ଓଲଟିଲା ଯାତ୍ରୀବାହୀ ବସ୍‌: ୧୨ ଆହତ, ୨ ଗୁରୁତର

ଖୋର୍ଦ୍ଧା ଅଫିସ,୪ା୧୧: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଶୁକ୍ରବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ବସ୍‌ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।

ଗୁରୁବାର ରାତିରୁ ଏକ ଘରୋଇ ବସ୍‌ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ନେଇ ବଲାଙ୍ଗୀରୁ ଭୁବନେଶ୍ୱର ଆସୁଥିଲା। ବାଘମାରୀ ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ ଡ୍ରାଇଭର ଫେରାର ହୋଇଯାଇଛନ୍ତି।