୬ ବର୍ଷ ହେଲା ପ୍ରାଣୀଧନଙ୍କ ଚିକିତ୍ସା ବ୍ୟବସ୍ଥା ଠପ୍‌

ବଇଣ୍ଡା,୧୪।୨ (ପରିକ୍ଷିତ ସାହୁ): ଗାଈ, ଛେଳି ଓ କୁକୁଡ଼ା ପାଳନ ପାଇଁ ସରକାର ଚାଷୀ, ମହିଳା ଓ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ବ୍ୟାଙ୍କ ଜରିଆରେ ସବ୍‌ସିଡିଯୁକ୍ତ ଋଣ ପ୍ରଦାନ କରୁଛନ୍ତି। ହେଲେ ଏହି ପ୍ରାଣୀଧନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଦିଗରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳରେ। ଏଠାରେ ଥିବା ବଇଣ୍ଡା ପ୍ରାଣୀଧନ ଚିକିତ୍ସାଳୟକୁ ୨୦୧୮ରୁ ରାଜପଥ ନିର୍ମାଣ ପାଇଁ ଉଚ୍ଛେଦ କରାଯାଇଥିଲେ ହେଁ ନୂଆ ଡାକ୍ତରଖାନା ନିର୍ମାଣ ଦିଗରେ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବିଭିନ୍ନ ପଞ୍ଚାୟତର ସହସ୍ରାଧିକ ପ୍ରାଣୀଧନଙ୍କ ଚିକିତ୍ସା ସେବା ଦୀର୍ଘ ୬ ବର୍ଷ ହେଲା ଠପ୍‌ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଥିବା ବେଳେ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗପତ୍ର ବଇଣ୍ଡା ଅଞ୍ଚଳ ପାଇଁ ନିଯୁକ୍ତ ପ୍ରାଣୀଧନ ନିରୀକ୍ଷକ କନ୍ଦର୍ପ ମାଝିଙ୍କୁ ପ୍ରଦାନ କରାଯାଇଛି।
ଉକ୍ତ ଅଭିଯୋଗପତ୍ରରେ ଅଞ୍ଚଳବାସୀ ଦର୍ଶାଇଛନ୍ତି, ଦୀର୍ଘବର୍ଷ ତଳୁ ବଇଣ୍ଡାଠାରେ ଏକ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଥିଲା। ହେଲେ ରାଜପଥ ସମ୍ପ୍ରସାରଣ ପାଇଁ ୨୦୧୮ ମେ ୧୭ରେ ଏହାକୁ ଉଚ୍ଛେଦ କରାଯାଇଥିଲା। ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ପୁନଃ ନିର୍ମାଣ ହେଉନାହିଁ। ଏହା ଉପରେ ନୁନୁକାପଶି, ଗାଁବଇଣ୍ଡା, ଜାମୁନାଳୀ, ଲୁହାମୁଣ୍ଡା ପଞ୍ଚାୟତର ପ୍ରାଣୀଧନ ରଖିଥିବା ଚାଷୀମାନେ ନିର୍ଭର କରନ୍ତି। ବିଶେଷକରି ଏହି ପଞ୍ଚାୟତଗୁଡ଼ିକରେ ୩ ହଜାର ୨୨ ଗାଈ , ୪ ହଜାର ୨୧୨ ଛେଳି, ୧୧୨ ବିଦେଶୀ କୁକୁର ସହିତ ଅନ୍ୟ ଗୃହପାଳିତ ପ୍ରାଣୀ ଥିବାବେଳେ ସେମାନଙ୍କ ଚିକିତ୍ସା ହୋଇପାରୁ ନାହିଁ। କିଛିଦିନ ହେବ ଏହି ଅଞ୍ଚଳର ଗୋରୁଙ୍କ ଠାରେ ଫାଟୁଆ ରୋଗ ବ୍ୟାପୁଥିବା ବେଳେ ବହୁସଂଖ୍ୟାରେ ଗାଈ ଚିକିତ୍ସା ନ ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଅନେକ ସମୟରେ ପ୍ରାଣୀଧନ ପାଳକମାନେ ରୋଗଗ୍ରସ୍ତ ପ୍ରାଣୀଧନଙ୍କୁ ଧରି ୭ କି.ମି. ଦୂର ହଣ୍ଡପା ପ୍ରାଣୀଧନ ଚିକିତ୍ସାଳୟକୁ ଯାଉଛନ୍ତି। ସେହିପରି ଏହି କେନ୍ଦ୍ରରେ ନିଯୁକ୍ତ ହୋଇଥିବା ଡାକ୍ତର ଅବସର ନେଇସାରିଥିବାରୁ ତାଙ୍କ ସ୍ଥାନରେ ଆଉ ନୂତନ ଡାକ୍ତର ନିଯୁକ୍ତ କରାଯାଇନାହଁି। ଫଳରେ ଆବଶ୍ୟକବେଳେ ଗୋପାଳକମାନେ ଘରୋଇ ପ୍ରାଣୀଧନ ଚିକିତ୍ସକଙ୍କ ସହାୟତ ନେଇ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ବଇଣ୍ଡାଠାରେ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ ପାଇଁ ପୂର୍ବରୁ ୧୮ ଫେବୃଆରୀ ୨୦୧୯, ୧୫ ସେପ୍ଟେମ୍ବର ୨୦୨୧, ୧୨ ମାର୍ଚ୍ଚ ୨୦୨୨ରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ପ୍ରାଣୀଧନ ଡାକ୍ତରଖାନା ନିର୍ମାଣ ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଜମି ଚିହ୍ନଟ କରି ନୂତନ ପ୍ରାଣୀଧନ ଡାକ୍ତରଖାନା ନିର୍ମାଣ କରିବାକୁ ଗ୍ରାମର ବରିଷ୍ଠ ନାଗରିକ ଭଗବାନ ଘିୱାଲା, ପରିକ୍ଷିତ ସାହୁ, ଆଲୋକ ବେହେରା, ରାଜେନ୍ଦ୍ର ସାହୁ, ଯାଦବ ପ୍ରଧାନ, ସତ୍ୟ ରାଉତ, ଦୀପକ ବେହେରା, ରବୀନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଖଣ୍ଡ ପ୍ରାଣୀଧନ ଚିକତ୍ସା ଅଧିକାରୀ ନୀଳାଚଳ ସେନାପତି କହିଛନ୍ତି, ବଇଣ୍ଡାରେ ଜମି ଚିହ୍ନଟ ହୋଇପାରୁ ନ ଥିବାରୁ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri