ଭରସାଯୋଗ୍ୟ ଅଧିକାରୀ

Dillip Cherian

ନିକଟରେ ତାମିଲନାଡୁର ୧୯୯୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବ୍ରଜେନ୍ଦ୍ର ନଭନିତଙ୍କ କାର୍ଯ୍ୟକାଳ କେନ୍ଦ୍ର ବୃଦ୍ଧି କରିଥିଲା। ଏହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ବ୍ରଜେନ୍ଦ୍ର ଏବେ ରାଷ୍ଟ୍ରଦୂତ ଏବଂ ଜେନେଭାସ୍ଥିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଫେବୃୟାରୀ ୨୦୨୪ରେ ହେବାକୁ ଥିବା ଡବ୍ଲ୍ୟୁଟିଓର ଗୁରୁତ୍ୱପୂର୍ଣ୍ଣ ତ୍ରୟୋଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ପୂର୍ବରୁ ଏହି କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଭାରତ ଉକ୍ତ ସମ୍ମିଳନୀରେ ଖାଦ୍ୟ ସୁରକ୍ଷା ସଙ୍କଟର ସମ୍ମୁଖୀନ ହେଉଥିବା ବିକାଶଶୀଳ ଦେଶଗୁଡ଼ିକ ସପକ୍ଷରେ ରହିବାକୁ ଏବଂ କୋଭିଡ୍‌ ଉପଚାର ଓ ନିଦାନ ପାଇଁ ବୈଶ୍ୱିକ ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର) ଛାଡ଼ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନେବାକୁ ଯୋଜନା କରିଛି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ନଭନିତଙ୍କୁ ଜୁନ୍‌ ୨୦୨୦ରେ ଜେନେଭାରେ ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ପଦବୀରେ ଅବସ୍ଥାପିତ କରାଯିବା ସହ ରାଜୀବ ଟପ୍ନୋଙ୍କୁ ମଧ୍ୟ ଓ୍ବାଶିଂଟନ ଡିସିରେ ନିଯୁକ୍ତ କରାଯାଇଥିଲା। ନଭନିତଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ନିଷ୍ପତ୍ତିରୁ ଜଣାପଡ଼ୁଛି ଯେ, ଜଟିଳ ଅନ୍ତର୍ଜାତୀୟ ବୁଝାମଣାଗୁଡ଼ିକୁ ସଞ୍ଚାଳନ କରିବାରେ ତାଙ୍କ ଦକ୍ଷତା ଉପରେ ସରକାରଙ୍କ ଭରସା ଅଛି। ଡବ୍ଲ୍ୟୁଟିଓରେ ଅନୁମୋଦିତ ସର୍ବନିମ୍ନ ପରିମାଣରୁ ଅଧିକ ସବସିଡ଼ି କୃଷକମାନଙ୍କୁ ଦେବାରେ ବିକାଶଶୀଳ ଦେଶଗୁଡ଼ିକୁ ସହୟତା କରିବା ପାଇଁ ଭାରତ ଦାବି କରୁଛି। ବୈଶ୍ୱିକ ମଞ୍ଚରେ ଭାରତର ସ୍ବାର୍ଥ କିଭଳି ଭଲ ଭାବେ ଉପସ୍ଥାପିିତ ହେବ ତାହା ନିଶ୍ଚିତ କରିବାରେ ନଭନିତଙ୍କ କୂଟନୈତିକ ଯୋଗ୍ୟତା ଅତ୍ୟଧିକ ଉପଯୋଗୀ ହେବ। କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ଡବ୍ଲ୍ୟୁଟିଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଉଲ୍ଲେଖନୀୟ ଗୁରୁତ୍ୱ ବହନ କରିବ। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଶସ୍ତାରେ ଜୀବନ ରକ୍ଷାକାରୀ ଚିକିତ୍ସା ଉପଲବ୍ଧ କରାଇବାକୁ ପ୍ରୋତ୍ସାହିତ କରିବାରେ ଭାରତର ଦୃଷ୍ଟିକୋଣକୁ ଅନେକ ସମର୍ଥନ ମିଳିଛି। ନଭନିତଙ୍କ ପ୍ରୟାସ ପାଇଁ ଅନେକ ଧନ୍ୟବାଦ।
ହରିୟାଣାରେ ଦ୍ୱନ୍ଦ୍ୱ
ହରିୟାଣାର ଅର୍ବାନ ଡେଭଲପ୍‌ମେଣ୍ଟ ଡିପାର୍ଟମେଣ୍ଟ(ନଗର ଉନ୍ନୟନ ବିଭାଗ) ରୂପାନ୍ତରିତ ହୋଇ ଅର୍ବାନ ଲୋକାଲ୍‌ ବଡିଜ୍‌ ଡିିପାର୍ଟମେଣ୍ଟ(ୟୁଏଲବି) ହେବାର ୧୬ ବର୍ଷ ବିତିଗଲାଣି। ତଥାପି ଆଶ୍ଚର୍ଯ୍ୟର କଥା, ନିର୍ଦ୍ଦେଶକ ପଦବୀର ନାମକରଣରେ ଏହି ପରିବର୍ତ୍ତନକୁ ପ୍ରତିଫଳିତ କରିବାରେ ରାଜ୍ୟ ପୌରପାଳିକା ଆଇନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ନିକଟରେ ଓକିଲ ହେମନ୍ତ କୁମାରଙ୍କ ଏକ ଚିଠି ହରିୟାଣା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଓ ସେ ଦର୍ଶାଇଛନ୍ତି ଯେ,ହରିୟାଣା ମ୍ୟୁନିସିପାଲିଟି ଆକ୍ଟ, ୧୯୭୩ ର ଧାରା ୨ (୯)ଅର୍ବାନ ଲୋକାଲ୍‌ ବଡିଜ ଡିପାର୍ଟମେଣ୍ଟ ପରିବର୍ତ୍ତେ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକଙ୍କ ବୈଧତାକୁ ଦର୍ଶାଇଆସିଛି। ଫଳସ୍ବରୂପ, ଆଇନରେ ଦର୍ଶାଯାଇଥିବା କ୍ଷମତା ପ୍ରୟୋଗ ଏବଂ କର୍ତ୍ତବ୍ୟ ପାଳନ କରିବା ପାଇଁ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକଙ୍କ ଆଇନଗତ ଅଧିକାର ଅଛି। ଏହି ଦ୍ୱନ୍ଦ୍ୱକୁ ଆହୁରି ବଢାଇବା ପାଇଁ ଦୁଇ ମାସ ପୂର୍ବେ ରାଜ୍ୟ କ୍ୟାଡର୍‌ର ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ୟଶ୍‌ ପାଲଙ୍କୁ ୟୁଏଲ୍‌ବିର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ସେହି ସମୟରେ ତାଙ୍କ ନିଯୁକ୍ତିକୁ ନେଇ ଅନେକେ ବିସ୍ମିତ ହୋଇଥିଲେ, ଯେହେତୁ ତିନିଜଣ ବରିଷ୍ଠ ଅଇଏଏସ୍‌ ଅଧିକାରୀ – ପି.ସି. ମୀନା, ଜିତେନ୍ଦ୍ର କୁମାର ଏବଂ ଅଞ୍ଜୁ ଚୌଧୁରୀ- ୟୁଏଲ୍‌ବି ଅଧୀନରେ ମ୍ୟୁନିସିପାଲିଟି କର୍ପୋରେଶନର କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। ଜଣେ ଜୁନିୟର ଅଫିସରଙ୍କୁ ଉଚ୍ଚ ପଦବୀରେ ରଖିବା ବରିଷ୍ଠତା ଏବଂ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌତୂହଳର ବିଷୟ, ଗୁରୁଗ୍ରାମର ମ୍ୟୁନିସିପାଲିଟି କର୍ପୋରେଶନର କମିଶନର ପି.ସି. ମୀନା ଆଇଏଏସ୍‌ର ସୁପର ଟାଇମ ସ୍କେଲ୍‌ରେ ସଚିବ ଭାବେ ସ୍ଥାନ ପାଇଛନ୍ତି। ଜଣେ ସଚିବ ସ୍ତରୀୟ ଆଇଏଏସ୍‌ ଅଧିକାରୀଙ୍କୁ ଜଣେ ସ୍ବତନ୍ତ୍ର ସଚିବସ୍ତରୀୟ ଅଧିକାରୀଙ୍କ ଅଧୀନରେ ରଖାଯାଇପାରିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଙ୍କିମାରିଛି। ହରିୟାଣା ଦ୍ୱନ୍ଦ୍ୱର ସମାଧାନ ହୋଇ ନ ପାରିବା ହେଉଛି ଅପାରଗତା ଏବଂ ଦୂରଦୃଷ୍ଟି ଅଭାବର ଆଉ ଏକ ଜ୍ୱଳନ୍ତ ଉଦାହରଣ।
ଅଦଳବଦଳ
ନିକଟରେ କେରଳରେ ଆଇଏଏସ୍‌ ଅଧିକାରୀମାନଙ୍କର ବଡ଼ଧରଣର ଅଦଳବଦଳ କରାଯାଇଛି। ଏଥିରେ ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଭି.ଭେନୁଙ୍କୁ ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳ ପରେ ରାଜ୍ୟ ସଶସ୍ତ୍ର ବଳରେ ମଧ୍ୟ ବହୁ ପ୍ରତୀକ୍ଷିତ ପୁନର୍ଗଠନ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି। ମହାନିର୍ଦ୍ଦେଶକ (ଡିଜି) ପଦବୀରେ ଥିବା ଅଧିକାରୀଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅବସର ପରେ ପିନାରାଇ ବିଜୟନ ସରକାର ନିକଟରେ ଡ. ଶୟିକ ଦାର୍ଭେଶଙ୍କୁ ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି ,ଏହି ପରିବର୍ତ୍ତନ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ଏକ ଆସନ୍ନ ଅଦଳବଦଳର ସଂକେତ ଦେଇଛି। ମେ’ରେ କେରଳର ଦୁଇ ଡିଜି ସ୍ତରୀୟ ଅଧିକାରୀ ବି.ସନ୍ଧ୍ୟା ଏବଂ ଏସ୍‌. ଆନନ୍ଦକ୍ରିଷ୍ଣନ୍‌ଙ୍କୁ ବିଦାୟ ଦିଆଯାଇଥିବାବେଳେ ଦାର୍ଭେଶଙ୍କ ପୂର୍ବାଧିକାରୀ ମଧ୍ୟ ଅବସର ନେଇଥିଲେ। ଅନ୍ୟ ଜଣେ ଡିଜି ସ୍ତରୀୟ ଅଧିକାରୀ ଟୋମିନ ଥାଚାନାକରୀ ଚଳିତ ମାସରେ ଅବସର ନେବେ। ତେବେ ଶୟିକ ଦାର୍ଭେଶଙ୍କ ପଦୋନ୍ନତି ସୂଚିତ କରିଛି ଯେ, ଲଗାତର ତୃତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ଅଣ କେରଳୀ ଅଧିକାରୀଙ୍କୁ ପୋଲିସ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କର ପୂର୍ବାଧିକାରୀ ଅନିଲ କାନ୍ତ ଏବଂ ଲୋକନାଥ ବେହେରା ମଧ୍ୟ ରାଜ୍ୟ ବାହାରୁ ବହୁମୂଲ୍ୟ ଅଭିଜ୍ଞତା ଆଣିଥିଲେ। ତେବେ ଏହି ଅଦଳବଦଳ ରାଜ୍ୟ ସରକାରଙ୍କ ପାଇଁ ପୋଲିସ ଫୋର୍ସକୁ ନୂତନ ଶକ୍ତି ଯୋଗାଇବା ସକାଶେ ଏକ ସୁଯୋଗ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri