ଓଡ଼ିଶାରେ ଆସିବ ଟର୍ନିଂ ପଏଣ୍ଟ: ମୋଦି

ଓଡ଼ିଶାରେ ଓଡ଼ିଆ ଅସ୍ମିତା ପ୍ରତି ବିପଦ ଦେଖାଦେଇଛି। ଏଠାରେ ରାଜା ମହାରାଜା ବେଳର ସ୍ଥିତି ବଳବତ୍ତର ରହିଛି। ତେଣୁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଚଳିତ ନିର୍ବାଚନରେ ଓଡ଼ିଶାରେ ଟର୍ନିଂ ପଏଣ୍ଟ ଆସିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ରୋଡ୍‌ ଶୋ’ ବେଳେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାରେ ଏଥର ପଦ୍ମ ଫୁଟିବ। ରୋଡ୍‌ ଶୋ’ର ବିପୁଳ ଜନସମାଗମ ଏହାକୁ ପ୍ରମାଣିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ୱର,୧୧।୫(ସୁନିତ୍‌ ମିଶ୍ର)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାତି ୮ଟା ୪୫ରେ ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ତାଙ୍କ ରୋଡ୍‌ ଶୋ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା। ମୋଦିଙ୍କୁ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ମୋଦି ପ୍ରଚାର ଗାଡ଼ିରେ ପଦ୍ମ ଚିହ୍ନ ଦେଖାଇ ରାଲିର ଶେଷ ପର୍ଯ୍ୟନ୍ତ ଯାଇଥିଲେ। ମୋଦିଙ୍କ ରୋଡ୍‌ ଶୋ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ମଧ୍ୟ ହୋଇଥିଲା। ଏହି ରୋଡ୍‌ ଶୋ କାର୍ଯ୍ୟକ୍ରମ ସମୟରେ ମୋଦିଙ୍କ ସାଙ୍ଗରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ୱର ଲୋକ ସଭା ସଦସ୍ୟା ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ସା ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଥିଲେ। ସେଠାରୁ ମୋଦି ସିଧାସଳଖ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଲେ। ସେଠାରେ ମୋଦିଙ୍କୁ ସ୍ବାଗତ କରିବା ଲାଗି ସମ୍ବଲପୁରୀ ଶାଢ଼ି ଏବଂ ପଗଡ଼ି ପିନ୍ଧି ବହୁ ଯୁବତୀ ଠିଆହୋଇ ରହିଥିଲେ। ଦଳୀୟ କାର୍ଯ୍ୟାଳୟ ବାହାରେ ଏକ ମଞ୍ଚ କରାଯାଇ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାସହ ସୁସଜ୍ଜିତ ପ୍ରଚାର ଗାଡ଼ି ମଧ୍ୟ ପ୍ରସ୍ତୁତ ରହିଥିଲା। ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ୱର ଲୋକ ସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନର ଭାଜପା ବିଧାୟକ ପ୍ରାର୍ଥୀମାନେ ରାସ୍ତା ଉପରେ ମୋଦିଙ୍କୁ ସ୍ବାଗତ ଜଣାଇବା ପାଇଁ ଅପେକ୍ଷାକରି ରହିଥିଲେ। ଏହାସହ ମନମୋହନ ସାମଲ ଏବଂ ଭାଜପା ନେତା ଦିଲୀପ ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୋଦି ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ଗାଡ଼ିରୁ ଓହ୍ଲାଇ ସ୍ବାଗତ ଜଣାଇବାକୁ ଥିବା ସମସ୍ତଙ୍କୁ ନମସ୍କାର କରି ପ୍ରଚାର ଗାଡ଼ିକୁ ଚଢ଼ିଥିଲେ। ଏହି ସମୟରେ କେବଳ ଅପରାଜିତା ଏବଂ ମନମୋହନ ତାଙ୍କ ସାଙ୍ଗରେ ପ୍ରଚାର ଗାଡ଼ିକୁ ଯାଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷା କର୍ମୀମାନେ ଅଟକାଇ ଦେଇଥିଲେ। ଏହାପରେ ମୋଦି ପଦ୍ମ ଚିହ୍ନ ଦେଖାଇ ରୋଡ୍‌ ଶୋ ଆରମ୍ଭ କରିଥିଲେ। ଏହି ସମୟରେ ମୋଦିଙ୍କ ଫଟୋଚିତ୍ର ଧରି ଠିଆ ହେଇଥିବା ଜଣଙ୍କୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟକରି ତାଙ୍କ ହାତରେ ଥିବା ଉପହାର ଗ୍ରହଣକରି ନେବାକୁ ତାଙ୍କ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବଲପୁର ଶାଢ଼ି ପରିଧାନ କରିଥିବା ଯୁବତୀମାନେ ଆଗରେ ମୋଦି ମୋଦି ନାରା ଦେଇ ଚାଲି ଚାଲି ଯାଇଥିବା ବେଳେ ପ୍ରଚାର ଗାଡି ସେମାନଙ୍କ ପଛେ ପଛେ ଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଯିବା ଏହି ରୋଡ୍‌ ଶୋ ଦେଖିବାକୁ ଲକ୍ଷାଧିକ ଲୋକ ରାସ୍ତାକଡ଼ରେ ଅପେକ୍ଷା କରି ରହିଥିଲେ। ରୋଡ୍‌ ଶୋ ଶେଷ କରିବା ପରେ ମୋଦି ବାଣୀବିହାରଠାରୁ ସିଧାସଲଖ ରାଜଭବନ ଅଭିମୁଖେ ଗସ୍ତକରି ରାତି ପ୍ରାୟ ୯ଟା ୫୩ ମିନିଟ୍‌ ସମୟରେ ସେଠାରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମଟର ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଏହାସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା। ଦିନ ତମାମ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଭାଜପା ନେତାମାନେ ନିଜ ନିଜର କର୍ମୀଙ୍କୁ ଗାଡ଼ି ଯୋଗେ ଆଣିଥିଲେ। ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କିଂ କରାଯିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। କର୍ମୀମାନେ ଗାଡ଼ିରୁ ଓହ୍ଲାଇବା ପରେ ଭାଜପା କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖେଳାଇ ହୋଇ ମୋଦିଙ୍କ ଗସ୍ତକୁ ଅପେକ୍ଷାକରି ରହିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷାକରି ରହିଥିବା ବେଳେ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ଥିବା ପ୍ରାୟ ଦୋକାନ ବଜାର ବନ୍ଦ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରିଯାପନ କରିବା ସହ ଶନିବାର ୩ଟି ସ୍ଥାନରେ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବେ। ସକାଳ ୯ଟା୩୦ରେ କନ୍ଧମାଳ ଲୋକ ସଭା ନିର୍ବାଚନମଣ୍ଡଳୀର ଫୁଲବାଣୀ ଷ୍ଟାଡିୟମଠାରେ ଏକ ଜନସଭାରେ ଯୋଗଦେବେ। ଏହାପରେ ୧୧ଟା ୩୦ ମିନିଟ୍‌ରେ ବଲାଙ୍ଗୀର ଏବଂ ୧ଟା ୩୦ରେ ବରଗଡ଼ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri