ଭିକ୍ଟୋରିଆଙ୍କୁ ମିସ୍‌ ୟୁନିଭର୍ସ କଲା ଟ୍ରମ୍ପ୍‌ ଇଫେକ୍ଟ

ମେକ୍ସିକୋ ସିଟି,୧୯ା୧୧: ଇତିହାସରେ ପ୍ରଥମ ଥର ପାଇଁ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନ୍‌ମାର୍କରୁ ଜଣେ ଡାନିଶ୍‌ ପ୍ରତିନିଧି ମିସ୍‌ ୟୁନିଭର୍ସ ହୋଇପାରିଛନ୍ତି। ଟାଇଟଲ ପାଇଁ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ନିଜ ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିବାବେଳେ ଉକ୍ତ ଇଭେଣ୍ଟରେ କଡ଼ା ମୁକାବିଲା ହୋଇଥିଲା। ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ପ୍ରତିଯୋଗିତାରେ ବିବାହଯୋଗ୍ୟା, ଓଜନ ଅଧିକ ଥିବା ଏବଂ କିନ୍ନର କଣ୍ଟେଷ୍ଟାଣ୍ଟମାନେ ଭାଗ ନେଉଥିଲେ। ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ସୁରକ୍ଷା ପାଇଁ ପ୍ରୟାସରତ ଥାଇଲାଣ୍ଡର ଜଣେ ମିଡିଆ ମୋଗଲ ମିସ୍‌ ୟୁନିଭର୍ସ ଇଭେଣ୍ଟର ମାଲିକାନା ନେବା ପରେ ଚଳିତବର୍ଷର ଇଭେଣ୍ଟ ଅଧିକ ପାରମ୍ପରିକ ଥିଲା। ଗତବର୍ଷ ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ପର୍ତ୍ତୁଗାଲର ମାରିନା ମାଚେଟେ ପ୍ରଥମ ଟ୍ରାନ୍ସଜେଣ୍ଡର ଓମେନ୍‌ ଭାବେ ସ୍ଥାନ ପାଇଥିଲେ। କିଛି ମାସ ପୂର୍ବରୁ ୨୨ ବର୍ଷୀୟା ରିକ୍କି ଭଲେରିଏ କୋଲ୍ଲେ ମିସ୍‌ ନେଦରଲାଣ୍ଡ୍ସ ମୁକୁଟ ହାସଲ କରିବାରେ ପ୍ରଥମ ଟ୍ରାନ୍ସଜେଣ୍ଡର ପର୍ସନ ଥିଲେ। ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗନେବାରେ ଆଞ୍ଜେଲା ପୋନ୍ସ ହେଉଛନ୍ତି ପ୍ରଥମ ଟ୍ରାନ୍ସ ଓମେନ୍‌। କିଛି ବର୍ଷ ତଳେ ସେ ମିସ୍‌ ସ୍ପେନ୍‌ ମୁକୁଟ ହାସଲ କରିଥିଲେ। ସଦ୍ୟ ଅନୁଷ୍ଠିତ ଇଭେଣ୍ଟରେ ଭିକ୍ଟୋରିଆ ଜଣେ ଅଣ-କିନ୍ନର ଭାବେ ଏହି ମର୍ଯ୍ୟାଦାଜନକ ମୁକୁଟ ପାଇବା ପରେ ଅନେକେ ବିସ୍ମିତ ହୋଇଯାଇଥିଲେ। ଜଣେ ଷ୍ଟ୍ରେଟ୍‌, ଶ୍ୱେତାଙ୍ଗୀ, ଜୈବିକ ମହିଳା ମିସ୍‌ ୟୁନିଭର୍ସ ୨୦୨୪ ହେବା ଏକ ବଡ଼ ଖବର ବୋଲି ଲୋକପ୍ରିୟ ରାଜନୈତିକ ଭାଷ୍ୟକାର ମାଟ୍ଟ ଓ୍ବାଲେସ୍‌ କହିଛନ୍ତି। ଆଉ କେତେଜଣଙ୍କ ମତରେ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଜଣେ ଷ୍ଟ୍ରେଟ୍‌ ମହିଳା ମିସ୍‌ ୟୁନିଭର୍ସ ହୋଇପାରିଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରିବା ପରେ ହିଁ ଏହା ଗଣମାଧ୍ୟମର ଦୃଷ୍ଟିଆକର୍ଷଣ କରି ଲୋକପ୍ରିୟ ହୋଇପାରିଥିଲା। ୨୦୦୩ରେ ଏନ୍‌ବିସି ସହ ଟ୍ରମ୍ପ୍‌ଙ୍କ ଡିଲ୍‌ ଯୋଗୁ ଏହା ଘରେ ଘରେ ପହଞ୍ଚତ୍ପାରିଥିଲା। କିନ୍ତୁ ୨୦୧୫ରେ ଟ୍ରମ୍ପ୍‌ଙ୍କ ଏକ ମନ୍ତବ୍ୟ ଏଥିରେ ତାଙ୍କର ସହଭାଗିତାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା। ପରବର୍ତ୍ତୀ ସମୟରେ ଏନ୍‌ବିସିର ଅର୍ଦ୍ଧାଧିକ ଅଂଶଧନ ଟ୍ରମ୍ପ୍‌ଙ୍କ ନିକଟରେ ରହିବାରୁ ସେ ଏହାର ମାଲିକ ହୋଇଥିଲେ। ଟ୍ରମ୍ପ୍‌ଙ୍କ ଅମଳରେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଯୌନାଚାରରେ ଛନ୍ଦିହୋଇ ବିବାଦୀୟ ହୋଇଥିଲା। ବର୍ତ୍ତମାନ ମିସ୍‌ ୟୁନିଭର୍ସ ବ୍ରାଣ୍ଡ୍‌ ଥାଇଲାଣ୍ଡର ଜେକେଏନ୍‌ ଗ୍ଲୋବାଲ ଗ୍ରୁପ୍‌ ଏବଂ ଆମେରିକାର ଲିଗାସି ହୋଲ୍ଡିଂ ଗ୍ରୁପ୍‌ ନିକଟରେ ରହିଛି। ପ୍ରଥମ ଓପନ୍‌ ଟ୍ରାନ୍ସ ଓମେନ୍‌ ଆନ୍ନେ ଜାକାପୋଙ୍ଗ୍‌ ଜାକ୍ରାଜୁଟାଟିପ୍‌ ଏହି ଥାଇ କଙ୍ଗ୍ଲୋମେରେଟ୍‌ର ମାଲିକାଣୀ, ଯିଏକି ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ ଏକ ସକାରାମତ୍କ ଅଧ୍ୟାୟ ଯୋଡ଼ିଥିବା କୁହାଯାଉଛି। ଜାକାପୋଙ୍ଗ୍‌ ଏଥିରେ ବିବାହିତ ମହିଳା ଓ ମା’ମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ଦେଇ ନୂଆ ନିୟମ ପ୍ରଣୟନ କରିଥିଲେ। ତେବେ ତାଙ୍କ ନେତୃତ୍ୱରେ ଜେକେଏନ୍‌ ଗ୍ଲୋବାଲ ୨୦୨୩ରେ ଦେବାଳିଆ ହୋଇଯାଇଥିଲା। ମୋଟାମୋଟି ଭାବେ ଦେଖିବାକୁ ଗଲେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଶାରୀରିକ ଗଠନ ନିର୍ବିଶେଷରେ ସଶକ୍ତୀକରଣ ପାଇଁ ଅନେକ ମହିଳାଙ୍କୁ ଉତ୍ସାହିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?