ବହିଷ୍କାର ନିର୍ଦ୍ଦେଶ ପରେ ଆମେରିକା ଛାଡ଼ି ନ ଥିଲେ ଦିନକୁ ଏତିକି ଟଙ୍କା ଜରିମାନା

ଓ୍ବାଶିଂଟନ,୯।୪:ବହିଷ୍କାର ନିର୍ଦ୍ଦେଶ ପରେ ଯେଉଁ ଆପ୍ରବାସୀମାନେ ଆମେରିକା ଛାଡ଼ି ନ ଥିବେ, ସେମାନଙ୍କ ଉପରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଦୈନିକ ୯୯୮ ଡଲାର ଜରିମାନା ଲଗାଇବେ ବୋଲି ଯୋଜନା କରିଛି। ଯଦି ସେମାନେ ଜରିମାନା ପୈଠ ନ କରନ୍ତି, ତେବେ ସେମାନଙ୍କ ସମ୍ପତ୍ତି ଜବତ କରାଯିବ ବୋଲି ଏକ ଦସ୍ତାବିଜ୍‌ରୁ ଜଣାପଡ଼ିଛି। ୧୯୯୬ ଆଇନର ଜରିମାନା ବ୍ୟବସ୍ଥା, ଯାହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପ୍ରଥମ ପାଳି ସରକାର ସମୟରେ ୨୦୧୮ରେ ପ୍ରଥମ ଥର ଲାଗୁ କରିଥିଲେ, ତାହାକୁ ପୁଣିଥରେ ୫ ବର୍ଷ ପର୍ଯ୍ୟନ୍ତ ଲାଗୁ କରିବାକୁ ଯୋଜନା କରିଛନ୍ତି। ଏହା ଦ୍ୱାରା ୧ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ କରାଯାଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯେଉଁମାନେ ବେଆଇନ ଭାବେ ଆମେରିକାରେ ରହିଛନ୍ତି, ସେମାନେ ଏବେ ସ୍ବେଚ୍ଛାକୃତ ଭାବେ ଦେଶ ଛାଡ଼ି ପଳାଇଯାଆନ୍ତୁ, ନଚେତ ପରିଣାମର ସମ୍ମୁଖୀନ ହେବେ ବୋଲି ଆମେରିକା ହୋମ୍‌ଲ୍ୟାଣ୍ଡ ସୁରକ୍ଷା ବିଭାଗ ମୁଖପାତ୍ର ଟ୍ରିସିଆ ମାକ୍‌ଲୁଘଲିନ୍‌ କହିଛନ୍ତି। ଚୂଡ଼ାନ୍ତ ବହିଷ୍କାର ନିର୍ଦ୍ଦେଶ ପରେ ରହିଥିବା ଲୋକମାନଙ୍କୁ ଦୈନିକ ୯୯୮ ଡଲାର ଜରିମାନା ଦେବାକୁ ପଡ଼ିବ। ଏଥିପାଇଁ ଏକ ନୂଆ ଟ୍ୟାବ୍‌ ଖୋଲିବାକୁ ହୋମ୍‌ଲ୍ୟାଣ୍ଡ ସୁରକ୍ଷା ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri