OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ ନେଇ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଲା ଟ୍ରକ । ଫଳରେ ଭାରସାମ୍ୟ ହରାଇ ବସଟି ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ୨୬ ଜଣ ଯବାନ ଆହତ ହୋଇଥିବା ବେଳେ ବସର ଆଗ ଓ ପଛ କାଚ ଭାଙ୍ଗି ଯାଇଥିବା ସୂଚନା ରହିଛି ।

ବସରେ ଥିବା ସମସ୍ତ ୨୬ ଜଣ ଯବାନ ଆହତ ହୋଇ ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବସଟି ଗୁଆଲିରୁ ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବାକୁ ଚମ୍ପୁଆ ପୋଲିସ ଉଦ୍ୟମ ଜାରି ରଖିଛି। ଏନେଇ ଏସଡିପିଓ ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି ଯେ ୨୬ ଜଣ ସାମାନ୍ୟ ଆହତ ହୋଇ ଚିକିତ୍ସିତ ଅଛନ୍ତି। ସେମାନେ ଫାଇରିଂ ଟ୍ରେନିଂ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

IPL ୨୦୨୬ ଅଧିନାୟକ ତାଲିକା: ୨୪ ବର୍ଷୀୟ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଲା ଏହି ଦଳ

ନୂଆଦିଲ୍ଲୀ,୧୬।୩: IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ସହିତ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri