ବଡ଼ଗାଁ, ୨୫।୪: ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖ ୧୦ନମ୍ବର ରାଜ୍ୟ ରାଜପଥରେ ରବିବାର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭର ଝାରସୁଗୁଡ଼ା ବେଲପାହାଡ଼ର ରାଜା ଗରଡିଆ (୩୫)ଙ୍କ ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସରେ ବସିଥିବା ମହୁଲପାଲି ଗ୍ରାମର ରୋହିତ ନାଏକ (୨୮) ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ, ରାଉରକେଲା ଏକ ହସ୍ପିଟାଲରେ ରୋଗୀଙ୍କୁ ଛାଡି ଫେରିବା ବେଳେ ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖ ଦେଇ ରଙ୍ଗ ରୁଟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସମ୍ମୁଖରେ ଆସୁଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।