ଟ୍ରମ୍ପଙ୍କ ବଡ଼ ଘୋଷଣା: ଏହି ଦିନଠୁ ଭାରତ ଉପରେ ଲାଗୁ ହେବ ଟାରିଫ୍‌, ବିଦେଶୀ ସହାୟତା ଉପରେ ଲଗାଇଲେ ରୋକ

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ବୁଧବାର ଟ୍ରମ୍ପ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସ ଚାମ୍ବରରେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି। ଜାନୁଆରୀ ୨୦ ତାରିଖରେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଭାଷଣ । ଟ୍ରମ୍ପଙ୍କ ଏହି ଅଭିଭାଷଣ ଏପରି ଏକ ସମୟରେ ଆସିଛି ଯେତେବେଳେ ସେ ମେକ୍ସିକୋ, କାନାଡା ଏବଂ ଚାଇନା ଉପରେ ବ୍ୟାପକ ଟାରିଫ୍‌ ଲାଗୁ କରିଛନ୍ତି ଏବଂ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଆମେରିକୀୟ ସାମରିକ ସହାୟତା ପ୍ରତ୍ୟାହାର କରିଛନ୍ତି।

ଏହି ସମୟରେ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଚାଇନା ବିରୋଧରେ ପାରସ୍ପରିକ ଟାରିଫ୍‌ ଏପ୍ରିଲ ୨ରୁ ଲାଗୁ ହେବ। ପୂର୍ବରୁ ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଟାରିଫ୍‌ ଲଗାଯାଇଥିଲା।

ଏଥିସହିତ ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି, ଏବେ ଦେଶରେ ଓଭରଟାଇମ ଏବଂ ଟିପ୍ସ ଉପରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ। ସେହିପରି ଟ୍ରମ୍ପ ସମସ୍ତ ବିଦେଶୀ ସହାୟତା ଉପରେ ରୋକ ଲଗାଇବା ଘୋଷଣା କରିଛନ୍ତି, ଯାହା ଆମେରିକାର ନୀତିରେ ଏକ ବଡ଼ ପରିବର୍ତ୍ତନର ଏକ ସଙ୍କେତ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଶାସନ ଆମେରିକାର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ଆଣିବା ପାଇଁ ସଂଘର୍ଷ କରୁଛି। ଏହା ବଡ଼ ସ୍ବପ୍ନ ଏବଂ ସାହସିକ କାର୍ଯ୍ୟର ସମୟ। ଆମେ ଜୋ ବାଇଡେନଙ୍କ ସମସ୍ତ ପରିବେଶଗତ କଟକଣାକୁ ସମାପ୍ତ କରିଦେଇଛୁ ଯାହା ଆମ ଦେଶକୁ କମ୍‌ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ପ୍ରଭାବହୀନ କରୁଥିଲା।

ଟ୍ରମ୍ପ ଆହୁରି କହିଛନ୍ତି ଯେ ତାଙ୍କ ପ୍ରଶାସନ ୫ ନିୟୁତ ଡଲାରର ଏକ ଗୋଲ୍ଡ କାର୍ଡ ଆରମ୍ଭ କରୁଛି ଯାହା ବିଶ୍ୱର ପ୍ରତିଭାବାନ ଏବଂ ପରିଶ୍ରମୀ ଲୋକଙ୍କୁ ଆମେରିକୀୟ ନାଗରିକତା ପାଇବା ପାଇଁ ଏକ ପଥ ପ୍ରଦାନ କରିବ। ଏହା ଗ୍ରୀନ କାର୍ଡ ପରି, କିନ୍ତୁ ଅନେକ ଦୃଷ୍ଟିରୁ ଏହା ଅପେକ୍ଷା ଭଲ।

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri