ସୁଧୁରିଯିବେ ଟ୍ରମ୍ପ:ଭାରତ ଉପରୁ ହଟିଯିବ ଟାରିଫ୍‌!

କୋଲକାତା,୧୯ା୯:ନଭେମ୍ବର ୩୦ ପରେ ଆମେରିକା ସହ ଟାରିଫ୍‌ ପ୍ରସଙ୍ଗର ସମାଧାନ ହେବା ନେଇ ଆଶା କରାଯାଉଥିବା ଗୁରୁବାର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍‌ କହିଛନ୍ତି। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫ ପ୍ରତିଶତ ଦଣ୍ଡାତ୍ମକ ଟାରିଫ୍‌କୁ ପ୍ରତ୍ୟାହାର କରିନେଇପାରେ। ଏଥିସହିତ ୨୫ ପ୍ରତିଶତ ଜବାବୀ ଟାରିଫ୍‌କୁ ୧୦ରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇପାରେ ବୋଲି ନାଗେଶ୍ୱରନ୍‌ ଆଶାବ୍ୟକ୍ତ କରିଛନ୍ତି।
ରୁଷିଆରୁ ନୂଆଦିଲ୍ଲୀ ତୈଳ କିଣା ଜାରି ରଖିଥିବାରୁ ଗତ ଅଗଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍‌ ଲଗାଇଥିଲେ। ପୂର୍ବର ୨୫% ରେସିପ୍ରୋକାଲ ଟାରିଫ୍‌ ସହ ଏହା ମିଶି ଭାରତୀୟ ସାମଗ୍ରୀ ଉପରେ ଟାରିଫ୍‌ ପରିମାଣ ୫୦%ରେ ପହଞ୍ଚତ୍ଥିଲା। ଭାରତ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ କୋଲକାତାରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ଉଦ୍‌ବୋଧନ ଦେଇ ନାଗେଶ୍ୱରନ୍‌ କହିଛନ୍ତି, ୨ ଦେଶର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ମୋର ଅନୁମାନ, ଆଗାମୀ ୮ରୁ ୧୦ ସପ୍ତାହ ମଧ୍ୟରେ ଟାରିଫ୍‌ ସମସ୍ୟାର ସମାଧାନ ହୋଇଯିବ। ଯଦି ଟାରିଫ୍‌ ଜାରି ରହେ, ତେବେ ଆମେରିକାକୁ ରପ୍ତାନି ହ୍ରାସ ପାଇବ। ଭାରତ ଏକ ଆକାଂକ୍ଷୀ ନିମ୍ନ-ମଧ୍ୟମ ଆୟକାରୀ ଅର୍ଥନୀତି ଏବଂ ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକରେ ଏହାର ବାସ୍ତବ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା। କୋଭିଡ୍‌ ମହାମାରୀ ପରେ ଭାରତୀୟ ଅର୍ଥନୀତି ଅନ୍ୟ ଅନେକ ଦେଶଠାରୁ ଦ୍ରୁତତର ଅଭିବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଭିନ୍ନ ଏକ ରେବତୀ: ବାପା ଦିନ ମଜୁରିଆ, ଝିଅ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟପ୍ପର, କହିଲେ-ଆଗକୁ ମୁଁ…

ବଲାଙ୍ଗୀର, ୬।୬ (ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ଗଳ୍ପ ସେନାପତିଙ୍କ କାଳଜୟୀ ‘ରେବତୀ’କୁ ନେଇ ଓଡ଼ିଆ ସାହିତ୍ୟ ଜଗତ ମୁଖରିତ। ନାରୀ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଫାୟାରିଂ ମାମଲାରେ ସରେଣ୍ଡର କଲେ ଖାନ୍‌ ସାର, ଏବେ ଆଗକୁ…

ପାଟନା,୬।୬: ବିହାରର ଜଣାଶୁଣା ଶିକ୍ଷକ ତଥା ‘ଖାନ ଗ୍ଲୋବାଲ ଷ୍ଟଡିଜ’ର ପ୍ରତିଷ୍ଠାତା ଖାନ ସାର୍‌ କୋଚିଂ ସଂସ୍ଥାନରେ ହୋଇଥିବା ହିଂସା ଏବଂ ଗୁଳିଚାଳନା (ଫାୟାରିଂ) ମାମଲାରେ ଆତ୍ମସମର୍ପଣ…

ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ…

ଭୟଙ୍କର ଦୁର୍ଘଟଣା, ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ଗାଁର ୫ ଯୁବକ ମୃତ

ଅହମଦାବାଦ,୬।୬: ମୋର୍ବି-ହାଲଭାଡ ରାଜପଥର ଚରଦ୍ବା ଗ୍ରାମ ଉପକଣ୍ଠରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ରଣଛୋଡଗଡ଼ ଗ୍ରାମର ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri