ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବାକୁ ଏବେଠୁ ବଡ଼ ଯୋଜନା

ଓ୍ବାଶିଂଟନ,୨୪।୧: ଗତ ବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ପଦରେ ରହିବାର ପଥ ପରିଷ୍କାର କରିଥିଲେ। ଏବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ରାସ୍ତାରେ ଚାଲୁଥିବା ପରି ମନେ ହେଉଛି। ଆମେରିକୀୟ ଆଇନ ଅନୁଯାୟୀ, ଆମେରିକାରେ କୌଣସି ରାଷ୍ଟ୍ରପତି ଦୁଇ ଥରରୁ ଅଧିକ ସମୟ ପାଇଁ ତାଙ୍କ ପଦବୀରେ ରହିପାରିବେ ନାହିଁ। ଦୁଇଥରର ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ। କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇପାରେ।

ଗୁରୁବାର ଜଣେ ରିପବ୍ଲିକାନ ପାର୍ଟି ନେତା ଆମେରିକା ସମ୍ବିଧାନ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହା ଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ଅନ୍ୟ ଜଣେ ରାଷ୍ଟ୍ରପତି ହ୍ବାଇଟ ହାଉସରେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇପାରିବେ।
“ଟ୍ରମ୍ପ ନିଜକୁ ଆଧୁନିକ ଇତିହାସର ଏକମାତ୍ର ନେତା ଭାବରେ ପ୍ରମାଣିତ କରିଛନ୍ତି, ଯିଏ ଆମ ଦେଶର ଅବନତିକୁ ବଦଳାଇ ପାରିବେ ଏବଂ ଆମେରିକାକୁ ମହାନତା ଫେରାଇ ଆଣିପାରିବେ, ସେ ସକ୍ଷମ ଏବଂ ଏହି ମିଶନକୁ ସମାପ୍ତ କରିବା ପାଇଁ ତାଙ୍କୁ ଆବଶ୍ୟକ ସମୟ ଦିଆଯିବା ଉଚିତ ” ବୋଲି ପ୍ରସ୍ତାବ ଆଗତ କରିଥିବା ଏମ୍‌ପି ଆଣ୍ଡି ଓଗଲ୍ସ କହିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ କମଳା ହାରିସ ଆମେରିକାର ଲୋକମାନଙ୍କୁ ଚେତାବନୀ ଦେଇ ଆସିଛନ୍ତି ଯେ ଯଦି ଟ୍ରମ୍ପ କ୍ଷମତାକୁ ଆସନ୍ତି, ତେବେ ସେ ଆମେରିକାର ଆଇନ ପରିବର୍ତ୍ତନ କରିବେ। ଜଣେ ରିପବ୍ଲିକାନ ହାଉସ ସଦସ୍ୟଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବରୁ ଏହା ସୂଚିତ ହେଉଥିବା ପରି ମନେ ହେଉଛି ଯେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକୀୟ ଆଇନ ପରିବର୍ତ୍ତନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପୂର୍ବରୁ ଲିଙ୍ଗ, ନାଗରିକତା ଏବଂ ପ୍ରବାସ ଆଇନ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇସାରିଛନ୍ତି।

ଓଗଲ୍ସ ଜଣେ ରିପବ୍ଲିକାନ ପାର୍ଟି ସଦସ୍ୟ ଯିଏ ଗୃହରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରୁଛନ୍ତି। ସେ ପ୍ରସ୍ତାବ ଉପସ୍ଥାପନ କରି କହିଥିଲେ, “ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଉପରେ ୨୨ତମ ସଂଶୋଧନ ଦ୍ୱାରା ଲାଗୁ ହୋଇଥିବା ସୀମାକୁ ସଂଶୋଧନ କରିବା ପାଇଁ ମୁଁ ସମ୍ବିଧାନରେ ଏକ ସଂଶୋଧନ ପ୍ରସ୍ତାବ ଦେଉଛି।” ତେବେ ଏ ସମ୍ପର୍କରେ ହ୍ବାଇଟ ହାଉସ ପକ୍ଷରୁ କୌଣସି ସରକାରୀ ମନ୍ତବ୍ୟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri