ସ୍ବାମୀ-ସ୍ତ୍ରୀଙ୍କୁ ଧକ୍କାଦେଲା ଟ୍ରକ୍‌, ଭାଙ୍ଗିଗଲା ସ୍ତ୍ରୀଙ୍କ ଗୋଡ଼

ବଲାଙ୍ଗୀର/ଦେଓଗାଁ,୩ା୧୧(ସୁନିଲ କୁମାର ମହାନ୍ତି/କୃଷ୍ଣପ୍ରସାଦ ପାଣିଗାହୀ): ସୋମବାର ସକାଳେ ବଲାଙ୍ଗୀର ଜିଲା ସଇଁତଳା ପଟୁ ଆସୁଥିବା ଏକ ଟ୍ରକ୍‌ ଦେଓଗାଁ କଛାରପାଲି ସ୍କୁଲ ନିକଟରେ ସ୍ବାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା। ସେମାନେ ହେଲେ ସଇଁତଳା ଥାନା ଦଙ୍ଗାରମୁଡ଼ା ଗାଁର ଜଗବନ୍ଧୁ ରଣା ଓ ତାଙ୍କ ସ୍ତ୍ରୀ ଜାହ୍ନବୀ। ଟ୍ରକ୍‌ ଧକ୍କାରେ ଜଗବନ୍ଧୁ ଛିଟିକି ପଡ଼ି ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜାହ୍ନବୀଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିବା ସୂଚନା ମିଳିଛି।

Dharitri – Odisha’s No.1 Trusted Odia Daily

Share