ପୁଇଁତୋଳା ଛକ ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌

ଗଞ୍ଜାମ,୬।୯ (ଅଖିଳ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ପୁଇଁତୋଳା ଛକରେ ଜାତୀୟ ରାଜପଥ ୧୬ ଉପରେ ଦୁର୍ଘଟଣା ଘଟିଛି। ଏକ  କୋଇଲା ବୋଝେଇ ଟ୍ରକ୍‌କୁ ନଂ ଓଡ଼ି ୦୫ ବିକେ ୮୦୬୧ ଧକ୍କା  ଦେଇଛି । ଏହି ଘଟଣାରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଧକ୍କାଦେବା ପରେ ଉକ୍ତ ସ୍ଥାନରୁ ଚାଲିଯାଇଥିବା ଜଣାପଡ଼ିଛି।
ଉଭୟ ଟ୍ରକ୍‌ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ମାର୍ଗରେ ଯାନବାହନମାନଙ୍କର ଗତି ଅଧିକ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେମାନେ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନଗୁଡ଼ିକୁ ହଟାଇ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିଥିଲେ । ଏହି ଛକରେ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦାବି କରିଛନ୍ତି। ରାଜପଥରେ ଯାନବାହନମାନଙ୍କର ଗତି ନିୟନ୍ତ୍ରଣ ନହେବା ଯୋଗୁ ଏପରି ଦୁର୍ଘଟଣା ବଢ଼ିବାରେ ଲାଗିଛି।
ଧକ୍କାଦେବା ପରେ କୋଇଲା ବୋଝଇ ଟ୍ରକ୍‌ ସ୍ଟେରିଂରେ ଚାପି ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ପୁଇଁତୋଳା ଗ୍ରାମର ଧରଣୀଧର ସାହୁ, ବିଶ୍ୱ ଭୂଷଣ ଦଳାଇ ଓ ଅମରେଶ ରାଉଳ ପ୍ରମୁଖ ଚାପିହୋଇ ରହିଥିବା ଡ୍ରାଇଭରଙ୍କୁ ରଡ ସାହାର୍ଯ୍ୟରେ ଉଦ୍ଧାର କରିଥିଲେ। ଖବରପାଇ ଯୁବ ସ୍ବେଚ୍ଛାସେବୀ ସୁଧୀର ପାଢ଼ୀ, ମନୋଜ ପ୍ରଧାନ, ପପୁ ପଣ୍ଡା, ଅଶୋକ ପଲାଇ ଓ ଅନ୍ୟମାନେ ଆହତ ଡ୍ରାଇଭରଙ୍କୁ ମେଡିକାଲ ନେଇଥିଲେ। ଅନ୍ୟପଟେ ଦୁର୍ଘଟଣା ବେଳେ ଉପସ୍ଥିତ ଥିବା ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପିଏସଓ ଦୀପକ ଚଣ୍ଡ, କୃଷ୍ଣ ଦଳାଇ ଓ ପିଣ୍ଟୁ ସାହୁ ବ୍ରେକ ମାରିଥିବା ଟ୍ରକକୁ ଗୋଡ଼ାଇ ଥିଲେ। ଉକ୍ତ ଟ୍ରକକୁ ଭେଜିଫୁଟ ଫାଣ୍ଡି ଅଟକ ରଖିଥିବା ଜଣାପଡିଛି। ଅନ୍ୟ ସ୍ଥାନ ଭଳି ପୁଇଁତୋଳା ଛକଠାରେ ବ୍ୟାରିିକେଟ ସହ ସ୍ପିଡ ବ୍ରେକର ନିର୍ମାଣ ପାଇଁ ଗଞ୍ଜାମ ଜିଲା ଡ୍ରାଇଭର ସଙ୍ଘ ଉପସଭାପତି ଧରଣୀଧର ସାହୁ ଦାବି କରିଛନ୍ତି।

 

Dharitri — Odisha’s No.1 Trusted Odia Newspaper

Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri