ସୁବର୍ଣ୍ଣ ଯୁଗ ପାଇଁ ଟ୍ରମ୍ପ୍‌ଙ୍କ ପ୍ରତିଶ୍ରୁତି

ଓ୍ବାଶିଂଟନ,୨୧।୧: ଡୋନାଲ୍ଡ ଟ୍ରମ୍ପ୍‌ ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିବା କହିଛନ୍ତି। ଆମେରିକା ପ୍ରତ୍ୟେକ ଦେଶ ପାଇଁ ଇର୍ଷଣୀୟ ହେବାକୁ ଯାଉଛି। ଦେଶର ଅନୁଷ୍ଠାନଗୁଡ଼ିକରେ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ଙ୍କ ମହତ୍ତ୍ୱାକାଂକ୍ଷୀ ଦୂରଦୃଷ୍ଟି ଭାବେ ଜଣାଶୁଣା ‘ଆମେରିକା ଫାଷ୍ଟ’କୁ ସେ ଅଗ୍ରପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ଏଥିରେ ଆମେରିକାକୁ ପୁନଶ୍ଚ ନିରାପଦ, ଦେଶକୁ ସବୁ ପ୍ରକାର ପରିସ୍ଥିତି ସହ ସୁହାଇଲା ଭଳି ପଦକ୍ଷେପ ନେବା, ଶକ୍ତି କ୍ଷେତ୍ରରେ ପ୍ରଭାବ ବିସ୍ତାର, ଆମେରିକାର ମୂଲ୍ୟବୋଧକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ଲାଗୁ ହେବ ସୀମା ଏମର୍ଜେନ୍ସି
ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ସୀମା ସୁରକ୍ଷା ଓ ଆମେରିକୀୟ ସମ୍ପ୍ରଦାୟକୁ ନିରାପତ୍ତା ପ୍ରଦାନ ଦିଗରେ ଟ୍ରମ୍ପ୍‌ ଦୃଢ଼ ପଦକ୍ଷେପ ନେବେ। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କେତେକ ନୀତିନିଷ୍ପତ୍ତିକୁ ହଟାଇବା ସହ ମେକ୍ସିକୋ ପାଚେରିକୁ ସୁଦୃଢ଼ କରିବା, ବେଆଇନ ସୀମା ଅତିକ୍ରମକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଓ ଆପରାଧିକ କାର୍ଯ୍ୟକୁ ଦୃଢ଼ ହସ୍ତରେ ଦମନ କରିବା ଆଦି ଟ୍ରମ୍ପ୍‌ଙ୍କ କାର୍ଯ୍ୟଯୋଜନାରେ ଅନ୍ତର୍ଭୁକ୍ତ ଅଛି। ସୀମା ସୁରକ୍ଷାରେ ସଶସ୍ତ୍ର ବଳ ସମେତ ନ୍ୟାଶନାଲ ଗାର୍ଡଙ୍କୁ ନିୟୋଜିତ କରାଯିବ। ଆପରାଧିକ ନିଶାଦ୍ରବ୍ୟ ଚାଲାଣକାରୀଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯିବା ସହ ବିଦେଶୀ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଦୃଢ଼ହସ୍ତରେ ଦମନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଆଇନ ପ୍ରବର୍ତ୍ତନକାରୀ ଅଧିକାରୀଙ୍କ ସମେତ ଆମେରିକୀୟଙ୍କ ହତ୍ୟାକୁ ଜଘନ୍ୟ ଅପରାଧ ଭାବେ ଗ୍ରହଣ କରାଯାଇ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ନ୍ୟାୟ ବିଭାଗ ପଦକ୍ଷେପ ନେବ ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।
ଗଲ୍ଫ ଅଫ୍‌ ମେକ୍ସିକୋ ହେବ
ଗଲ୍ଫ ଅଫ୍‌ ଆମେରିକା
ଗଲ୍ଫ ଅଫ୍‌ ମେକ୍ସିକୋକୁ ଗଲ୍ଫ ଅଫ୍‌ ଆମେରିକାରେ ପରିଣତ କରାଯିବ। ଆମେରିକା ମେକ୍ସିକୋ ସୀମାରେ ସେ ଜାତୀୟ ଏମର୍ଜେନ୍ସି ଘୋଷଣା କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ବିନା କାଗଜପତ୍ରରେ ଆମେରିକାରେ ରହିଥିବା ଅସଂଖ୍ୟ ନିୟୁତ ଆପ୍ରବାସୀଙ୍କୁ ସେ ବିଦା କରିବେ ବୋଲି କହିଛନ୍ତି। ଏହା କହିଲା ବେଳେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଛିଡ଼ାହୋଇ ତାଙ୍କ କଥାକୁ ସମର୍ଥନ ଜଣାଇଥିଲେ। ସେହିପରି ପାନାମା କେନାଲକୁ ଆମେରିକା ଅକ୍ତିଆର କରିବା ଉପରେ ଟ୍ରମ୍ପ୍‌ ଗୁରୁତ୍ୱ ଦେଇଛନ୍ତି। ଏବେ ଚାଇନା ପାନାମା କେନାଲକୁ ପରିଚାଳିତ କରିଥିବାରୁ ଟ୍ରମ୍ପ୍‌ ତାହାକୁ ନିଜ ଆଡ଼କୁ ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି।
କ୍ଷେତ୍ରରେ ଆଉ ଏକ ପାହାଚ ଚଢ଼ି ମଙ୍ଗଳକୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇ ଦେଶକୁ ମହାକାଶ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରହିଥିବା ଟ୍ରମ୍ପ୍‌ କହିଛନ୍ତି। ପ୍ରତ୍ୟେକ ବିଭାଗ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିକେସି (ସରକାରୀ ଦକ୍ଷତା ବିଭାଗ) ପ୍ରତିଷ୍ଠା କରିବା ଉପରେ ନୂଆ ରାଷ୍ଟ୍ରପତି ପ୍ରାଧାନ୍ୟ ଦେଇଛନ୍ତି।
କେବଳ ରହିବ ୨ଟି ଲିଙ୍ଗ
ଲିଙ୍ଗଗତ ବିବିଧତାରେ ପୂର୍ଣ୍ଣଛେଦ ଆଣି ଆମେରିକାର ସଂଘୀୟ ସରକାର କେବଳ ଦୁଇଟି ଲିଙ୍ଗ- ପୁରୁଷ ଓ ମହିଳାକୁ ସ୍ବୀକୃତି ଦେବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏନେଇ ଖୁବ୍‌ଶୀଘ୍ର ଏକ୍ଜିକ୍ୟୁଟିଭ୍‌ ଅର୍ଡରେ ସ୍ବାକ୍ଷର କରିବେ ବୋଲି ଘୋଷଣା କରିଛନ୍ତି। କିଛିବର୍ଷ ହେବ ଆମେରିକାରେ କିନ୍ନରଙ୍କ ଅଧିକାର ଏକ ବିବାଦୀୟ ରାଜନୈତିକ ବିଷୟ ହୋଇ ରହିଥିଲା। ଗତ ନିର୍ବାଚନୀ ପ୍ରଚାର ବେଳେ ଅନେକ ରିପବ୍ଲିକାନ୍‌ ସମଲିଙ୍ଗୀ ସଂକ୍ରାନ୍ତ ଆଇନକୁ ବଦଳାଇବା ପାଇଁ ଦାବି ଜଣାଇଥିଲେ। ବିବିଧତା, ସମାନତା ଏବଂ ସମାବେଶୀ କାଯର୍ର୍‌ୟକ୍ରମ ଦିଗରେ ଖୁବ୍‌ଶୀଘ୍ର ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟ୍ରମ୍ପ୍‌ଙ୍କ ଆଗାମୀ ପ୍ରଶାସନର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri