ରୁଷିଆ, ଚାଇନା ଉପରେ ବଡ଼ କଟକଣା ଲଗାଇବେ ଟ୍ରମ୍ପ୍‌

ନ୍ୟୁୟର୍କ/ଓ୍ବାଶିଂଟନ,୧୩ା୯: ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିବାକୁ ହେଲେ ଚାଇନା ଉପରେ ୫୦ରୁ ୧୦୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ନାଟୋ ରାଷ୍ଟ୍ରଗୁଡ଼ିକୁ କହିଛନ୍ତି। ଏଥିସହିତ ରୁଷିଆରୁ ନାଟୋ ରାଷ୍ଟ୍ରଗୁଡ଼ିକ ତେଲ କିଣା ବନ୍ଦ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସବୁ ନାଟୋ ଦେଶ ମସ୍କୋରୁ ତୈଳ କିଣା ବନ୍ଦ କରିଦେଲେ ସେ ରୁଷିଆ ଉପରେ ବଡ଼ କଟକଣା ଲଗାଇବେ ବୋଲି ଟ୍ରୁଥ୍‌ ସୋସିଆଲରେ ଟ୍ରମ୍ପ୍‌ ଲେଖିଛନ୍ତି। ରୁଷିଆରୁ ନାଟୋ ରାଷ୍ଟ୍ର ତେଲ କିଣୁଥିବାରୁ ମସ୍କୋ ଉପରେ ମୂଲଚାଲ କ୍ଷମତା ଓ ବୁଝାମଣା ସ୍ଥିତି ଦୁର୍ବଳ ହେଉଛି। ଚାଇନା ଉପରେ ୫୦ରୁ ୧୦୦ ପ୍ରତିଶତ ଶୁଳ୍କ ଲଗାଗଲେ ଯୁଦ୍ଧ ବନ୍ଦ ଦିଗରେ ଏହା ବଡ଼ ସହାୟକ ହେବ। କାରଣ ରୁଷିଆ ଉପରେ ଚାଇନାର ଦୃଢ଼ ନିୟନ୍ତ୍ରଣ ରହିଛି। ପ୍ରଭାବଶାଳୀ ଟାରିଫ୍‌ ଏହାକୁ ଭାଙ୍ଗିଦେବ ବୋଲି ଟ୍ରମ୍ପ୍‌ କହିଛନ୍ତି।

ଟ୍ରମ୍ପ୍‌ ଆହୁରି କହିଛନ୍ତି, ୟୁକ୍ରେନ୍‌ ଯୁଦ୍ଧ ତାଙ୍କ ଯୁଦ୍ଧ ନୁହେଁ। ସେ ରାଷ୍ଟ୍ରପତି ଥିଲେ ୟୁକ୍ରେନ୍‌ ଯୁଦ୍ଧ କଦାପି ଆରମ୍ଭ ହୋଇ ନ ଥାନ୍ତା। ଏହା ବାଇଡେନ୍‌ ଓ ଜେଲେନ୍‌ସ୍କିଙ୍କ ଯୁଦ୍ଧ। ସେ କେବଳ ଯୁଦ୍ଧ ବନ୍ଦ କରିବାରେ ସହାୟତା ପାଇଁ ଓ ଅନେକ ହଜାର ରୁଷୀୟ ଏବଂ ୟୁକ୍ରେନୀୟଙ୍କ ଜୀବନ ରକ୍ଷା ପାଇଁ ଏଠାରେ ଅଛନ୍ତି। ତାଙ୍କ କହିବା ଅନୁଯାୟୀ ଯଦି ନାଟୋ ପଦକ୍ଷେପ ନିଏ, ତେବେ ଯୁଦ୍ଧର ଶୀଘ୍ର ଅବସାନ ଘଟିବ ଓ ସମସ୍ତଙ୍କ ଜୀବନ ବଞ୍ଚତ୍ୟିବ। ନ ହେଲେ କେବଳ ମୋର ସମୟ ନଷ୍ଟ ହେବ ନାହିଁ ଆମେରିକାର ସମୟ, ଶକ୍ତି ଓ ଅର୍ଥ ବରବାଦ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି।

ଲାଗିବ ୫୦ରୁ ୧୦୦% ଟାରିଫ୍‌


Enter your email to get our daily news in your inbox.

All Right Reserved By Dharitri.Com

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ଓ୍ବାଶିଂଟନ,୩୧ା୧: ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ,…

ଅଧିକ ଏପ୍‌ଷ୍ଟେଇନ୍‌ ଫାଇଲ୍‌ ପ୍ରକାଶ କଲା ଆମେରିକା ନ୍ୟାୟ ବିଭାଗ

ଓ୍ବାଶିଂଟନ୍‌,୩୧ା୧: ଯୌନ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟେଇନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି।…

ଭେନେଜୁଏଲା ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ, ଜାରିହେଲା ଜରୁରୀ ସ୍ଥିତି

ନ୍ୟୁୟର୍କ,୩୧ା୧:ଭେନେଜୁଏଲା ପରେ ଏବେ ଅନ୍ୟତମ କାରିବିଆନ ରାଷ୍ଟ୍ର କ୍ୟୁବା ଉପରେ ଟ୍ରମ୍ପଙ୍କ ଦୃଷ୍ଟି ପଡ଼ିଛି। କ୍ୟୁବାକୁ ଏକଘରିକିଆ କରିବାକୁ ଟ୍ରମ୍ପ ଏହି ଦେଶ ଉପରେ ଜରୁରିକାଳୀନ ସ୍ଥିତି…

ଆଣବିକ ଲକ୍ଷ୍ୟରୁ ନ ହଟିଲେ ଯୁଦ୍ଧ: ଇରାନ୍‌କୁ ଆମେରିକାର ଚେତାବନୀ

ନ୍ୟୁୟର୍କ ,୩୧ା୧:ମଧ୍ୟପ୍ରାଚ୍ୟରେ ଆମେରିକାର ଶକ୍ତିଶାଳୀ ନୌସେନା ଉପସ୍ଥିତି ଇରାନ ଉପରେ ଆକ୍ରମଣର ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଆରବ ସାଗରରେ ଇରାନ ଉପକୂଳଠାରୁ ଅଳ୍ପ କିଛି ଦୂରରେ ଆମେରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri