ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର ବିଶିଷ୍ଟ ଏକ ପାଉଡର ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବିଜୟଓ୍ବାଡାରୁ ପାଉଡର ବୋଝେଇ ହୋଇ ଆସାମ ଅଭିମୁଖେ ଯାଉଥିବା ଏହି ଟ୍ରକ୍‌ଟି ସୋମବାର ଆମପାଣି ଘାଟି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣା ଫଳରେ ଗାଡ଼ି ଆଗପଟ ଚୂର୍‌ମାର ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଆମପାଣି ମେଡିକାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଆମପାଣି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share