ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବାକୁ ଏବେଠୁ ବଡ଼ ଯୋଜନା

ଓ୍ବାଶିଂଟନ,୨୪।୧: ଗତ ବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ପଦରେ ରହିବାର ପଥ ପରିଷ୍କାର କରିଥିଲେ। ଏବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ରାସ୍ତାରେ ଚାଲୁଥିବା ପରି ମନେ ହେଉଛି। ଆମେରିକୀୟ ଆଇନ ଅନୁଯାୟୀ, ଆମେରିକାରେ କୌଣସି ରାଷ୍ଟ୍ରପତି ଦୁଇ ଥରରୁ ଅଧିକ ସମୟ ପାଇଁ ତାଙ୍କ ପଦବୀରେ ରହିପାରିବେ ନାହିଁ। ଦୁଇଥରର ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ। କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇପାରେ।

ଗୁରୁବାର ଜଣେ ରିପବ୍ଲିକାନ ପାର୍ଟି ନେତା ଆମେରିକା ସମ୍ବିଧାନ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହା ଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ଅନ୍ୟ ଜଣେ ରାଷ୍ଟ୍ରପତି ହ୍ବାଇଟ ହାଉସରେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇପାରିବେ।
“ଟ୍ରମ୍ପ ନିଜକୁ ଆଧୁନିକ ଇତିହାସର ଏକମାତ୍ର ନେତା ଭାବରେ ପ୍ରମାଣିତ କରିଛନ୍ତି, ଯିଏ ଆମ ଦେଶର ଅବନତିକୁ ବଦଳାଇ ପାରିବେ ଏବଂ ଆମେରିକାକୁ ମହାନତା ଫେରାଇ ଆଣିପାରିବେ, ସେ ସକ୍ଷମ ଏବଂ ଏହି ମିଶନକୁ ସମାପ୍ତ କରିବା ପାଇଁ ତାଙ୍କୁ ଆବଶ୍ୟକ ସମୟ ଦିଆଯିବା ଉଚିତ ” ବୋଲି ପ୍ରସ୍ତାବ ଆଗତ କରିଥିବା ଏମ୍‌ପି ଆଣ୍ଡି ଓଗଲ୍ସ କହିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ କମଳା ହାରିସ ଆମେରିକାର ଲୋକମାନଙ୍କୁ ଚେତାବନୀ ଦେଇ ଆସିଛନ୍ତି ଯେ ଯଦି ଟ୍ରମ୍ପ କ୍ଷମତାକୁ ଆସନ୍ତି, ତେବେ ସେ ଆମେରିକାର ଆଇନ ପରିବର୍ତ୍ତନ କରିବେ। ଜଣେ ରିପବ୍ଲିକାନ ହାଉସ ସଦସ୍ୟଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବରୁ ଏହା ସୂଚିତ ହେଉଥିବା ପରି ମନେ ହେଉଛି ଯେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକୀୟ ଆଇନ ପରିବର୍ତ୍ତନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପୂର୍ବରୁ ଲିଙ୍ଗ, ନାଗରିକତା ଏବଂ ପ୍ରବାସ ଆଇନ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇସାରିଛନ୍ତି।

ଓଗଲ୍ସ ଜଣେ ରିପବ୍ଲିକାନ ପାର୍ଟି ସଦସ୍ୟ ଯିଏ ଗୃହରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରୁଛନ୍ତି। ସେ ପ୍ରସ୍ତାବ ଉପସ୍ଥାପନ କରି କହିଥିଲେ, “ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଉପରେ ୨୨ତମ ସଂଶୋଧନ ଦ୍ୱାରା ଲାଗୁ ହୋଇଥିବା ସୀମାକୁ ସଂଶୋଧନ କରିବା ପାଇଁ ମୁଁ ସମ୍ବିଧାନରେ ଏକ ସଂଶୋଧନ ପ୍ରସ୍ତାବ ଦେଉଛି।” ତେବେ ଏ ସମ୍ପର୍କରେ ହ୍ବାଇଟ ହାଉସ ପକ୍ଷରୁ କୌଣସି ସରକାରୀ ମନ୍ତବ୍ୟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri