ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ୍‌ଙ୍କ ପରାମର୍ଶ: ଭାରତର କୂଟନୈତିକ ପ୍ରସ୍ତୁତି ଜୋର୍‌ଦାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗିରହିଥିବାବେଳେ ଦୁଇ ପଡ଼ୋଶୀ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ରାତିରେ ଓଭାଲ ଅଫିସ୍‌ରୁ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ସମ୍ଭବ ଯୁଦ୍ଧ ବନ୍ଦ ହେବା ଦେଖିବାକୁ ଚାହାନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।
ଏପ୍ରିଲ ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପହଲଗାମ୍‌ସ୍ଥିତ ବୈସରନ୍‌ ଉପତ୍ୟକାରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ। ୧୪ ଦିନର ବ୍ୟବଧାନ ପରେ ଅର୍ଥାତ୍‌ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନକୁ ଶକ୍ତିଶାଳୀ ଜବାବ ଦେଇଥିଲା। ସ୍ଥଳସେନା, ବାୟୁସେନା ଓ ନୌସେନାର ମିଳିତ ଉଦ୍ୟମରେ ପାକିସ୍ତାନ ଏବଂ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ୯ଟି ସ୍ଥାନରେ ମିଶାଇଲ ମାଡ଼ କରାଯାଇ ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ନଷ୍ଟ କରିଦିଆଯାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିବାବେଳେ ପାକିସ୍ତାନ ସେମାନଙ୍କୁ ଶହୀଦ ଆଖ୍ୟାଦେଇ ଭାରତ ଉପରେ ଆକ୍ରମଣ ଉଦ୍ୟମ ଜାରି ରଖିଛି। ଭାରତୀୟ ସଶସ୍ତ୍ର ବଳ ମଧ୍ୟ ଜଳ, ସ୍ଥଳ ଓ ଆକାଶରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପଛାଇନାହିଁ। ଗୁରୁବାର ପାକିସ୍ତାନ ଭାରତର ୧୫ ସହରକୁ ଟାର୍ଗେଟ କରିଥିବାବେଳେ ଶୁକ୍ରବାର ୨୬
ସହରକୁ ଆକ୍ରମଣ ଉଦ୍ୟମ କରିଛି। କିନ୍ତୁ ଭାରତୀୟ ସୁରକ୍ଷା ବଳ ସେସବୁ ଉଦ୍ୟମକୁ ପ୍ରତିହତ କରିଥିବା ଦାବି କରିଛି। ଇତିମଧ୍ୟରେ ଭାରତ-ପାକିସ୍ତାନ ସମ୍ପୂର୍ଣ୍ଣ ଯୁଦ୍ଧ ଆଡ଼କୁ ମୁହଁାଉଥିବା ଦେଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଉତ୍ତେଜନା ହ୍ରାସ ପାଇଁ ପରାମର୍ଶ ଦେଇଛନ୍ତି। ଏନେଇ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କରୋଲିନ୍‌ ଲେଭିଟ୍‌ କହିଛନ୍ତି, ଯଥାଶୀଘ୍ର ସମ୍ଭବ ଉତ୍ତେଜନା ହ୍ରାସ ହେବା ରାଷ୍ଟ୍ରପତି ଦେଖିବାକୁ ଚାହାନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶେହବାଜ୍‌ ଶରିଫ୍‌ଙ୍କ ସହ ଟ୍ରମ୍ପ୍‌ଙ୍କ ଭଲ ସମ୍ପର୍କ ରହିଛି। ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ମଧ୍ୟ ଦୁଇଦେଶର ନେତାଙ୍କ ସହ ନିରନ୍ତର ଯୋଗସୂତ୍ର ସ୍ଥାପନ କରି ଏହି ସଂଘର୍ଷର ବିରାମ ଘଟାଇବାକୁ ଉଦ୍ୟମ ଜାରି ରଖିଥିବା ଲେଭିଟ୍‌ କହିଛନ୍ତି।
ଅନ୍ୟପକ୍ଷେ ଭାରତ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ବିରୋଧରେ କୂଟନୈତିକ ଉଦ୍ୟମକୁ ଜୋର୍‌ଦାର କରିଛି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା କହିଛନ୍ତି, ଭାରତ କୌଣସି ରାଷ୍ଟ୍ର ସହ ଲଢ଼ୁନାହିଁ। ଭାରତର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ ଚାଲିଛି। ପହଲଗାମ୍‌ ଆକ୍ରମଣର ପୀଡ଼ିତଙ୍କୁ ଯେପରି ନ୍ୟାୟ ମିଳିପାରିବ, ନୂଆଦିଲ୍ଲୀ ସେଦିଗରେ ଉଦ୍ୟମ ଚଳାଇଛି। ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଦୁରାଇସ୍ବାମୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର ଯଥାର୍ଥତା ଦର୍ଶାଇଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ତାଙ୍କ ଦେଶର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଭାରତ ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଲଢ଼ିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ପାକିସ୍ତାନ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ କରିଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଉତ୍ତେଜନା ହ୍ରାସ ସମ୍ଭାବନା ବହୁତ କମ୍‌ ବୋଲି ସେ କହିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ (ଅର୍ଥନୈତିକ ବ୍ୟାପାର) ଦମ୍ମୁ ରାବି କହିଛନ୍ତି, ସ୍ଥିତି ଆଗକୁ ଅଧିକ ଖରାପ ନ ହେବ ବୋଲି ଆମେ ଆଶା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri