନ୍ତି , ହ୍ୟୁମାନଙ୍କ ମୃତ୍ୟୁ ପଛରେ ଅର୍ପିତାଙ୍କ କୌଣସି ସଂପୃକ୍ତି ନ ଥିବା ଅର୍ପିତା ତାଙ୍କୁ ଜଣାଇଛନ୍ତି। ସ୍ଥିତ କହିଛନ୍ତି, ୨୦ ଲକ୍ଷର ଗାଡ଼ି ଓ ମେଣ୍ଟେନାନ୍ସ, ୨୧ ହଜାର ଘରଭଡ଼ା ଏମିତି ମିନିମମ ଲାଇଫଷ୍ଟାଇଲ ମେଣ୍ଟେନ ଜଣେ ସଫଳ ଗାୟିକାଙ୍କ ପକ୍ଷେ ଏହା ଅସମ୍ଭବ କି ? ରିଏଲିଟି ସୋ’ରେ ଜଜ ଅଛନ୍ତି, ଷ୍ଟେଜ ଶୋ’ କରୁଛନ୍ତି ପ୍ରତି ଶୋ’ରୁ ୮୦ରୁ ୯୦ ହଜାର ଇନକମ ହେଉଛି । ମ୍ୟୁଜିକ ଭିଡିଓରେ ଗୋଟିଏ ଗୀତ ପାଇଁ ୭ରୁ ୮ ହଜାର ମିଳୁଛି । ସବୁର ସତ୍ୟାସତ୍ୟ ନ ଜାଣି ବିବାଦ ଭିତରକୁ ଅର୍ପିତାଙ୍କୁ ଆଣିବାଆଦୌ ଠିକ ନୁହେଁ ବୋଲି ସ୍ଥିତ ପଟ୍ଟନାୟକ କହିଛନ୍ତି ।

 

Dharitri – The Largest & Most Trusted Odia Daily

Share
Tags: odisha