ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସୁଚନା ଅନୁଯାୟୀ, ବିଳମ୍ବିତ ରାତିରେ ବାଲେଶ୍ବରରୁ ବାଲିଆପାଳ ଅଭିମୁଖେ ଯାଉଥିବା ଏକ ବାଇକ ପଛପଟୁ ଧାନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ବାଇକଟି ଟ୍ରକ ଭିତରେ ପସି ଯାଇଥିଲା । ଯାହା ଫଳରେ ବାଇକ ଆରୋହୀ ଜଣକ ସମ୍ପୂର୍ଣ୍ଣ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ରାଜପଥ ପେଟ୍ରୋଲିଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଧାନ ବୋଝେଇ ଟ୍ରକକୁ ଜବତ କରି ବସ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବାଇକ ଆରୋହୀଙ୍କ ପରିଚୟ ମିଳି ନଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ବାଲିଆପାଳ ଅଞ୍ଚଳର ବୋଲି ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Share