ବ୍ରିଜ୍‌ରୁ ୩୦ ଫୁଟ ତଳକୁ ଖସିଲା ଟ୍ରକ୍‌, ହେଲ୍ପର ମୃତ, ଗୁରୁତର ହୋଇ ଚାଳକ…

ରାଉରକେଲା,୨ା୨(ସଙ୍ଗୀତା ଜେନା): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରାଉରକେଲାରୁ କୁଆଁରମୁଣ୍ଡା ଯାଉଥିବା ଏକ ୧୮ଚକିଆ ଟ୍ରକ୍‌ ରବିବାର ବିଳମ୍ବିତ ରାତିରେ ଅଣାୟତ ହୋଇ ଯମୁନା ନାକି ବ୍ରିଜର ପାଚେରି ଭାଙ୍ଗି ୩୦ ଫୁଟ ତଳକୁ ବ୍ରାହ୍ମଣୀ ନଦୀରେ ଖସିପଡ଼ିଛି। ଏଥିରେ ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଚାଳକଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ପରିଚୟ ପୂର୍ବାହ୍ନ ପର୍ଯ୍ୟନ୍ତ ମିଳିପାରି ନାହିଁ। ଟ୍ରକ୍‌କୁ ସମ୍ପୂର୍ଣ୍ଣ ଉଦ୍ଧାର କରାଯାଇପାରିନାହିଁ। ତେବେ ଏହାର ପଞ୍ଜୀକରଣ ପଞ୍ଜାବରେ ହୋଇଥିବା ଜଣାପଡ଼ିଛି। ଉକ୍ତ ଟ୍ରକ୍‌ରେ ସ୍ଲାଗ ଭର୍ତ୍ତି ହୋଇଥିଲା।

Dharitri –Odisha’s No.1 Trusted Odia Daily

Share