ଓଭରବ୍ରିଜ୍‌ ଉପରୁ ଖସିଲା ଆଖୁ ବୋଝେଇ ଟ୍ରକ୍‌, ଗାଡ଼ି ତଳେ କେହି ଫସିରହିଥିବା ସନ୍ଦେହ

ଧର୍ମଶାଳା,୧୨।୨(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ ଓଭରବ୍ରିଜ୍‌ ଉପରୁ ଏକ ଆଖୁ ବୋଝେଇ ଟ୍ରକ୍‌ ତଳକୁ ଖସିପଡିଛି। ଓ ଆର୍‌ ୦୪ଏଲ ୭୭୬୩ ନମ୍ବର ବିଶିଷ୍ଟ ଗାଡ଼ିଟି ଆଖୁ ବୋଝେଇ କରି ଜାରକାରୁ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିର ଡ୍ରାଇଭର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇ ଦିଆଯାଇଛି। ତେବେ ଗାଡ଼ିଟି ଉପରୁ ତଳକୁ ଖସି ପଡ଼ିଥିବାବେଳେ ତଳେ ରାସ୍ତାଟି ସର୍ଭିସ ରାସ୍ତା ହୋଇଥିବା କାରଣରୁ ଗାଡ଼ି ତଳେ କେହି ଫସିରହିଥିବା ସନ୍ଦେହ କରାଯାଉଛି।

Dharitri – Odisha’s No.1 Odia Daily

Share