ଚାଇନାକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ, ଭାରତର ବଢିଲା ଟେନଶନ! କରିଛି ହାଇଜ୍ୟାକ୍‌…

ୱାଶିଂଟନ, ୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରି କହିଛନ୍ତି ଯେ ଆଫଗାନିସ୍ତାନର ବାଗରାମ ବିମାନ ଘାଟି ବର୍ତ୍ତମାନ ଚାଇନା ଅଧୀନରେ ରହିଛି। ମଇ ୧ ତାରିଖରେ ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏକଥା କହିଛନ୍ତି। ସେ ଦାବି କରିଛନ୍ତି ଯେ ୨୦୨୧ରେ ଆମେରିକା ସୈନ୍ୟ ଏହି ବିମାନ ଘାଟି ଛାଡିବା ପରେ ଚାଇନା ଏହାକୁ ନିୟନ୍ତ୍ରଣକୁ ନେଇଛି। ଏହା ସହିତ ସେ ବାଇଡେନ ପ୍ରଶାସନକୁ ଏହି ପ୍ରସଙ୍ଗରେ ଦାୟୀ କରିଛନ୍ତି।

ଟ୍ରମ୍ପ କହିଛନ୍ତି, ବାଗରାମ ବିମାନ ଘାଟି ବିଶ୍ୱର ସବୁଠୁ ବଡ଼ ଓ ଶକ୍ତିଶାଳୀ ବିମାନ ଘାଟିମାନଙ୍କ ମଧ୍ୟରୁ ଗୋଟିଏ। ଏହା ଚାଇନାର ପରମାଣୁ ଅସ୍ତ୍ର ର୍ନିମାଣ କେନ୍ଦ୍ରଠାରୁ ମାତ୍ର ଏକ ଘଣ୍ଟା ଦୂରରେ ଅବସ୍ଥିତ। ଆମେ ଏହାକୁ ରଖିବାକୁ ଚାହୁଁଥିଲୁ, କିନ୍ତୁ ବାଇଡେନ ପ୍ରଶାସନ ଏହାକୁ ଛାଡି ଦେଇଛନ୍ତି। ବର୍ତ୍ତମାନ ଚୀନ ଏହାକୁ ଅଧିକାର କରିଛି। ସେ ଆହୁରି କହିଛନ୍ତି ଯେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ଅପମାନଜନକ ପ୍ରତ୍ୟାହାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆକ୍ରମଣାତ୍ମକ ନିଷ୍ପତ୍ତି ନେବାକୁ ପ୍ରେରିତ କରିଥିଲା।

ବାଗରାମ ବିମାନ ଘାଟି ଆଫଗାନିସ୍ତାନର ପରୱାନ ପ୍ରାନ୍ତରେ ଅବସ୍ଥିତ ଏବଂ ରାଜଧାନୀ କାବୁଲଠାରୁ ପ୍ରାୟ ୪୭ କିଲୋମିଟର ଉତ୍ତରରେ ରହିଛି। ଏହା ଦୀର୍ଘ ବର୍ଷ ଧରି ଆମେରିକା ଓ ନାଟୋ ସୈନ୍ୟଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଥିଲା। ୨୦୨୧ରେ ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ଏହି ଘାଟି ତାଲିବାନ ଅଧୀନରେ ଚାଲିଯାଇଥିଲା।
ତେବେ, ଟ୍ରମ୍ପଙ୍କ ଏହି ଦାବିକୁ ତାଲିବାନ ଓ ଚୀନ ଦୁହେଁ ଖଣ୍ଡନ କରିଛନ୍ତି। ତାଲିବାନ ପ୍ରଶାସନ ଏହାକୁ ଆଧାରହୀନ ବୋଲି କହିଛି ଏବଂ ଚୀନ ମଧ୍ୟ ବାଗରାମ ଉପରେ ନିୟନ୍ତ୍ରଣ ଥିବା ଅଭିଯୋଗକୁ ଅସ୍ବୀକାର କରିଛି। ଆଫଗାନିସ୍ତାନର ଏକ ସ୍ଥାନୀୟ ଗଣମାଧ୍ୟମ ଟୋଲୋନ୍ୟୁଜ୍ର ରିପୋର୍ଟ ଅନୁସାରେ, ଜଣେ ରାଜନୈତିକ ବିଶ୍ଳେଷକ ଇଦ୍ରିସ ମୋହମ୍ମାଦୀ ଜାଜି କହିଛନ୍ତି ଯେ ଆମେରିକା ଆଫଗାନିସ୍ତାନରୁ ପରାଜୟ ପରେ ଏକ ପ୍ରଚାର ଯୁଦ୍ଧ ଆରମ୍ଭ କରିଛି, ଯାହା ତାଲିବାନ ସରକାରର ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହୁଁଛି।

ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ବାଗରାମ ବିମାନ ଘାଟିର ଗୁରୁତ୍ୱ ବିଷୟରେ ଏକାଧିକ ଥର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘାଟି ଚାଇନାର ରଣନୈତିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅନ୍ୟପକ୍ଷରେ, ଏପ୍ରିଲ ୨୦୨୫ରେ କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ ତାଲିବାନ ବାଗରାମ ବିମାନ ଘାଟିକୁ ଆମେରିକାକୁ ହସ୍ତାନ୍ତର କରିଛି, ଯାହାକୁ ତାଲିବାନ ଖଣ୍ଡନ କରିଥିଲେ।
ତେବେ ଏହି ବିମାନ ଘାଟିର ପ୍ରକୃତ ସ୍ଥିତି ଏବଂ ଏହାର ନିୟନ୍ତ୍ରଣ କାହା ପାଖରେ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ଆଞ୍ଚଳିକ ରାଜନୀତି ଏବଂ ଆମେରିକା-ଚୀନ ମଧ୍ୟରେ ଚାଲିଥିବା ରଣନୈତିକ ପ୍ରତିଦ୍ୱନ୍ଦ୍ୱିତାକୁ ଆହୁରି ଜଟିଳ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri