ଇସ୍ପାତ, ଆଲୁମିନିୟମ ଟାରିଫ୍‌ ବଢ଼ାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ/ବ୍ରସେଲ୍ସ,୧୨।୨: ବିଦେଶରୁ ଆମଦାନୀ ହେଉଥିବା ଇସ୍ପାତ ଓ ଆଲୁମିନିୟମ୍‌ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ମାର୍ଚ୍ଚ ୧୨ରୁ ଏହି ନୂଆ ଟାରିଫ୍‌ ଲାଗୁ ହେବାକୁ ଯାଉଛି। ୟୁରୋପ ଏବଂ ଚାଇନାର ଚେତାବନୀ ସତ୍ତ୍ୱେ ଏହା ବାଣିଜ୍ୟ ଯୁଦ୍ଧ ବଢ଼ିବ ବୋଲି କୁହାଯାଉଛି। ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ୟୁରୋପୀୟ ସଂଘ ଦୃଢ଼ ଭାବେ ଏବଂ ଉପଯୁକ୍ତ ପଦକ୍ଷେପ ସହ ପ୍ରତିରୋଧ କରିବ ବୋଲି ପ୍ରତିଜ୍ଞା କରିଛି।
ଟ୍ରମ୍ପ୍‌ ସ୍ବାକ୍ଷର କରିଥିବା ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଅନୁଯାୟୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡା, ମେକ୍ସିକୋ, ୟୁରୋପୀୟ ୟୁନିୟନ ଦେଶ ଏବଂ ବ୍ରିଟେନ୍‌ରୁ ଆସୁଥିବା ଆଲୁମିନିୟମ ସାମଗ୍ରୀ ଉପରେ ଅତିରିକ୍ତ ଓ ମୂଲ୍ୟ ଅନୁଯାୟୀ ଟାରିଫ୍‌ ଲାଗୁ ହେବ। ଉପରୋକ୍ତ ଦେଶ ସମେତ ବ୍ରାଜିଲ, ଜାପାନ ଓ ଦକ୍ଷିଣ କୋରିଆରୁ ଆସୁଥିବା ସମସ୍ତ ଇସ୍ପାତ ସାମଗ୍ରୀ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ୍‌ ଅନ୍ୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆମରେିକାର ସ୍ବାର୍ଥରକ୍ଷା ନାଁରେ ଟ୍ରମ୍ପ୍‌ ଗୋଟିଏ ପରେ ଗୋଟିଏ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରିଚାଲିଛନ୍ତି। ବିଭିନ୍ନ ଦେଶରୁ ଆମେରିକା ଆମଦାନୀ କରୁଥିବା ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ ହେଲେ ରପ୍ତାନିକାରୀ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେବେ। ଭାରତ ମଧ୍ୟ ଅନ୍ୟତମ ବୃହତ୍‌ ଲୌହ ଓ ଇସ୍ପାତ ସାମଗ୍ରୀ ରପ୍ତାନିକାରୀ ଦେଶ। ଟ୍ରମ୍ପ୍‌ ତାଙ୍କ ପ୍ରଥମ ପାଳି ସରକାରରେ ଏଭଳି ଟାରିଫ୍‌ ଲଗାଇବାରୁ ଭାରତୀୟ ରପ୍ତାନି ପ୍ରଭାବିତ ହୋଇଥିଲା। ତେଣୁ ତାଙ୍କ ନୂଆ ଟାରିଫ୍‌ ଭାରତ ପାଇଁ ଅଡ଼ୁଆ ସ୍ଥିତି ଉପୁଜାଇପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍‌ ଡେର୍‌ ଲେୟେନ ମଙ୍ଗଳବାର କହିଛନ୍ତି, ଇସ୍ପାତ ଓ ଆଲୁମିନିୟମ୍‌ ଉପରେ ଆମେରିକା ଟାରିଫ୍‌ ଲଗାଇଲେ, ଆମେ ଚୁପ୍‌ ବସିବୁ ନାହିଁ। ଇୟୁର ୨୭ଟି ଦେଶ ଏହା ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହେବେ। ୟୁରୋପୀୟ ସଂଘ ଏହାର ଅର୍ଥନୈତିକ ସ୍ବାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରିବ ବୋଲି ଲେୟେନ୍‌ କହିଛନ୍ତି। ଟାରିଫ୍‌ ହେଉଛି ଟିକସ, ଯାହା ବ୍ୟବସାୟ ପାଇଁ ଖରାପ ଏବଂ ଉପଭୋକ୍ତାମାନଙ୍କ ଲାଗିଆହୁରି ଖରାପ ହୋଇଥାଏ। ଇୟୁ ଉପରେ ଅଯଥା ଟାରିଫ୍‌ର ଜବାବ ଦିଆଯିବ। ଇୟୁର ସର୍ବବୃହତ୍‌ ଅର୍ଥନୀତି ଜର୍ମାନୀର ଚାନ୍‌ସେଲର ଓଲଫ୍‌ ସ୍କୋଲ୍‌ଜ ପାର୍ଲାମେଣ୍ଟରେ କହିଛନ୍ତି, ଯଦି ଆମେରିକା ଆମ ପାଇଁ ଅନ୍ୟ କୌଣସି ବିକଳ୍ପ ନ ଛାଡ଼େ ତେବେ ସଂଘ ମିଳିତ ଭାବେ ପଦକ୍ଷେପ ନେବ। ଶେଷରେ ବାଣିଜ୍ୟ ଯୁଦ୍ଧ ସବୁବେଳେ ଉଭୟ ପକ୍ଷର କ୍ଷତି କରିବ ବୋଲି ସେ ମତ ଦେଇଛନ୍ତି। ୨୦୧୮ରେ ଟ୍ରମ୍ପ୍‌ ଇସ୍ପାତ ଉପରେ ଟାରିଫ୍‌ ଲାଗୁ କରିବାରୁ ଇୟୁ ଆମେରିକା ନିର୍ମିତ ମୋଟରସାଇକେଲ, ବୋର୍‌ବନ୍‌, ପିନଟ୍‌ ବଟର ଏବଂ ଜିନ୍ସ ଆଦି ବିଭିନ୍ନ ସାମଗ୍ରୀ ଉପରେ ଅନୁରୂପ ଟାରିଫ୍‌ ଲାଗୁ କରିଥିଲା। ଇୟୁ କମିଶନ୍‌ର ଉପାଧ୍ୟକ୍ଷ ମାରୋସ୍‌ ସେଫ୍‌କୋଭିକ୍‌ କହିଛନ୍ତି, ଟାରିଫ୍‌ ହେଉଛି ଅର୍ଥନୈତିକ ଦୃଷ୍ଟିରୁ ଉତ୍ପାଦନ ବିରୋଧୀ। ଆମେ ଆମ କର୍ମଚାରୀ, ବ୍ୟବସାୟ ଏବଂ ଉପଭୋକ୍ତାମାନଙ୍କ ସୁରକ୍ଷା କରିବୁ ବୋଲି ସେଫ୍‌କୋଭିକ୍‌ କହିଛନ୍ତି।
ମେକ୍ସିକୋ, କାନାଡା, ଚାଇନା ସାମଗ୍ରୀ ଉପରେ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଘୋଷଣା କରିଥିଲେ। ମେକ୍ସିକୋ ଓ କାନାଡା ସୀମାରେ ସୁରକ୍ଷା କଡ଼ାକଡ଼ି କରିବା ସହ ଅନୁପ୍ରବେଶ ଓ ବେଆଇନ ଡ୍ରଗ୍ସ ଚାଲାଣ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଟ୍ରମ୍ପ୍‌ ପ୍ରଶାସନ ଟାରିଫ୍‌ ନିଷ୍ପତ୍ତିକୁ ମାସକ ପାଇଁ ସ୍ଥଗିତ ରଖିଛି। ଅନ୍ୟପକ୍ଷରେ ଚାଇନା ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri