ଟ୍ରମ୍ପ୍‌ଙ୍କ ଆରମ୍ଭ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ସକାଶେ ଚୁକ୍ତି ହୋଇଯାଇଥିବାରୁ ଶପଥ ଗ୍ରହଣର ୨୪ ଘଣ୍ଟା ପୂର୍ବରୁ ୧୯ ଜାନୁଆରୀରେ ଏହା କାର୍ଯ୍ୟକାରୀ ହୋଇଛି। ଇତିମଧ୍ୟରେ ଇସ୍ରାଏଲର ୩ ଜଣ ପଣବନ୍ଦୀଙ୍କୁ ଛାଡ଼ିବା ଲାଗି ହମାସ ସେମାନଙ୍କ ନାମ ଘୋଷଣା କରିସାରିଛି। ଆଗକୁ ଯୁଦ୍ଧବିରତି କେତେ ବାଟ ଯିବ ତାହା ଜଣାପଡ଼ିବ। ଏଠାରେ ମନେପକାଇ ଦିଆଯାଇପାରେ ଯେ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସ ପ୍ରଥମେ ଆକ୍ରମଣ କରି ଅନେକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରିନେଇଥିଲା। ଏହାର ଜବାବରେ ଇସ୍ରାଏଲ ଦୀର୍ଘ ୧୫ ମାସ ମଧ୍ୟରେ ୪୬ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଜୀବନ ନେବା ସହ ଗାଜା ଅଞ୍ଚଳକୁ ଧ୍ୱଂସସ୍ତୂପରେ ପରିଣତ କରିଦେଇଛି। ଏହି ସମୟ ମଧ୍ୟରେ ଲେବାନନ୍‌ରେ ଗଢ଼ିଉଠିଥିବା ଆତଙ୍କବାଦୀ ସଙ୍ଗଠନ ହେଜବୋଲ୍ଲା ଓ ଇରାନ୍‌ ଭଳି ରାଷ୍ଟ୍ର ହମାସକୁ ସହଯୋଗ କରିବାକୁ ଆଗେଇ ଆସିଥିଲେ ମଧ୍ୟ ଇସ୍ରାଏଲର ଶୀର୍ଷ ଗୋଇନ୍ଦା ସଂସ୍ଥା ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦ୍ୱାରା କ୍ଷତାକ୍ତ ହୋଇଯାଇଛନ୍ତି। ଅନେକ ସାଧାରଣ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ଘଟିବାରୁ ଇସ୍ରାଏଲ ଯୁଦ୍ଧ ବନ୍ଦ କରୁ ବୋଲି ବିଶ୍ୱବ୍ୟାପୀ ଚାପ ପଡ଼ିଥିଲା। ଯୁଦ୍ଧବିରତି କରିବା ଲାଗି କାତାର, ଇଜିପ୍ଟ ଓ ଆମେରିକା ମଧ୍ୟସ୍ଥ କରିବାକୁ ଆଗେଇ ଆସିବାରୁ ୧୫ ଜାନୁଆରୀରେ ଏ ସଂକ୍ରାନ୍ତରେ ଚୁକ୍ତି ହୋଇଥିଲା।
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ହେବା ଓ ସମ୍ପୃକ୍ତ ଭୂଖଣ୍ଡକୁ ସାମୟିକ ଆଶ୍ୱସ୍ତି ମିଳିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ଏହା ମନେରଖିବାକୁ ହେବ ଯେ ଚୁକ୍ତିରେ ସାମାନ୍ୟ ଅସଙ୍ଗତି ଦେଖାଦେଲେ ଅସ୍ବାଭାବିକ ସ୍ଥିତି ମଧ୍ୟ ଉପୁଜିପାରେ। କାରଣ ଅତୀତରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି। ଏଭଳି ପ୍ରଚ୍ଛଦପଟରେ ଆଉ ଏକ ବିଷୟ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କଲାଣି। ଟ୍ରମ୍ପଙ୍କ ୨୦୧୬ରୁ ୨୦୨୦ ପ୍ରଥମ ପାଳିର ରାଷ୍ଟ୍ରପତିତ୍ୱ ସମୟ ଅନେକ କାରଣ ପାଇଁ ବିବାଦୀୟ ହୋଇପଡ଼ିଥିଲା। ୨୦ ଜାନୁଆରୀରେ ଦ୍ୱିତୀୟ ପାଳି ଆରମ୍ଭ ହେବା ପୂର୍ବରୁ ଯାହା ସମ୍ପୂର୍ଣ୍ଣ ଭାବେ ବିବାଦ ବଳୟକୁ ଆସିଯାଇଛି ତାହା ହେଲା ଟ୍ରମ୍ପଙ୍କ ପୁନଶ୍ଚ ଏକଜିଦିଆ ଉଚ୍ଚାରଣ। ସେ କିଛି ଦିନ ପୂର୍ବରୁ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ବୃହତ୍‌ ଦୀପ ‘ଗ୍ରିନ୍‌ଲାଣ୍ଡ’କୁ ଆମେରିକା ଅକ୍ତିଆର କରିବ। ସୂଚନା ଦିଆଯାଇପାରେ ଯେ ଡେନ୍‌ମାର୍କ ପରିଚାଳିତ ଗ୍ରୀନ୍‌ଲାଣ୍ଡ ଏକ ସ୍ବୟଂଶାସିତ ଭୂଖଣ୍ଡ ଭାବେ ପରିଚିତ। ଆମେରିକାଠାରୁ ଏହା ୫ ହଜାର କିଲୋମିଟିର ଦୂରରେ ଅବସ୍ଥିତ। ପ୍ରତିରକ୍ଷା ଦୃଷ୍ଟିକୋଣରୁ ତାହାକୁ ଅକ୍ତିଆର କରିବା ଆମେରିକା ପାଇଁ ନିତାନ୍ତ ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି। ସେହିପରି ପାନାମା କେନାଲ ଅନ୍ତର୍ଜାତୀୟ ସ୍ତରରେ ବାଣିଜି୍ୟକ ଜଳପଥ ଭାବେ ଜଣାଶୁଣା ଥିବାରୁ ତାହାକୁ ପାନାମାଠାରୁ ଛଡ଼ାଇ ଆଣିବା ଉପରେ ଟ୍ରମ୍ପ ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବା କଥା ହେଲା ଆମେରିକା ଆଶୀର୍ବାଦରୁ ପାନାମା ଭଳି ଛୋଟିଆ ଦେଶ ତାହାକୁ ପରିଚାଳନା କରୁଛି। କିନ୍ତୁ ତାହା ଉପରେ ଚାଇନା ନଜର ପକାଇଥିବାରୁ ଟ୍ରମ୍ପ କ୍ଷୁବ୍ଧ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଚାଇନା ଟ୍ରମ୍ପଙ୍କ କୁହାଟକୁ ପ୍ରତିହତ କରିବାକୁ ଯାଇ କହିଛି ଯେ ପାନାମା ଏକ ସାର୍ବଭୌମ ଦେଶ। ପାନାମା କେନାଲ ଏକ ନିରପେକ୍ଷ ଅନ୍ତର୍ଜାତୀୟ ଜଳପଥ ହୋଇଥିବାରୁ ଚାଇନା ଏ ନେଇ ଟ୍ରମ୍ପଙ୍କୁ ବିରୋଧ କରିଛି। ତେବେ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ କାର୍ଯ୍ୟକାଳ ଆରମ୍ଭ ହେଲେ ବାସ୍ତବତା ଜଣାପଡ଼ିବ।
ଆମେରିକା ବିଶ୍ୱର ବଡ଼ଭାଇପଣିଆ ଦେଖାଇ ଆସୁଥିବା ବିଷୟ ସମସ୍ତଙ୍କୁ ଜଣାଶୁଣା। ସଂଘର୍ଷ ପ୍ରପୀଡ଼ିତ ଦେଶ ମଧ୍ୟରେ ଯୁଦ୍ଧବିରତି କରିବାରେ ଲୋକଦେଖାଣିଆ ମଧ୍ୟସ୍ଥ ଭୂମିକା ନିର୍ବାହ କରିବା ହେଉ ବା ପୀଡ଼ିତଙ୍କ ପାଇଁ ମାନବୀୟ ସହାୟତା ଯୋଗାଇ ଦେଇ ଏହି ରାଷ୍ଟ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥାଏ। ଏହି ସମୟରେ ଆଉ ଏକ କୌତୂହଳପ୍ରଦ ଦାବିକୁ ନେଇ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଭାବୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ମଧ୍ୟରେ କସରତ ଚାଲିଥିବା ଦୃଷ୍ଟଗୋଚର ହେଉଛି। ଇସ୍ରାଏଲ-ହମାସ ସାମୟିକ ଯୁଦ୍ଧବିରତିର ଶ୍ରେୟ ନେବା ପାଇଁ ଉଭୟେ ବ୍ୟସ୍ତ। ଟ୍ରମ୍ପ କହିଥିଲେ ସେ ପୁନଶ୍ଚ ରାଷ୍ଟ୍ରପତି ହେବା ପୂର୍ବରୁ ଇସ୍ରାଏଲ-ହମାସ ଯୁଦ୍ଧବିରତି ହୋଇଯିବ। ତାଙ୍କ କହିବା ଅନୁଯାୟୀ ତାହା କାର୍ଯ୍ୟକାରୀ ହୋଇଥିବାରୁ ଟ୍ରମ୍ପ ଶ୍ରେୟ ନେବା ଯଥାର୍ଥ ମନେହେଉଛି। ଅନ୍ୟପକ୍ଷରେ ତାଙ୍କ ଶାସନର ଲେଗାସି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ବାଇଡେନ୍‌ କହିଲେଣି। କିନ୍ତୁ ଇସ୍ରାଏଲ-ହମାସ ସଂଘର୍ଷ ବାଇଡେନ୍‌ଙ୍କ ସମୟରେ ଆରମ୍ଭ ହୋଇ ୧୯ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଘମାଘୋଟ ଲଢ଼େଇରେ ପରିଣତ ହୋଇଥିଲା। ଏହି ସନ୍ଦିକ୍ଷଣରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ଲୁଚିଯାଉଥିବା ଭଳି ମନେହେଉଛି। ଏ ସମ୍ପର୍କରେ ଦୁଇ ନେତା ନୀରବ। ତେଣୁ ସଫା କହିହେବ ଯେ ସିଏ ବାଇଡେନ୍‌ ହୁଅନ୍ତୁ ବା ଟ୍ରମ୍ପ ନିଜ ଆତ୍ମ ସନ୍ତୁଷ୍ଟୀକରଣ ହେଉ ବା ଆତ୍ମ ବିସ୍ତାରବାଦ ସେମାନଙ୍କ ପାଇଁ ସର୍ବାଧିକ ଗୁରୁତ୍ୱ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri