ଉପନିବେଶବାଦ: ସେତେବେଳେ ଇଂଲଣ୍ଡ ଏବେ ଆମେରିକା, ସୁଯୋଗ ଖୋଜୁଛି ଚାଇନା

ନୂଆଦିଲ୍ଲୀ,୧୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ନିଷ୍ପତ୍ତି ଏବଂ ବୟାନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରମ୍ପ କେବଳ ଆମେରିକାକୁ ଶକ୍ତିଶାଳୀ କରିବାକୁ ଚାହୁଁନାହାନ୍ତି, ବରଂ ଏହାର ଭୌଗୋଳିକ ସୀମା ବଢ଼ାଇବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଗ୍ରୀନଲ୍ୟାଣ୍ଡକୁ ନିଜ ଅକ୍ତିଆରକୁ ନେବା ପାଇଁ ଟ୍ରମ୍ପଙ୍କ ଯୋଜନା ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କ ପାଇଁ ଏକ ନୂଆ ଚିନ୍ତା ସୃଷ୍ଟି କରିଛି।

ନିକଟରେ ଆମେରିକା ସୈନ୍ୟବାହିନୀ ଭେନେଜୁଏଲାରେ ଏକ ବଡ଼ ଅପରେସନ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ଘଟଣା ବିଶ୍ୱ ଶୃଙ୍ଖଳାକୁ ଦୋହଲାଇ ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ଆମେରିକା କଂଗ୍ରେସର ବିନା ଅନୁମତିରେ ଏବଂ ଆନ୍ତର୍ଜାତୀୟ ଆଇନକୁ ଅଣଦେଖା କରି କରାଯାଇଥିବା ଅଭିଯୋଗ ହୋଇଛି। ଚାଇନା ଏହାକୁ ଆମେରିକାର “ଦୋମୁହାଁ ନୀତି” ଏବଂ “ଗୁଣ୍ଡାଗର୍ଦ୍ଦି” ବୋଲି କହି ନିନ୍ଦା କରିଛି।

ଟ୍ରମ୍ପଙ୍କ ଯୁକ୍ତି ଅନୁସାରେ, ଆମେରିକାର ସମ୍ପତ୍ତି ଓ ପ୍ରଭାବକୁ ପୁନରୁଦ୍ଧାର କରିବା ପାଇଁ ସୀମା ବିସ୍ତାର ଜରୁରୀ। ଏଥିପାଇଁ ଆମେରିକା ଏବେ ଗ୍ରୀନଲ୍ୟାଣ୍ଡ ଓ କଲମ୍ବିଆ ଉପରେ ନଜର ପକାଇଛି।

ଗ୍ରୀନଲ୍ୟାଣ୍ଡରେ ଥିବା ପ୍ରଚୁର ଖଣିଜ ସମ୍ପଦ ଏବଂ ରଣନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏହାକୁ ହାସଲ କରିବାକୁ ଚାହୁଁଛନ୍ତି। ସେହିପରି ଭେନେଜୁଏଲା ଓ କଲମ୍ବିଆର ବିଶାଳ ତୈଳ ଭଣ୍ଡାର ଏବଂ ପ୍ରାକୃତିକ ସମ୍ପଦ ଉପରେ ଆମେରିକାର ଆଖି ରହିଛି।

ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସଫଳ କରିବା ପାଇଁ ଟ୍ରମ୍ପ ୨୦୨୭ ସୁଦ୍ଧା ଆମେରିକାର ପ୍ରତିରକ୍ଷା ବଜେଟକୁ ୧.୫ ଟ୍ରିଲିୟନ ଡଲାର କରିବାକୁ ଘୋଷଣା କରିଛନ୍ତି, ଯାହା ଚଳିତ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ।

ଚାଇନା ପାଇଁ ଖୋଲିଗଲା ନୂଆ ବାଟ?
ବିଶେଷଜ୍ଞଙ୍କ ମତରେ, ଆମେରିକାର ଏହି ‘ଜବରଦଖଲ’ ନୀତି ଚାଇନା ପାଇଁ ଏକ ଉଦାହରଣ ସାଜିପାରେ। ଯଦି ଆମେରିକା ଅନ୍ୟ ଦେଶର ସାର୍ବଭୌମତ୍ୱକୁ ଅଣଦେଖା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ, ତେବେ ଚାଇନା ମଧ୍ୟ ଭବିଷ୍ୟତରେ ତାଇୱାନକୁ ନିଜ ଅକ୍ତିଆରକୁ ନେବା ପାଇଁ ଏହିଭଳି ପନ୍ଥା ଆପଣାଇପାରେ। ଟ୍ରମ୍ପଙ୍କ ଏହି ଅପ୍ରତ୍ୟାଶିତ ନୀତି ବିଶ୍ୱରେ “ଉପନିବେଶବାଦ”କୁ ପ୍ରୋତ୍ସାହନ ଦେଉଥିବା ଚାଇନା ବିଦେଶ ମନ୍ତ୍ରଣାଳୟ ପ୍ରକାଶ କରିଛି। ଅତୀତରେ ଇଂଲଣ୍ଡ ଉପନିବେଶବାଦ ଚଳାଇଥିବା ବେଳେ ଏବେ ଶକ୍ତିଶାଳୀ ଆମେରିକା ଗରିବ ଏବଂ ଅପେକ୍ଷାକୃତ ଦୁର୍ବଳ ଦେଶଗୁଡିକୁ ଟାର୍ଗେଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ-ଆମେରିକା ଆକ୍ରମଣରେ କେବଳ ଖାଇନେଇ ନୁହେଁ, ପରିବାରର ଅନେକ ସଦସ୍ୟ ନିହତ

ଜେରୁଜେଲମ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଏବେ ଖବର ଆସିଛି ଯେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି।…

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

ଭୟଙ୍କର ହେଲା ଯୁଦ୍ଧ: ଆମେରିକା ଏୟାରବେସ୍‌ ଉପରେ ଆକ୍ରମଣ କଲା ଇରାନ

ତେହରାନ,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Iran New Leader: ଖାମେନେଇଙ୍କ ପୁଅ ହେଲେ ଇରାନର ନୂଆ ସୁପ୍ରିମ ଲିଡର, ଆମେରିକାରେ ହାଇ ଆଲର୍ଟ!

ତେହରାନ୍‌,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

ଦୁବାଇରେ ଫସିଛନ୍ତି ପିଭି ସିନ୍ଧୁ: ଏକ୍ସରେ ପୋଷ୍ଟ କରି  କହିଲେ…

ଦୁବାଇ,୩।୧: ତେହେରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ  କରିଥିଲେ। ପରେ ଏହାର  ଜବାବ ଇରାନ ମଧ୍ୟ ଦେଇଛି । ଇରାନ ଦୁବାଇର ବିଳାସପୂର୍ଣ୍ଣ ହୋଟେଲ,…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ରାଜ୍ୟ ସଭା: କମନ୍‌ ପ୍ରାର୍ଥୀ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୩(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପକ୍ଷରୁ ଶନିବାର ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri