ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି।

ସୂଚନାରୁ ପ୍ରକାଶ ଯେ, ବ୍ଲକ ର ଏହି ପଞ୍ଚାୟତକୁ ଓଡି ୦୮ ସି ୯୦୯୯ ବିଶିଷ୍ଟ ଏକ ୬ ଚକିଆ ଟ୍ରକ୍‌ ଯୋଗେ ୩ମାସର ପିଡିଏସ୍‌ ଚାଉଳ ଯାଉଥିଲା। ସେହି ସମୟରେ ସିଲେଟ ଗ୍ରାମର କେନ୍ଦୁଗୁଡ଼ା ଘାଟି ବୁଲାଣି ପାଖରେ ବ୍ରେକ୍‌ ଫେଲ୍‌ ହେବା ସହ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳ ଟ୍ରକ୍‌ ଡ୍ରାଇଭର ଏବଂ ହେଲ୍ପର୍‌ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।

ଖବର ପାଇ ସ୍ଥାନୀୟ ଯୋଗାଣ ସହାୟକ ନୀଳାମ୍ବର ବାଗ ଏବଂ ପୂର୍ବତନ ସରପଞ୍ଚ ସାନି ମାଝୀଙ୍କ ସମେତ ସ୍ଥାନୀୟ ଯୁବକ ଶତ୍ରୁଘ୍ନ ନାଏକ, ରାଜେନ୍ଦ୍ର ନାଏକ, ବିପିନ ନାଏକ, ଅର୍ଜୁନ ନାଏକ ପ୍ରମୁଖ ଉପସ୍ଥିତ ରହି ସଙ୍ଗେ ସଙ୍ଗେ ଅନ୍ୟ ଏକ ଟ୍ରାକ୍ଟର ଯୋଗେ ସବୁ ଚାଉଳକୁ ସ୍ଥାନାନ୍ତର କରିଥିଲେ। ହେଲେ ପାଖାପାଖି ୧୨ ପକେଟ୍‌ ଚାଉଳ ସବୁ ଅଳ୍ପ କିଛି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଣ ଓସାରିଆ ରାସ୍ତା ସାଙ୍ଗକୁ ମରଣଯନ୍ତା ପାଲଟିଥିବା ରାସ୍ତା ଯୋଗୁ ଏମିତି ଘଟଣା ଘଟୁଛି। ଏଣୁ ତୁରନ୍ତ ରାସ୍ତାର ସମ୍ପ୍ରସାରଣ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily