କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର ବିମାନ ୭୨୭ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନର କ୍ୟାପ୍ଟେନ୍ କୋଲକାତା ATCକୁ ଡାହାଣ ଇଞ୍ଜିନରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ବିଷୟରେ ସୂଚନା ଦେଇଥିଲେ । ୨୩୬ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଅପରାହ୍ନ ୨:୪୯ ରେ କୋଲକାତା NSCBI ବିମାନବନ୍ଦରରେ ପହଞ୍ଚିଥିଲା।
କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ ବିମାନଟି ବର୍ତ୍ତମାନ କୋଲକାତା ବିମାନବନ୍ଦରରେ ଅଛି ଏବଂ ଯାଞ୍ଚ କରାଯାଉଛି। ରିପୋର୍ଟ ଅନୁଯାୟୀ ତୁର୍କୀସ୍ ଏୟାରଲାଇନ୍ସ ବିମାନଟିର ଇଞ୍ଜିନରେ ସ୍ପାର୍କିଂ ଦେଖାଯିବାରୁ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।
ତୁର୍କୀସ୍ ଏୟାରଲାଇନ୍ସର ଫ୍ଲାଇଟ୍ ୭୨୭ କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ପାଇଲଟ୍ କୋଲକାତା ଉପରେ ଇଞ୍ଜିନରେ ସ୍ପାର୍କିଂ ଦେଖିଥିଲେ । ପାଇଲଟ୍ ତୁରନ୍ତ କୋଲକାତା ATC ସହିତ ଯୋଗାଯୋଗ କରିଥିଲେ ଏବଂ ସବୁଜ ସଙ୍କେତ ପାଇବା ପରେ ଜରୁରୀକାଳୀନ ଅବତରଣ କରିଥିଲେ । ବିମାନଟି ବର୍ତ୍ତମାନ ମରାମତି କାର୍ଯ୍ୟରେ ଅଛି ଏବଂ ଯାତ୍ରୀମାନେ ଅପେକ୍ଷା କରିଛନ୍ତି ।

