ଯୁଦ୍ଧବିରତି କ୍ରେଡିଟ ନ ମିଳିବାରୁ କ୍ଷୁବ୍ଧ ଅଛନ୍ତି ଟ୍ରମ୍ପ: ରାଗରେ ଭାରତ ଉପରେ ସୁଝାଉଛନ୍ତି ରାଗ

ନୂଆଦିଲ୍ଲୀ, ୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇବା ପାଇଁ ଏକ କାର୍ଯ୍ୟକାରୀ ଆଦେଶ ଜାରି କରିଛନ୍ତି, ଯାହା ଭାରତ-ଆମେରିକା ସମ୍ପର୍କର ଭବିଷ୍ୟତକୁ ନେଇ ଚିନ୍ତା ସୃଷ୍ଟି କରିଛି। ଏହା ସହିତ ସେ ରୁଷିଆରୁ ଭାରତର ତୈଳ କ୍ରୟ ଜାରି ରଖିବା ନେଇ ନୂଆଦିଲ୍ଲୀ ଉପରେ ‘ସେକେଣ୍ଡାରୀ ସଂକସନ୍‌’ ଲଗାଇବା ପାଇଁ ମଧ୍ୟ ଧମକ ଦେଇଛନ୍ତି।

ଉଇଲସନ ସେଣ୍ଟରର ଦକ୍ଷିଣ ଏସିଆ ଇନଷ୍ଟିଟ୍ୟୁଟର ନିର୍ଦ୍ଦେଶକ ମାଇକେଲ କୁଗେଲମ୍ୟାନ ଏହାକୁ ଗତ ଦୁଇ ଦଶନ୍ଧିର ଭାରତ-ଆମେରିକା ରଣନୈତିକ ସହଭାଗୀଦାରୀରେ “ସବୁଠାରୁ ଗୁରୁତର ସଙ୍କଟ” ବୋଲି ଅଭିହିତ କରିଛନ୍ତି। ସେ ଖବର ସଂସ୍ଥା ଏଏନଆଇକୁ କହିଛନ୍ତି, “ଏହା ଗତ ଦୁଇ ଦଶନ୍ଧିର ରଣନୈତିକ ସହଭାଗୀଦାରୀରେ ସମ୍ପର୍କରେ ଆସିଥିବା ସବୁଠାରୁ ଖରାପ ସଙ୍କଟ।” ସେ ଚେତାବନୀ ଦେଇଛନ୍ତି ଯେ ଏହି ଦଣ୍ଡ ଭାରତ-ଆମେରିକା ସମ୍ପର୍କ ଉପରେ “କ୍ଷତିକାରକ ପ୍ରଭାବ” ପକାଇପାରେ।

ହ୍ବାଇଟ ହାଉସର ଏହି ଘୋଷଣା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି, ବିଶେଷକରି ଆମେରିକାର ଚାପ ସତ୍ତ୍ବେ ଭାରତ ମସ୍କୋରୁ ଶକ୍ତି ଆମଦାନୀ ଜାରି ରଖିବାରେ ବ୍ୟସ୍ତ ରହିଛି। କୁଗେଲମ୍ୟାନ କହିଛନ୍ତି, “ସମ୍ପର୍କରେ ନିକଟ ଦିନରେ ଯେଉଁ ଉନ୍ନତି ହୋଇଛି, ତାହାକୁ ଦେଖିଲେ ଏହି ନୂଆ ଘୋଷଣା ଖୁବ୍‌ ଆଶ୍ଚର୍ଯ୍ୟଜନକ ନୁହେ।” ସେ ଆହୁରି କହିଛନ୍ତି, “ଏହା କ୍ଷତିକାରକ ହେଲେ ବି ରାଷ୍ଟ୍ରପତି ତାଙ୍କ ଧମକକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବାରେ ମୁଁ ଆଶ୍ଚର୍ଯ୍ୟ ନୁହେ।”

ତେବେ କୁଗେଲମ୍ୟାନ ମତ ଦେଇଛନ୍ତି ଯେ ଏହି ସମ୍ପର୍କ ଏକାଧିକ ଦିଗରେ ବିସ୍ତୃତ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ଜାରି ରହିଛି, ଯାହା ଏହାକୁ ଏଭଳି ଆଘାତରୁ ରକ୍ଷା କରିପାରିବ। ସେ କହିଛନ୍ତି, “ଏହା ଏକ ବହୁମୁଖୀ ସମ୍ପର୍କ ଯାହା ଅନେକ କ୍ଷେତ୍ରରେ ସହଯୋଗୀ ହେଉଛି ଏବଂ ଏହାରେ ବୃହତ୍ ଆଘାତକୁ ସହିବାର କ୍ଷମତା ରହିଛି।”

ଚାଇନା ଏକାଧିକ ଅର୍ଥନୈତିକ ସମ୍ପର୍କ ରଖିଥିଲେ ବି ଟ୍ରମ୍ପ କାହିଁକି ଭାରତକୁ ଦଣ୍ଡ ଦେବାକୁ ବାଛିଛନ୍ତି ବୋଲି ପଚାରିବାରୁ କୁଗେଲମ୍ୟାନ ସ୍ପଷ୍ଟ ମତ ଦେଇଛନ୍ତି। ସେ କହିଛନ୍ତି, “ଚାଇନା ଯୁଦ୍ଧବିରତିରେ ଟ୍ରମ୍ପଙ୍କ ଭୂମିକାକୁ କୃତିତ୍ବ ଦେବାକୁ ଅସ୍ବୀକାର କରି ନାହିଁ। କିନ୍ତୁ ଭାରତ ଏହା କରିଛି। ତେଣୁ ଟ୍ରମ୍ପ ବାଣିଜ୍ୟ ଓ ଟାରିଫ କ୍ଷେତ୍ରରେ ଭାରତ ପ୍ରତି ଅଧିକ ରାଗିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଦ୍ବିମୁଖୀ ମାନଦଣ୍ଡ ଓ କପଟପୂର୍ଣ୍ଣ।” ଚାଇନା ଉପରେ ମଧ୍ୟ ଭାରତ ପରି ଟାରିଫ ଲଗାଇବା ସମ୍ଭାବନା ରହିଛି।

ଟ୍ରମ୍ପ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ରୁଷିଆର ତୈଳ କ୍ରୟ ନେଇ ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଟାରିଫ ପରି ଚାଇନା ଉପରେ ମଧ୍ୟ ଅତିରିକ୍ତ ଟାରିଫ ଲଗାଯାଇପାରେ। ସାମ୍ବାଦିକମାନଙ୍କୁ ସେ କହିଛନ୍ତି, “ଏହା ହୋଇପାରେ।” ସେ ଆହୁରି କହିଛନ୍ତି ଯେ ରୁଷିଆକୁ ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାପ ଦେବା ପାଇଁ ଆହୁରି ସେକେଣ୍ଡାରୀ ସଂକସନ୍‌ ଲଗାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri