ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ୍‌ଙ୍କ ପରାମର୍ଶ: ଭାରତର କୂଟନୈତିକ ପ୍ରସ୍ତୁତି ଜୋର୍‌ଦାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗିରହିଥିବାବେଳେ ଦୁଇ ପଡ଼ୋଶୀ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ରାତିରେ ଓଭାଲ ଅଫିସ୍‌ରୁ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ସମ୍ଭବ ଯୁଦ୍ଧ ବନ୍ଦ ହେବା ଦେଖିବାକୁ ଚାହାନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।
ଏପ୍ରିଲ ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପହଲଗାମ୍‌ସ୍ଥିତ ବୈସରନ୍‌ ଉପତ୍ୟକାରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ। ୧୪ ଦିନର ବ୍ୟବଧାନ ପରେ ଅର୍ଥାତ୍‌ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନକୁ ଶକ୍ତିଶାଳୀ ଜବାବ ଦେଇଥିଲା। ସ୍ଥଳସେନା, ବାୟୁସେନା ଓ ନୌସେନାର ମିଳିତ ଉଦ୍ୟମରେ ପାକିସ୍ତାନ ଏବଂ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ୯ଟି ସ୍ଥାନରେ ମିଶାଇଲ ମାଡ଼ କରାଯାଇ ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ନଷ୍ଟ କରିଦିଆଯାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିବାବେଳେ ପାକିସ୍ତାନ ସେମାନଙ୍କୁ ଶହୀଦ ଆଖ୍ୟାଦେଇ ଭାରତ ଉପରେ ଆକ୍ରମଣ ଉଦ୍ୟମ ଜାରି ରଖିଛି। ଭାରତୀୟ ସଶସ୍ତ୍ର ବଳ ମଧ୍ୟ ଜଳ, ସ୍ଥଳ ଓ ଆକାଶରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପଛାଇନାହିଁ। ଗୁରୁବାର ପାକିସ୍ତାନ ଭାରତର ୧୫ ସହରକୁ ଟାର୍ଗେଟ କରିଥିବାବେଳେ ଶୁକ୍ରବାର ୨୬
ସହରକୁ ଆକ୍ରମଣ ଉଦ୍ୟମ କରିଛି। କିନ୍ତୁ ଭାରତୀୟ ସୁରକ୍ଷା ବଳ ସେସବୁ ଉଦ୍ୟମକୁ ପ୍ରତିହତ କରିଥିବା ଦାବି କରିଛି। ଇତିମଧ୍ୟରେ ଭାରତ-ପାକିସ୍ତାନ ସମ୍ପୂର୍ଣ୍ଣ ଯୁଦ୍ଧ ଆଡ଼କୁ ମୁହଁାଉଥିବା ଦେଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଉତ୍ତେଜନା ହ୍ରାସ ପାଇଁ ପରାମର୍ଶ ଦେଇଛନ୍ତି। ଏନେଇ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କରୋଲିନ୍‌ ଲେଭିଟ୍‌ କହିଛନ୍ତି, ଯଥାଶୀଘ୍ର ସମ୍ଭବ ଉତ୍ତେଜନା ହ୍ରାସ ହେବା ରାଷ୍ଟ୍ରପତି ଦେଖିବାକୁ ଚାହାନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶେହବାଜ୍‌ ଶରିଫ୍‌ଙ୍କ ସହ ଟ୍ରମ୍ପ୍‌ଙ୍କ ଭଲ ସମ୍ପର୍କ ରହିଛି। ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ମଧ୍ୟ ଦୁଇଦେଶର ନେତାଙ୍କ ସହ ନିରନ୍ତର ଯୋଗସୂତ୍ର ସ୍ଥାପନ କରି ଏହି ସଂଘର୍ଷର ବିରାମ ଘଟାଇବାକୁ ଉଦ୍ୟମ ଜାରି ରଖିଥିବା ଲେଭିଟ୍‌ କହିଛନ୍ତି।
ଅନ୍ୟପକ୍ଷେ ଭାରତ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ବିରୋଧରେ କୂଟନୈତିକ ଉଦ୍ୟମକୁ ଜୋର୍‌ଦାର କରିଛି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା କହିଛନ୍ତି, ଭାରତ କୌଣସି ରାଷ୍ଟ୍ର ସହ ଲଢ଼ୁନାହିଁ। ଭାରତର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ ଚାଲିଛି। ପହଲଗାମ୍‌ ଆକ୍ରମଣର ପୀଡ଼ିତଙ୍କୁ ଯେପରି ନ୍ୟାୟ ମିଳିପାରିବ, ନୂଆଦିଲ୍ଲୀ ସେଦିଗରେ ଉଦ୍ୟମ ଚଳାଇଛି। ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଦୁରାଇସ୍ବାମୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର ଯଥାର୍ଥତା ଦର୍ଶାଇଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ତାଙ୍କ ଦେଶର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଭାରତ ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଲଢ଼ିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ପାକିସ୍ତାନ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ କରିଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଉତ୍ତେଜନା ହ୍ରାସ ସମ୍ଭାବନା ବହୁତ କମ୍‌ ବୋଲି ସେ କହିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ (ଅର୍ଥନୈତିକ ବ୍ୟାପାର) ଦମ୍ମୁ ରାବି କହିଛନ୍ତି, ସ୍ଥିତି ଆଗକୁ ଅଧିକ ଖରାପ ନ ହେବ ବୋଲି ଆମେ ଆଶା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri