ଫ୍ରାନ୍ସ ସହ ତୁର୍କୀ ମୁହଁ।ମୁହିଁ

ପ୍ୟାରିସ୍‌/ଆଙ୍କାରା,୨୯ା୧୦: ସିରିଆ, ଲିବ୍ୟା ଓ ନାଗୋର୍ନୋ-କାରାବାଖରେ ତୁର୍କୀର କାର୍ଯ୍ୟାନୁଷ୍ଠାନକୁ ନେଇ ଫ୍ରାନ୍ସ ସହ ଉତ୍ତେଜନା ଲାଗି ରହିଥିବାବେଳେ ଏହି ମୁସ୍‌ଲିମ ରାଷ୍ଟ୍ର ଓ ପାଶ୍ଚାତ୍ୟ ଦେଶ ଏବେ ପୁଣି ମୁହଁ।ମୁହିଁ ହୋଇଛନ୍ତି। ଏଥର ବିବାଦ ସୃଷ୍ଟି ହୋଇଛି ଏକ କାର୍ଟୁନକୁ ନେଇ, ଯାହାକୁ ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋ ପ୍ରକାଶ କରିଥିଲା। ମାଗାଜିନ ଏହାର ପ୍ରଚ୍ଛଦ ପୃଷ୍ଠାରେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗ ଚିତ୍ର ସ୍ଥାନିତ କରିଛି। ଏହାକୁ ନେଇ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ସଦ୍ୟ ବିବାଦ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନକୁ ନେଇ ସୃଷ୍ଟି ହୋଇଥିଲା। ଅକ୍ଟୋବର ୧୬ରେ ସାମୁଏଲ ପେଟି ନାମକ ଜଣେ ଶିକ୍ଷକ ଉକ୍ତ କାର୍ଟୁନ ଦେଖାଇବା ପରେ ୧୮ ବର୍ଷୀୟ ଅବ୍‌ଦୁଲ୍ଲା ଅଂରୋଜ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ଏନେଇ ଫ୍ରାନ୍ସ ଓ ତୁର୍କୀ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାବେଳେ ଏବେ ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋର କଭର ପେଜ୍‌ରେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ କଟାକ୍ଷ କରାଯାଇଛି। ଏଥିରେ ସେ ଟି-ଶାର୍ଟ ଓ ଅଣ୍ଡରଓ୍ବେର ପିନ୍ଧି ଚେୟାରରେ ବସିଥିବା ନଜର ଆସୁଛନ୍ତି। ତାଙ୍କ ବାମ ହାତରେ ଏକ ବିୟର କ୍ୟାନ୍‌ ଥିବାବେଳେ ଡାହାଣ ହାତରେ ହିଜାବ୍‌ ପିନ୍ଧିଥିବା ଜଣେ ମହିଳାଙ୍କ ସ୍କର୍ଟକୁ ପଛପଟୁ ଟେକି ଧରିଛନ୍ତି। ଭୂମଧ୍ୟସାଗରରେ ତୁର୍କୀର ପ୍ରତିଦ୍ୱନ୍ଦ୍ୱୀ ଗ୍ରୀସ୍‌କୁ ଫ୍ରାନ୍ସରୁ ମିଳୁଥିବା ସମର୍ଥନକୁ ନେଇ ଦୁଇଦେଶ ପୂର୍ବରୁ ପରସ୍ପର ସହ ଲଢ଼ୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଇସ୍‌ଲାମିକ୍‌ ବିଚ୍ଛିନ୍ନତାବାଦ ଉପରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିବା ପାଇଁ ନୂଆ ପଦକ୍ଷେପ ନେବାକୁ ଘୋଷଣା କରିବା ପରେ ଏର୍ଡୋଗାନ କହିଥିଲେ, ମାକ୍‌ରଁ ନିଜ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ କରାଇବା ଉଚିତ।
ଏର୍ଡୋଗାନଙ୍କ କାର୍ଟୁନକୁ ନେଇ ତୁର୍କୀ ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ ଫ୍ରାନ୍ସକୁ ଟାର୍ଗେଟ କରାଯାଇଛି। ଶାର୍ଲି ଏବ୍‌ଦୋ ଘୃଣା ଓ ଶତ୍ରୁତାର ବୀଜ ବୁଣୁଛି ବୋଲି ତୁର୍କୀ ଅଭିଯୋଗ ଆଣିଛି। ଏହା ସହ ତୁର୍କୀ କହିଛି ଯେ, ଏହି କାର୍ଟୁନ ତୁର୍କୀ ଓ ଫ୍ରାନ୍ସ ମଧ୍ୟରେ ଉତ୍ତେଜନା ବୃଦ୍ଧିର କାରଣ ହୋଇଛି। ଉକ୍ତ ମାଗାଜିନ ବିରୋଧରେ ଆଇନଗତ ଓ କୂଟନୈତିକ ପଦକ୍ଷେପ ନିଆଯିବ। ଏର୍ଡୋଗାନଙ୍କ ମୁଖପାତ୍ର ଇବ୍ରାହିମ କଲିନ ଟୁଇଟ୍‌ କରିଛନ୍ତି, ଆମେ ଫ୍ରାନ୍ସର ପତ୍ରିକାରେ ଆମ ରାଷ୍ଟ୍ରପତିଙ୍କ ସମ୍ପର୍କରେ ପ୍ରକାଶନର କଡ଼ା ନିନ୍ଦା କରୁଛୁ। ଏଥିରେ ବିଶ୍ୱାସ, ଆସ୍ଥା ଓ ମୂଲ୍ୟବୋଧକୁ ସମ୍ମାନ ଦିଆଯାଇ ନାହିଁ। ନୈତିକତା ଓ ଶାଳୀନତା ରହିତ ଏହି ପ୍ରକାଶନର ଉଦ୍ଦେଶ୍ୟ ହେଉଛି ଘୃଣା ଓ ଶତ୍ରୁତାର ବୀଜ ବୁଣିବା। ଅଭିବ୍ୟକ୍ତି ସ୍ବାଧୀନତାକୁ ଧର୍ମ ଓ ଆସ୍ଥା ବିରୋଧରେ ଶତ୍ରୁତାରେ ପରିବର୍ତ୍ତିତ କରିବା ଏକ ରୁଗ୍‌ଣ ମାନସିକତା। ଇତିମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ସେ ମୁସ୍‌ଲିମ ଦେଶଗୁଡ଼ିକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧରେ ଏକଜୁଟ ହେବା ପାଇଁ ଅନୁରୋଧ କରିଛନ୍ତି।
ପ୍ୟାରିସ୍‌ରୁ ବାହାରୁଥିବା ବ୍ୟଙ୍ଗ ପତ୍ରିକା ରେ ୫ ବର୍ଷ ତଳେ ମହମ୍ମଦ ପ୍ରୋଫେଟଙ୍କ କାର୍ଟୁନ ପ୍ରକାଶିତ ହୋଇଥିଲା। ଏହାକୁ ନେଇ ୨୦୧୫ ଜାନୁୟାରୀ ୭ରେ ଆତଙ୍କବାଦୀମାନେ ଏହି ମାଗାଜିନ ଅଫିସରେ ଆକ୍ରମଣ କରିଥିଲେ। ଏଥିରେ ସମ୍ପାଦନା ମଣ୍ଡଳୀର ୧୨ ଜଣ ପ୍ରାଣ ହରାଇଥିବାବେଳେ ୧୧ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri