ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବଡପୋଲ ନିକଟରେ ଠିଆହୋଇଥିବା ଏକ ଟ୍ରକକୁ ଆସି ଆଉ ଏକ ଟ୍ରକ୍ ଧକ୍କା ଦେଇଛି। ୩୫୩ ନମ୍ବର ଜାତୀୟ ରାଜପଥ କଡରେ ଦୁର୍ଘଟଣା ଘଟିଥିବା ବେଳେ ଧନ ଜୀବନ କ୍ଷୟକ୍ଷତି ହୋଇନାହିଁ। ଏହି ଘଟଣା ବିଳମ୍ବିତ ରାତିିରେ ହୋଇଥିବା ବେଳେ ଚାଳକଙ୍କ ଆଖି ଲାଗି ଯାଇଥିବାରୁ ଏମିିତି ହୋଇଛି।


