ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଯାଇଛି। ଟିଏସ୍ଏମ୍ଏଲ୍ର ଯାଜପୁରସ୍ଥିତ ଫେରୋ ଆଲଏଜ୍ କାରଖାନା ପାଇଁ ଦୀର୍ଘମିଆଦୀ ଲିକ୍ୱିଫାଏଡ୍ ନାଚୁରାଲ୍ ଗ୍ୟାସ୍ (ଏଲ୍ଏନ୍ଜି) ଯୋଗାଣ ଲାଗି ଗୁରୁବାର ଉଭୟ ସଂସ୍ଥାର ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ବୁଝାମଣା ହୋଇଥିଲା। ଓଡ଼ିଶା ସରକାରଙ୍କ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଉକ୍ତ ଏମ୍ଓୟୁ ହୋଇଥିବା ବେଳେ ଉଭୟ ସଂସ୍ଥାଙ୍କୁ ସେ ପ୍ରଶଂସା କରିଥିଲେ।
ଏ ସମ୍ପର୍କରେ ଟିଏସ୍ଏମ୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ବିପିସିଏଲ୍ ସହ ଆମ ସହଭାଗିତା ଯାଜପୁରସ୍ଥିତ ଫେରୋ ଆଲଏଜ୍ କାରଖାନାକୁ ଦ୍ରୁତ ଏଲ୍ଏନ୍ଜି ଯୋଗାଣ ସୁନିଶ୍ଚିତ କରିବ। ଏପରିକି ଡିକାର୍ବନାଇଜେଶନ ପ୍ରତି ଆମ ପ୍ରତିବଦ୍ଧତା ଓ ଦୀର୍ଘସ୍ଥାୟୀ ଯୋଜନା ଅନୁସାରେ ଉକ୍ତ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ସେହିଭଳି ଆମେ ଭାବୁଛୁ ଯେ ଏହି ସହଭାଗିତା କାର୍ବନ ଫୁଟ୍ପ୍ରିଣ୍ଟକୁ ହ୍ରାସ କରିବାରେ ଆମକୁ ସହାୟକ ହେବା ସହ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ବିପିସିଏଲ୍ର ମୁଖ୍ୟ (ଗ୍ୟାସ୍) ପୂର୍ବ ରୌଫ୍ ଏମ୍ ଖାନ୍ କହିଛନ୍ତି, ଟାଟା ଷ୍ଟିଲ୍ ମାଇନିଂ ସହ ସହଭାଗିତ ସ୍ଥାପନ କରିବା ଏବଂ ସେମାନଙ୍କ ପରିଚାଳନା ପାଇଁ ପ୍ରାକୃତିକ ଗ୍ୟାସ୍ ଯୋଗାଣ କରୁଥିବାରୁ ଆମେ ବହୁତ ଖୁସି। ଏହା ଡିକାର୍ବନାଇଜେଶନ ଲକ୍ଷ୍ୟ ଦିଗ ଆଡ଼କୁ ନିକଟତର କରିବାରେ ଆମକୁ ସକ୍ଷମ କରିପାରିଛି। ଅପରପକ୍ଷରେ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବା ଏବଂ ଏକ ସବୁଜ ଭବିଷ୍ୟତ ଆଡ଼କୁ କମ୍ପାନୀର ଉଦ୍ୟମକୁ ଆହୁରି ସୁଦୃଢ଼ କରିବାରେ ଟାଟା ଷ୍ଟିଲ୍ ମାଇନିଂର ଯାତ୍ରା ପ୍ରତି ଏହି ଏମ୍ଓୟୁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।
ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍ , ସିସିଟିଭିରେ…
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍ ହେଉଛି। ପୋଲିସ…
ବାଇକ୍କୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ
ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…
୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍ରେ….
ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍ । ୱାର୍ଲ୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…
ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା
ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…
ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…
ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…
ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…
ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍ ମିସ୍ତ୍ରୀ
ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

