ଗ୍ରୀନଲ୍ୟାଣ୍ଡ ପାଇଁ ଜିଦ୍‌ରେ ଅଟଳ ଟ୍ରମ୍ପ: ବିରୋଧ କରୁଥିବା ଦେଶ ଉପରେ ଲଦିଲେ ୧୦% ଟାରିଫ୍

ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ ପ୍ରସଙ୍ଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବା ଯୋଜନାକୁ ବିରୋଧ କରୁଥିବାରୁ ଦେଶ ଗୁଡିକ ଉପରେ ଏବେ ସେ ଶୁଳ୍କ ଲଗାଇଛନ୍ତି। ଶନିବାର ଡେନମାର୍କ, ବ୍ରିଟେନ ଏବଂ ଫ୍ରାନ୍ସ ସମେତ ଅନ୍ୟ କେତେକ ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଘୋଷଣା କରିଛନ୍ତି।

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏହି ଘୋଷଣା କରିଛନ୍ତି। ଆସନ୍ତା ଫେବୃଆରୀ ୧ ତାରିଖରୁ ଏହି ନୂତନ ଶୁଳ୍କ ଲାଗୁ ହେବ। ଏଥିସହିତ ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଜୁନ୍ ୧ ସୁଦ୍ଧା ଗ୍ରୀନଲ୍ୟାଣ୍ଡକୁ ଆମେରିକା ହାତକୁ ଟେକି ଦେବା ପାଇଁ କୌଣସି ଚୁକ୍ତି ସ୍ୱାକ୍ଷରିତ ନହୁଏ, ତେବେ ଏହି ଶୁଳ୍କକୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

ଟ୍ରମ୍ପଙ୍କ ମତରେ, ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଗ୍ରୀନଲ୍ୟାଣ୍ଡ ଆମେରିକାର “ଜାତୀୟ ସୁରକ୍ଷା” ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ଆମେରିକା ଅଧୀନରେ ନ ରହିବା ଗ୍ରହଣୀୟ ନୁହେଁ। ବୁଧବାର ୱାଶିଂଟନଠାରେ ହୋଇଥିବା ଏକ ବୈଠକରେ ଡେନମାର୍କ ପ୍ରତିନିଧିମାନେ ଗ୍ରୀନଲ୍ୟାଣ୍ଡର ଭବିଷ୍ୟତକୁ ନେଇ ଆମେରିକା ସହ ସେମାନଙ୍କର “ମୌଳିକ ମତଭେଦ” ଥିବା ସ୍ପଷ୍ଟ କରିଥିଲେ।

ୟୁରୋପୀୟ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ସମ୍ପର୍କିତ ନିଷ୍ପତ୍ତି କେବଳ ଡେନମାର୍କ ଓ ସେଠାକାର ଅଧିବାସୀମାନେ ନେଇପାରିବେ। ତେବେ ଡେନମାର୍କ ଏହାର ସହଯୋଗୀ ଦେଶମାନଙ୍କ ସହ ମିଶି ଗ୍ରୀନଲ୍ୟାଣ୍ଡରେ ସାମରିକ ଉପସ୍ଥିତି ବଢ଼ାଇବାକୁ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ଉପରେ ଲାଗିଲା ୨୨ କୋଟି ଟଙ୍କା ଜରିମାନା, ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭।୧: ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ସରକାର। ବିମାନ କ୍ରୁ ସଦସ୍ୟଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର, ଦୁର୍ବଳ...

୨୦୨୭ ଏହି ମାସରେ ହେବ ପଞ୍ଚାୟତ ନିର୍ବାଚନ: ବଡ ସୂଚନା ଦେଲେ ଓଡ଼ିଶା ନିର୍ବାଚନ କମିଶନର

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଆସନ୍ତା ବର୍ଷ (୨୦୨୭) ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ...

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର: ଭୁଲ ଭୁଲେୟା କାହାଣୀ…

ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ...

ନବୀନଙ୍କ ପଛରେ ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର: ବଡ଼ ଗୁମର ଖୋଲିଲେ ଏହି ନେତା

ଭୁବନେଶ୍ୱର,୧୭।୧: ବିଜେଡି ନିକଟରେ ଦଳରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରିବା ପରେ ମୁଁହ ଖୋଲିଲେ ଲେନିନ ମହାନ୍ତି। ସେ କହିଛନ୍ତି, ମିଡ ଡେ’ ଅପରେଶନ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

‘ଅତି କମରେ ୧ କୋଟି ଲୋକଙ୍କ ଜୀବନ ବଞ୍ଚିଗଲା’, ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଫ୍ଲୋରିଡା/ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri