ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ କାନ୍ଦି ପକାଇଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌, ୧୭।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ତାଙ୍କ ମଧ୍ୟସ୍ଥତା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ରୋକାଯାଇଛି। ଏକ ଅର୍ନ୍ତଜାତୀୟ ଗଣମାଧ୍ୟମକୁ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି, “ଏହା ମୋର ସବୁଠାରୁ ବଡ଼ ସଫଳତା, କିନ୍ତୁ କେହି ମୋତେ ଶ୍ରେୟ ଦେବେ ନାହିଁ।” ଏପରି କହି ସେ ସାକ୍ଷାତକାରରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, “ଏହି ଦୁଇ ଦେଶ ମୁଖ୍ୟ ପରମାଣୁ ଶକ୍ତି ସମ୍ପନ୍ନ। ସେମାନେ ବହୁତ ରାଗିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ‘ଏନ ଶବ୍ଦ’ ଅର୍ଥାତ ପାରମାଣବିକ ଯୁଦ୍ଧର ରୂପ ନେଇପାରିଥାନ୍ତା। ଏହା ଏକ ବହୁତ ନାସ୍ତି ଶବ୍ଦ।”

ସାକ୍ଷାତକାରରେ ଟ୍ରମ୍ପ ଖୁଲାସା କରିଛନ୍ତି ଯେ, ସେ ଭାରତ ଓ ପାକିସ୍ତାନର ନେତାଙ୍କୁ ଫୋନ କରି ଯୁଦ୍ଧରୁ ପଛଘୁଞ୍ଚା ଦେବାକୁ ବୁଝାଇଥିଲି। ମୁଁ ବାଣିଜ୍ୟକୁ ଶାନ୍ତି ପ୍ରତିଷ୍ଠାର ମାଧ୍ୟମ ଭାବେ ବ୍ୟବହାର କରିଥିଲି। ଏପରିକି ଶାନ୍ତି ପ୍ରଚେଷ୍ଟା ପାଇଁ ସେ ଭାରତର ରପ୍ତାନି ଉପରୁ ଶୁଳ୍କ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲି।   “ସେତେବେଳେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ଯୁଦ୍ଧ ଯେ କୌଣସି ସମୟରେ ପରମାଣୁ ସ୍ତରକୁ ଗଡ଼ି ପାରିଥାନ୍ତା। ମୁଁ ଫୋନ କଲି, ଉଭୟ ପକ୍ଷ ସହ କଥା ହେଲି ଓ ସେମାନଙ୍କୁ ଆଲୋଚନାରେ ବସାଇଲି।” ସେ ଆହୁରି କହିଛନ୍ତି, “ପରମାଣୁ ଯୁଦ୍ଧ ହେଉଛି ବିଶ୍ୱର ସବୁଠୁ ଭୟଙ୍କର ଓ ଧ୍ୱଂସାତ୍ମକ ଜିନିଷ। ଏହାକୁ ‘ଏନ’ ଶବ୍ଦ କୁହାଯାଏ, ଯାହା ଅତ୍ୟନ୍ତ ଭୟଙ୍କର।” ଯଦି ସେ ହସ୍ତକ୍ଷେପ ନ କରିଥାନ୍ତେ, ତେବେ ପରିଣାମ ଅତି ଗମ୍ଭୀର ହୋଇଥାନ୍ତା ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ବ୍ୟାପାରକୁ ଏକ କୌଶଳଗତ ଉପାୟ ଭାବେ ବ୍ୟବହାର କରିଥିଲେ। “ମୁଁ ବ୍ୟାପାରର ମାଧ୍ୟମରେ ସନ୍ତୁଳନ ରକ୍ଷା କରି ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲି,” ବୋଲି ସେ କହିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଭାରତ ଆମେରିକା ଉପରେ ସର୍ବାଧିକ ଟାରିଫ ଲଗାଉଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ । କିନ୍ତୁ ସେ ଏହାକୁ ହ୍ରାସ କରିବା ଦିଗରେ ଭାରତକୁ ମନାଇବାରେ ସଫଳ ହୋଇଥିଲେ। ଭାରତ ସହ ଏକ ବ୍ୟାପାର ଚୁକ୍ତି ଶୀଘ୍ର ହୋଇପାରିବ କି ବୋଲି ପଚରାଯିବାରୁ ସେ କହିଛନ୍ତି “ହଁ, ହୋଇପାରେ।”

କିନ୍ତୁ, ଭାରତ ସରକାର ଟ୍ରମ୍ପଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ (MEA) ସ୍ପଷ୍ଟ କରିଛି ଯେ ମେ ୧୦ ତାରିଖରେ ଭାରତ ଓ ପାକିସ୍ତାନର ସୈନ୍ୟ ଅଧିକାରୀମାନେ (DGMOs) ସିଧାସଳଖ ଫୋନ କଲରେ ଯୁଦ୍ଧବିରତି ସ୍ଥାପନ କରିଥିଲେ। ଏହି ଆଲୋଚନାରେ କୌଣସି ତୃତୀୟ ପକ୍ଷର ଭୂମିକା ନ ଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, “ପାକିସ୍ତାନର DGMO ମଧ୍ୟାହ୍ନ ୩:୩୫ରେ ଭାରତୀୟ DGMOଙ୍କୁ ଫୋନ କରିଥିଲେ। ଉଭୟ ପକ୍ଷ ସନ୍ଧ୍ୟା ୫ଟା ଠାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ସୈନ୍ୟ କାର୍ଯ୍ୟ ବନ୍ଦ କରିବାକୁ ରାଜି ହୋଇଥିଲେ।” ଭାରତ ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଯୁଦ୍ଧବିରତି ଆଲୋଚନାରେ ବାଣିଜ୍ୟ ସମ୍ପର୍କିତ କୌଣସି ବିଷୟ ଉଠି ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ପାକିସ୍ତାନ ନିଜେ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା। କଶ୍ମୀର ଆଲୋଚନା ପାଇଁ ନୁହେଁ, କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଫେରାଇବା ଉପରେ ଆଲୋଚନା ହେବ।”


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri