ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ କଟକର ଏକ କ୍ଷୁଦ୍ର ୟୁନିଟ୍‌କୁ ବହୁ କୋଟି ଟଙ୍କାର ଉତ୍ପାଦନ ପାୱାରହାଉସରେ ପରିଣତ କରିଛନ୍ତି। ତାଙ୍କ ନେତୃତ୍ୱରେ, ଓରିକ୍ଲିନ ବିଶ୍ୱବ୍ୟାପୀ ବିଶାଳ ହିନ୍ଦୁସ୍ତାନ ୟୁନିଲିଭରର ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ପାଲଟିଛି, ଯାହା ସର୍ଫ ଏକ୍ସେଲ୍‌ ଇଜି ଓ୍ବାଶ୍‌, ଏବଂ ଆକ୍ଟିଭ ହ୍ବିଲ ଭଳି ଘରୋଇ ସାମଗ୍ରୀ ଉତ୍ପାଦନ କରୁଛି। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ପ୍ରତି ତାଙ୍କର କାର୍ଯ୍ୟଦକ୍ଷତା ଏବଂ ପ୍ରତିବଦ୍ଧତା ପାଇଁ ସେ ଜଣାଶୁଣା। ଏହାସହ ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଓତପ୍ରୋତଃ ଭାବେ ଜଡିତ। ଭାଲଚନ୍ଦ୍ରଙ୍କ ସମଗ୍ର ଯାତ୍ରା ସମ୍ପକର୍ର୍ରେ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର- ଓରିକ୍ଲିନ୍‌ ପ୍ରାଇଭେଟ ଲିମିଟେଡ ହିନ୍ଦୁସ୍ତାନ ୟୁନିଲିଭର (ଏଚ୍‌ୟୁଏଲ)ର ମାନ୍ୟତାପ୍ରାପ୍ତ ଯୋଗାଣକାରୀମାନଙ୍କଠାରୁ କଞ୍ଚାମାଲ ନେଇଥାଏ। ତେଣୁ କୌଣସି ବଡ଼ ଏଫ୍‌ଏମ୍‌ସିଜି କ୍ଲାଏଣ୍ଟର ନିର୍ଦ୍ଧାରିତ ସମୟରେ ଡେଲିଭରି ତଥା ଯୋଗାଣ ଶୃଙ୍ଖଳକୁ ନିର୍ବିଘ୍ନ କିପରି ପରିଚାଳନା କରିଥା’ନ୍ତି?
ଉ- ଓରିକ୍ଲିନ୍‌ ପାଖରେ ଏଚ୍‌ୟୁଏଲ୍‌ ଅନୁମୋଦିତ ବିକ୍ରେତାଙ୍କ ସହିତ ସମାନ ନିୟମ ଏବଂ ସର୍ତ୍ତାବଳୀ ସହିତ ଇନ୍‌ପୁଟ୍‌ ସଂଗ୍ରହ କରିବାର ଏକକାଳୀନ ବିକଳ୍ପ ଅଛି। ଓରିକ୍ଲିନ୍‌ ଏବଂ ଏଚ୍‌ୟୟୁଏଲ୍‌ ମଧ୍ୟରେ ପ୍ରିନ୍ସିପାଲ ଟୁ ପ୍ରିନ୍ସିପାଲ ବ୍ୟବସ୍ଥା ରହିଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ୩ ଦଶନ୍ଧିରୁ ଅଧିକ ପୁରୁଣା ଏବଂ ଏହା ସୁରୁଖୁରୁରେ କାର୍ଯ୍ୟ କରୁଛି।
ପ୍ର- ଅନ୍ୟ ବ୍ରାଣ୍ଡ୍‌ ଭଳି ଓରିକ୍ଲିନ୍‌ ମଧ୍ୟ ଲିକ୍ୱିଡ୍‌ ଡିଟରଜେଣ୍ଟ କିମ୍ବା ବିଶେଷ ଶିଳ୍ପଭିତ୍ତିକ ସଫେଇ ଉତ୍ପାଦରେ ବ୍ୟବସାୟ ବିସ୍ତାର କରିବାର କୌଣସି ଯୋଜନା ଅଛି କି?
ଉ- ବର୍ତ୍ତମାନ ଓରିକ୍ଲିନ୍‌ ସର୍ଫ ଏକ୍ସେଲ, ସନ୍‌ଲାଇଟ, ହ୍ବିଲ ଏବଂ ଡୋମେକ୍ସ ଭଳି ବ୍ରାଣ୍ଡ ଉତ୍ପାଦନ କରୁଛି। ଏଚୟୁଏଲ୍‌ ଏବଂ ଲ୍ଲିକ୍ୱିଡ୍‌ ଡିଟରଜେଣ୍ଟ ସମେତ ହୋମ୍‌ କେୟାର ବର୍ଗରେ ଅନ୍ୟାନ୍ୟ ବଡ଼ ଜାତୀୟ ତଥା ବହୁରାଷ୍ଟ୍ରୀୟ ବ୍ରାଣ୍ଡ ସହିତ ଆଲୋଚନା ଚାଲିଛି।
ପ୍ର-ବିଶ୍ୱସ୍ତରୀୟ ଇଏସ୍‌ଜି ମାନଦଣ୍ଡ ସହିତ ସମନ୍ବୟ ରଖିବା ପାଇଁ ଆପଣଙ୍କର କଟକ ୟୁନିଟ୍‌ରେ କେଉଁ ନିର୍ଦ୍ଦିଷ୍ଟ ପରିବେଶ ଅନୁକୂଳ ଉତ୍ପାଦନ ପ୍ରକ୍ରିୟା କିମ୍ବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରୋଟୋକଲ କାର୍ଯ୍ୟକାରୀ କରାଯାଇଛି?
ଉ- ଓରିକ୍ଲିନ୍‌ ହେଉଛି ଏକ ସମ୍ପୂର୍ଣ୍ଣ ଏସ୍‌ଏଚ୍‌ଇ ଅନୁପାଳନକାରୀ ସଂଗଠନ। ଏହା ଆଇଏସ୍‌ଓ ୯୦୦୧:୨୦୧୫, ଆଇଏସ୍‌ଓ ୧୪୦୦୧:୨୦୧୫ ଏବଂ ଆଇଏସ୍‌ଓ ୪୫୦୦୧:୨୦୧୮ ଇତ୍ୟାଦି ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରମାଣପତ୍ର ସଂସ୍ଥାଗୁଡ଼ିକରୁ ସ୍ବୀକୃତିପ୍ରାପ୍ତ।
ପ୍ର-ଆପଣ ସମ୍ପ୍ରତି ୮୮ କୋଟି ଟଙ୍କାର ସସ୍‌, ଜାମ୍‌ ଏବଂ ଜେଲି ଉତ୍ପାଦନ ପାଇଁ ଏକ ପ୍ରକଳ୍ପ ପାଇଁ ଅନୁମୋଦନ ପାଇଛନ୍ତି। କେତେ ଦିନ ମଧ୍ୟରେ ଟାଙ୍ଗୀ-ଚୌଦ୍ୱାରରେ ଏହି ସୁବିଧା କାର୍ଯ୍ୟକ୍ଷମ ହେବ?
ଉ- କିଛି ଟେକ୍ନୋଲୋଜି ତଥା ବାଣିଜି୍ୟକ ତ୍ରୁଟି ଯୋଗୁ ସସ୍‌, ଜାମ୍‌ ଏବଂ ଜେଲି ଉତ୍ପାଦନ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହାର ସମ୍ପ୍ରସାରିତ ଶାଖାରେ ଥିବା ଗୋଷ୍ଠୀଟି ୪୫୦୦ ଟନ୍‌ ପର ମ କ୍ଷମତା ବିଶିଷ୍ଟ ବିସ୍କୁଟ ଏବଂ ବେକେରି ଉତ୍ପାଦ ଉତ୍ପାଦନ ପାଇଁ ଓରିବେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିଛି। ପୂର୍ବ ଭାରତର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକ ସହିତ ଉତ୍ପାଦନ ଚୁକ୍ତି ପ୍ରକ୍ରିୟା ଚାଲିଛି। ପ୍ରକଳ୍ପଟି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବାର ଆଶା କରାଯାଉଛି।
ପ୍ର-ଜଣେ ଉଦ୍ୟୋଗୀ ଭାବରେ ଆପଣ ଏହି ବ୍ୟବସାୟ କ୍ଷେତ୍ରରେ କାହିଁକି ପ୍ରବେଶ କରିବାକୁ ଚିନ୍ତା କଲେ। ଏହି ଉଦ୍ୟୋଗରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ପିଢ଼ିଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଉଦ୍ୟୋଗୀ ନିଜେ ଏକ ପ୍ରତିଷ୍ଠାନ, ଯଦି ଈଶ୍ୱରୀୟ କୃପା ନ ଥାଏ, ତେବେ କେହି ଅନ୍ୟର ସେବା କରିବାର ସୁଯୋଗ ପାଇପାରିବେ ନାହିଁ। ଜଣେ ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ ବରଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ମଧ୍ୟ ଦିଅନ୍ତି। ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ୩ ଡି ଅର୍ଥାତ୍‌ ଡ୍ରିମ୍‌ (ସ୍ବପ୍ନ), ଡିଟରମିନେଶନ(ଦୃଢ଼ ନିଷ୍ଠା) ଏବଂ (ଡେଡିକେଶନ) ସମର୍ପଣ ମନୋଭାବ ରହିବା ଆବଶ୍ୟକ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri