ଟ୍ରମ୍ପ କଲେ ହୁଙ୍କାର, ଥରହର ଦିଲ୍ଲୀ! ଏବେ ବନ୍ଧୁତା ନା ଶତ୍ରୁତା?

ନୂଆଦିଲ୍ଲୀ,୨୧।୧:ଆରମ୍ଭ ହେଲା ହ୍‌ାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ଆମେରିକା ଦଖଲ କରି ରାଷ୍ଟ୍ରପତି ଗାଦି ସମ୍ଭାଳିଲେ ଟ୍ରମ୍ପ। କିନ୍ତୁ ଶପଥ ନେଉ ନେଉ ଟ୍ରମ୍ପ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଭାରତର ଟେନଶନ ବଢିଛି। ଏବେ ପ୍ରଶ୍ନ ଉଠୁଛି ଟ୍ରମ୍ପ ୨.୦ରେ କେମିତି ରହିବ ଭାରତ ସହ ସଂପର୍କ? ଶପଥ ନେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏପରି ୫ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଭାରତରେ ଚହଳ ପଡିଛି। କୁହାଯାଉଛି ଟ୍ରମ୍ପନୀତି ଭାରତକୁ ଲାଭ ଦେବ ନା ଶତ୍ରୁତା ବଢାଇବ। କହିରଖୁଛୁ କି, ପ୍ରଚାର ସମୟରେ ହିଁ ଭାରତ ଉପରେ ଶୁଳ୍କ ବଢାଇବା ନେଇ ସଂକେତ ଦେଇସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଭଳି ସ୍ଥିତିରେ ଭାରତକୁ ନେଇ କଣ ରହିବ ଟ୍ରମ୍ପ ପ୍ରଶାସନ ଆଭିମୁଖ୍ୟ, ତା’ଉପରେ ନଜର ରହିଛି । ଟ୍ରମ୍ପଙ୍କ ପ୍ରାରମ୍ଭିକ ନିଷ୍ପତ୍ତିରେ ଭାରତର ନାଁ ନାହିଁ । ତେବେ ବ୍ରିକ୍ସ ଦେଶ ସମୁହକୁ ଧମକ, ନାଗରିକତା ଆଇନରେ ପରିବର୍ତ୍ତନ, ଶକ୍ତ ପ୍ରବାସ ନିୟମ ଓ ଆମେରିକା ପ୍ରଥମ ନୀତି ଭଳି ପ୍ରସଙ୍ଗ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭାରତର ଚିନ୍ତା ବଢାଇପାରେ ।

ର୍ନିବାଚନ ପ୍ରଚାର ସମୟରେ ଆମେରିକା ହିଁ ତାଙ୍କର ପ୍ରାଥମିକତା ହେବ ବୋଲି କହିଥିଲେ ଟ୍ରମ୍ପ । ନିଜ ଅଭିଭାଷଣରେ ବାରମ୍ବାର ‘ମେକ ଆମେରିକା ଗ୍ରେଟ ଏଗେନ’ର ନାରା ଲଗାଉଥିଲେ । ସୋମବାର ସମ୍ବୋଧନରେ ବି ଟ୍ରମ୍ପ ଏହାକୁ ଦୋହରାଇଛନ୍ତି । ଆମେରିକା ଓ ଭାରତ ବିଶ୍ବର ବଡ ବ୍ୟବସାୟିକ ପାର୍ଟନର । ତେବେ ଆମେରିକା ପ୍ରଥମ ନୀତିକୁ ଭାରତ ସହ ବ୍ୟବସାୟରେ ଟ୍ରମ୍ପ ଲାଗୁ କଲେ ଭାରତ କ୍ଷତି ସହିପାରେ । ପୂର୍ବରୁ ଟ୍ରମ୍ପ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଉଥିବା କହିବା ସହ ଏହାର ଜବାବରେ ଆମେରିକା କଡା ପଦକ୍ଷେପ ନେବ ବୋଲି କହିଥିଲେ । କାନାଡା ଓ ମେକ୍ସିକୋ ଉପରେ ଫେବ୍ରୁଆରୀ ୧ରୁ ୨୫ପ୍ରତିଶତ ଶୁଳ୍କ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କ ନୀତି ଭାରତୀୟ ଟଙ୍କା ଉପରେ ବି ପ୍ରଭାବ ପକାଇପାରେ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ଭାରତ ପାଇଁ ଆମଦାନୀ ମହଙ୍ଗା ହୋଇଯିବ । ଫଳରେ ଦେଶରେ ଦରବୃଦ୍ଧି ହେବ । ଖାଲି ସେତିକି ନୁହେଁ ଡଲାରର ମୂଲ୍ୟ ବୃଦ୍ଧି ହେଲେ ଭାରତର ନିବେଶକଙ୍କ ପାଇଁ ଡଲାର ଆଧାରିତ ବଜାରରେ ନିବେଶ ମହଙ୍ଗା ହେବ । ଆମେରିକାରେ ଭାରତର ଏଫଡିଆଇ ଷ୍ଟକ ୨୦୨୨ରେ ୩.୭ବିଲିୟନ ଡଲାର ଥିଲା । ଯାହା ୨୦୨୧ଠାରୁ ୭.୦ପ୍ରତିଶତ ଅଧିକ ରହିଥିଲା । ଡଲାର ଦର ବଢିଲେ ଭାରତ ପାଇଁ ନିବେଶ ମହଙ୍ଗା ହୋଇଯିବ ।

ଶପଥ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶଗୁଡିକୁ ଚେତାବନୀ ଦେଇଛନ୍ତି । ତେବେ ବ୍ରିକ୍ସ ଦେଶ ଗୁଡିକ ଆମେରିକା ବିରୋଧୀ ନୀତି ଗ୍ରହଣ କଲେ ସେମାନଙ୍କୁ ପରିଣାମ ଭୋଗିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି । ପୂର୍ବରୁ ବ୍ରିକ୍ସ ଦେଶ ଗୁଡିକ ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରା ଆଣନ୍ତି ତେବେ ସେମାନଙ୍କ ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ କହିଥିଲେ। ଶପଥ ନେବା ପରେ ବି ସମାନ କଥା ଦୋହରାଇଛନ୍ତି । ଭାରତ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ରହିଛି ।

ଆମେରିକା ପ୍ରଶାସନର ଇରାନ ଓ ଋଷିଆ ସହ କୁଟନୈତିକ ବିବାଦ ରହିଛି । ତେବେ ଦୁଇ ଦେଶରୁ ବହୁ ପରିମାଣରେ ଅଶୋଧିତ ତୈଳ କିଣେ ଭାରତ । ତେଲ ନକିଣିବା ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚାପ ପକାଇ ଆସୁଛି ଆମେରିକା । ତେବେ କମ ଦରରେ ଋଷିଆ ଭାରତକୁ ଅଶୋଧିତ ତେଲ ଦେଉଥିବାରୁ କିଣିବା ଦେଶର ଅର୍ଥନୀତି ପାଇଁ ଲାଭଦାୟକ । ଯଦି ଟ୍ରମ୍ପ ତେଲ ନକିଣିବାକୁ ଭାରତ ଉପରେ ଅଧିକ ଚାପ ପକାନ୍ତି ତେବେ ଆର୍ଥନୈତିକ ଓ କୁଟନୈତିକ ସମସ୍ୟା ସୃଷ୍ଟି ହୋଇପାରେ । କରୋନା ସମୟରେ ଋଷଠାରୁ କମ ଦରରେ ଅଶୋଧିତ ତେଲ କିଣି ଅର୍ଥନୀତିକୁ ସ୍ଥିର ରଖିପାରିଥିଲା ଭାରତ ।

ଆମେରିକାକୁ ଅନୁପ୍ରବେଶକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି ଟ୍ରମ୍ପ । ପ୍ରଥମ କାର୍ଯ୍ୟକାଳରେ ଏଚଓ୍ବାନ ଭିସା ନୀତିକୁ ଶକ୍ତ କରିବାକୁ ଉଦ୍ୟମ କରିଥିଲେ ଟ୍ରମ୍ପ । ଯାହା ଆମେରିକାରେ ଭାରତୀୟଙ୍କ କର୍ମନିଯୁକ୍ତିକୁ ପ୍ରଭାବିତ କରିଥିଲା । ଏଚଓ୍ବାନ ଭିସା ପାଇଁ ସର୍ବନିମ୍ନ ବେତନ ସୀମାକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ସେହିପରି ଆମେରିକାରେ ଜନ୍ମ ସହ ମିଳୁଥିବା ନାଗରିକତା ନିୟମକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଏହା ଲାଗୁ ହେଲେ ଆମେରିକାରେ ଜନ୍ମ ହେଲେ ପିଲାଙ୍କୁ ଆମେରିକା ନାଗରିକତା ମିଳିବନି । କେବଳ ଭିସା ନୁହେଁ ପଢିବା ପାଇଁ ଆମେରିକା ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅଡୁଆ ବଢିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?