ଟ୍ରମ୍ପ୍‌ଙ୍କ ବଡ଼ ପଦକ୍ଷେପ: ୟୁକ୍ରେନ୍‌କୁ ସହାୟତା ବନ୍ଦ କଲା ଆମେରିକା

ନୂଆଦିଲ୍ଲୀ,୨୫।୧: କେବଳ ଇସ୍ରାଏଲ୍‌ ଏବଂ ତୁର୍କୀକୁ ବାଦ୍‌ଦେଲେ ୟୁକ୍ରେନ୍‌ ସମେତ ଅଧିକାଂଶ ଦେଶକୁ ଆମେରିକା ବିଦେଶୀ ସହାୟତା ବନ୍ଦ କରିଦେଇଛି। ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ, ଯେଉଁଥିରେ ବିଦେଶୀ ସହାୟତାକୁ ନେଇ ‘ଆମେରିକା ଫାଷ୍ଟ’ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଆଯାଇଛି।

ଏଣିକି ଦେଶଗୁଡ଼ିକୁ ନୂଆ ପାଣ୍ଠି ମଞ୍ଜୁର କରାଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଛି। କେବଳ ଇସ୍ରାଏଲ୍‌ ଏବଂ ଇଜିପ୍ଟକୁ ଜରୁରୀ ଖାଦ୍ୟ ଓ ସାମରିକ ପାଣ୍ଠି ଯୋଗାଇ ଦିଆଯିବ।

ଆମେରିକା ପ୍ରଶାସନର ଏହି ନିର୍ଦ୍ଦେଶନାମା ବିକାଶ ଓ ସାମରିକ ସହାୟତା ଆଦି ବିଭିନ୍ନ ବର୍ଗର ସହାୟତାକୁ ପ୍ରଭାବିତ କରିବ, ବିଶେଷକରି ୟୁକ୍ରେନ୍‌ ଅଧିକ ପ୍ରଭାବିତ ହେବ। ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ୟୁକ୍ରେନ୍‌କୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଓ ସହାୟତା ଯୋଗାଇ ଦେଇଥିଲା। ସହାୟତା ବନ୍ଦ ଯୋଗୁ ଆଫ୍ରିକାର ବିକାଶଶୀଳ ଦେଶଗୁଡ଼ିକରେ ଏଚ୍‌ଆଇଭି/ଏଡ୍ସ ଚିକିତ୍ସା ପ୍ରଭାବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ…

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

ରୋଷେଇ କରିବାକୁ ମନା କଲେ ସ୍ତ୍ରୀ, ରାଗିଯାଇ ଗୁଳି କରି ହତ୍ୟା କଲେ ସ୍ବାମୀ

ଭୋପାଳ,୮।୨: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ବିକାରଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।…

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri