ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ କାନ୍ଦି ପକାଇଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌, ୧୭।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ତାଙ୍କ ମଧ୍ୟସ୍ଥତା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ରୋକାଯାଇଛି। ଏକ ଅର୍ନ୍ତଜାତୀୟ ଗଣମାଧ୍ୟମକୁ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି, “ଏହା ମୋର ସବୁଠାରୁ ବଡ଼ ସଫଳତା, କିନ୍ତୁ କେହି ମୋତେ ଶ୍ରେୟ ଦେବେ ନାହିଁ।” ଏପରି କହି ସେ ସାକ୍ଷାତକାରରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, “ଏହି ଦୁଇ ଦେଶ ମୁଖ୍ୟ ପରମାଣୁ ଶକ୍ତି ସମ୍ପନ୍ନ। ସେମାନେ ବହୁତ ରାଗିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ‘ଏନ ଶବ୍ଦ’ ଅର୍ଥାତ ପାରମାଣବିକ ଯୁଦ୍ଧର ରୂପ ନେଇପାରିଥାନ୍ତା। ଏହା ଏକ ବହୁତ ନାସ୍ତି ଶବ୍ଦ।”

ସାକ୍ଷାତକାରରେ ଟ୍ରମ୍ପ ଖୁଲାସା କରିଛନ୍ତି ଯେ, ସେ ଭାରତ ଓ ପାକିସ୍ତାନର ନେତାଙ୍କୁ ଫୋନ କରି ଯୁଦ୍ଧରୁ ପଛଘୁଞ୍ଚା ଦେବାକୁ ବୁଝାଇଥିଲି। ମୁଁ ବାଣିଜ୍ୟକୁ ଶାନ୍ତି ପ୍ରତିଷ୍ଠାର ମାଧ୍ୟମ ଭାବେ ବ୍ୟବହାର କରିଥିଲି। ଏପରିକି ଶାନ୍ତି ପ୍ରଚେଷ୍ଟା ପାଇଁ ସେ ଭାରତର ରପ୍ତାନି ଉପରୁ ଶୁଳ୍କ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲି।   “ସେତେବେଳେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ଯୁଦ୍ଧ ଯେ କୌଣସି ସମୟରେ ପରମାଣୁ ସ୍ତରକୁ ଗଡ଼ି ପାରିଥାନ୍ତା। ମୁଁ ଫୋନ କଲି, ଉଭୟ ପକ୍ଷ ସହ କଥା ହେଲି ଓ ସେମାନଙ୍କୁ ଆଲୋଚନାରେ ବସାଇଲି।” ସେ ଆହୁରି କହିଛନ୍ତି, “ପରମାଣୁ ଯୁଦ୍ଧ ହେଉଛି ବିଶ୍ୱର ସବୁଠୁ ଭୟଙ୍କର ଓ ଧ୍ୱଂସାତ୍ମକ ଜିନିଷ। ଏହାକୁ ‘ଏନ’ ଶବ୍ଦ କୁହାଯାଏ, ଯାହା ଅତ୍ୟନ୍ତ ଭୟଙ୍କର।” ଯଦି ସେ ହସ୍ତକ୍ଷେପ ନ କରିଥାନ୍ତେ, ତେବେ ପରିଣାମ ଅତି ଗମ୍ଭୀର ହୋଇଥାନ୍ତା ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ବ୍ୟାପାରକୁ ଏକ କୌଶଳଗତ ଉପାୟ ଭାବେ ବ୍ୟବହାର କରିଥିଲେ। “ମୁଁ ବ୍ୟାପାରର ମାଧ୍ୟମରେ ସନ୍ତୁଳନ ରକ୍ଷା କରି ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲି,” ବୋଲି ସେ କହିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଭାରତ ଆମେରିକା ଉପରେ ସର୍ବାଧିକ ଟାରିଫ ଲଗାଉଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ । କିନ୍ତୁ ସେ ଏହାକୁ ହ୍ରାସ କରିବା ଦିଗରେ ଭାରତକୁ ମନାଇବାରେ ସଫଳ ହୋଇଥିଲେ। ଭାରତ ସହ ଏକ ବ୍ୟାପାର ଚୁକ୍ତି ଶୀଘ୍ର ହୋଇପାରିବ କି ବୋଲି ପଚରାଯିବାରୁ ସେ କହିଛନ୍ତି “ହଁ, ହୋଇପାରେ।”

କିନ୍ତୁ, ଭାରତ ସରକାର ଟ୍ରମ୍ପଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ (MEA) ସ୍ପଷ୍ଟ କରିଛି ଯେ ମେ ୧୦ ତାରିଖରେ ଭାରତ ଓ ପାକିସ୍ତାନର ସୈନ୍ୟ ଅଧିକାରୀମାନେ (DGMOs) ସିଧାସଳଖ ଫୋନ କଲରେ ଯୁଦ୍ଧବିରତି ସ୍ଥାପନ କରିଥିଲେ। ଏହି ଆଲୋଚନାରେ କୌଣସି ତୃତୀୟ ପକ୍ଷର ଭୂମିକା ନ ଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, “ପାକିସ୍ତାନର DGMO ମଧ୍ୟାହ୍ନ ୩:୩୫ରେ ଭାରତୀୟ DGMOଙ୍କୁ ଫୋନ କରିଥିଲେ। ଉଭୟ ପକ୍ଷ ସନ୍ଧ୍ୟା ୫ଟା ଠାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ସୈନ୍ୟ କାର୍ଯ୍ୟ ବନ୍ଦ କରିବାକୁ ରାଜି ହୋଇଥିଲେ।” ଭାରତ ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଯୁଦ୍ଧବିରତି ଆଲୋଚନାରେ ବାଣିଜ୍ୟ ସମ୍ପର୍କିତ କୌଣସି ବିଷୟ ଉଠି ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ପାକିସ୍ତାନ ନିଜେ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା। କଶ୍ମୀର ଆଲୋଚନା ପାଇଁ ନୁହେଁ, କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଫେରାଇବା ଉପରେ ଆଲୋଚନା ହେବ।”


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?