ଲାଞ୍ଜିଗଡ଼,୨୮ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ ଭବାନୀପାଟଣା-ରାୟଗଡା ୬ନଂ. ରାଜ୍ୟ ରାଜପଥ କିଡିଙ୍ଗ ଗ୍ରାମ ନିକଟରେ ସୋମବାର ଏକ ମାଲବାହୀ ଟ୍ରକ୍ରେ ବିଦ୍ୟୁତ୍ ଶର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ମହାରାଷ୍ଟ୍ର ନାଗପୁରରୁ ସିଜି୦୮ଏଏକ୍ସ-୧୮୨୭ନଂ. ବିଶିଷ୍ଟ ଟ୍ରକ୍ ଲାଞ୍ଜିଗଡ କାରଖାନାକୁ ଜେନେରେଟର ନେଇ ଆସୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ନିଆଁ ଲାଗିବା ଦେଖି ଟ୍ରକ୍ ଚାଳକ ଓ ହେଲ୍ପର ଗାଡିରୁ ବାହାରିଯାଇ ଜୀବନ ବଞ୍ଚାଇଥିଲେ। ଖବରପାଇ ନର୍ଲା, ଭବାନୀପାଟଣା ଓ ଲାଞ୍ଜିଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫାଣ୍ଡି ଅଧିକାରୀ ମୀନକେତନ ଶବର ଓ ଏସ୍ଆଇ ବିଶ୍ୱନାଥ ମହଲା ସହ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।
ଫଟୋ: ଟ୍ରକ୍ରେ ନିଆଁ ଲିଭାଉଛନ୍ତି ଅଗ୍ନିଶମ କର୍ମଚାରୀ।