ଟ୍ରମ୍ପଙ୍କ ନିର୍ଦ୍ଦେଶ: ନୂଆ ପାର୍ସପୋର୍ଟରେ ଟ୍ରାନ୍ସଓମ୍ୟାନଙ୍କ ବଦଳିଗଲା ଜେଣ୍ଡର

ଓ୍ବାଶିଂଟନ,୩୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ଅନୁସାରେ ଦେଶରେ କେବଳ ଦୁଇଟି ଲିଙ୍ଗ, ପୁରୁଷ ଏବଂ ସ୍ତ୍ରୀଲିଙ୍ଗକୁ ସ୍ବୀକୃତି ଦିଆଯିବ। ଏଥିପାଇଁ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। ଏହି ଆଦେଶ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ଲିଙ୍ଗ ପରିବର୍ତ୍ତନ କରାଯାଇପାରିବ ନାହିଁ। ତଥାପି, ନୂତନ ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶ ଦେଶରେ ବିବାଦକୁ ଜନ୍ମ ଦେଇଛି, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
ଏବେ ଜଣେ ଟ୍ରାନ୍ସ-ମହିଳା ଦାବି କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆସିବା ପରେ, ତାଙ୍କ ପାସପୋର୍ଟରେ ତାଙ୍କର ଲିଙ୍ଗ ‘ପୁରୁଷ’ ଭାବରେ ପରିବର୍ତ୍ତନ କରାଯାଇଛି, ଯେତେବେଳେ ତାଙ୍କର ଅନ୍ୟ ସମସ୍ତ ଡକ୍ୟୁମେଣ୍ଟରେ ତାଙ୍କୁ ଜଣେ ମହିଳା ଭାବରେ ଚିହ୍ନଟ କରାଯାଇଛି। ତଥାପି, ଏହି ଟ୍ରାନ୍ସଓମ୍ୟାନ ଜଣେ ପୁରୁଷ ଭାବରେ ଜନ୍ମ ହୋଇଥିଲେ, ଯିଏ ପରେ ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ମହିଳା ହୋଇଛନ୍ତି।
ଇନଫ୍ଲ୍ୟୁଏନ୍ସର ଏବଂ ଡିଜିଟାଲ କ୍ରିଏଟର ପ୍ୟାରିସିଆନ ଜାୟା ମେଖି ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓର କ୍ୟାପସନରେ, ଜାୟା ଲେଖିଛନ୍ତି, ଏହା ଆରମ୍ଭ ହେଲା। ଭିଡିଓରେ ନୂତନ ପାସପୋର୍ଟ ବିଷୟରେ କହିବାକୁ ଗଲେ, ଜାୟା କହିଛନ୍ତି, ‘ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁଁ ସେମାନେ ମୋର ପାସପୋର୍ଟ ପରିବର୍ତ୍ତନ କରି ‘ପୁରୁଷ’ ଲେଖିଥିଲେ।’ ଏହା ପରେ, ସେ ଭିଡିଓରେ ତାଙ୍କର ପାସପୋର୍ଟ ମଧ୍ୟ ଦେଖାଇଲେ, ଯେଉଁଥିରେ ଲିଙ୍ଗ ସ୍ତମ୍ଭରେ ‘M’ ଲେଖାଯାଇଥିଲା।
ମୋର ସମସ୍ତ ଡକ୍ୟୁମେଣ୍ଟରେ ମୋତେ ଜଣେ ମହିଳା ଭାବରେ ଚିହ୍ନଟ କରାଯାଇଛି ଏବଂ ଅସ୍ତ୍ରୋପଚାର ପରେ ମୁଁ ଜଣେ ସମ୍ପୂର୍ଣ୍ଣ ମହିଳା ହୋଇଗଲି,’ ଜାୟା ତାଙ୍କ ପାସପୋର୍ଟ ସହିତ ପାଇଥିବା ଏକ ଚିଠି ପଢ଼ି ମଧ୍ୟ ଏହା ସ୍ପଷ୍ଟ ଭାବେ କହିଛନ୍ତି କି କେବଳ ପାର୍ସପୋର୍ଟରେ ତାଙ୍କର ଜେଣ୍ଡର ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri