ବେଆଇନ କାଠ ବୋଝେଇ ଟ୍ରକ ଜବତ: ଦୁଇଜଣ ଅଟକ

କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ବନ ବିଭାଗ ପକ୍ଷରୁ ଘଟଗାଁ ଏବଂ ଭୂୟା ଜୁଆଙ୍ଗ ପିଢ଼ ରେଞ୍ଜର ମିଳିତ ଅଭିଯାନରେ ଜଙ୍ଗଲ ଜମିରୁ ବେଆଇନ କାଟି ବାହାରକୁ ଚାଲାଣ ହେଉଥିବା ଏକ ୟୁକାଲିପଟାସ୍‌ (୧୦୦୦ ଘନଫୁଟରୁ ଅଧିକ) ବୋଝେଇ ଏକ ୧୪ ଚକିଆ ଟ୍ରକ (CG15DH9700) ଜବତ କରିଛି।
ଛତିଶଗଡ଼ ରାଜ୍ୟ ସୁରଜପୁରର ଈଶ୍ୱର ସିଂହ (୨୬), ଟ୍ରକ ଡ୍ରାଇଭର ଏବଂ କେନ୍ଦୁଝର ଜିଲ୍ଲାର ପାଟନା ଥାନା ଅନ୍ତର୍ଗତ ସିଲିପଦାର ଗଣେଶ୍ୱର ପାତ୍ର (୩୦) ନାମକ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦଆଯାଇଛି।
ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ପଣ୍ଡାପଡ଼ାର ମିଥ୍ୟା କାଗଜପତ୍ର ଦେଖାଇ ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରୁ ଏକ କାଠ କାଠ ଲୋଡ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଗାଡ଼ିଟି ମଧ୍ୟପ୍ରଦେଶ ରାଜ୍ୟ ଶାହଡୋଲକୁ ଯିବା ପାଇଁ ପ୍ରସ୍ତୁତି ହେଉଥିଲା ଏବଂ ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି କେନ୍ଦୁଝରର ଡିଭିଜନାଲ ଫରେଷ୍ଟ ଅଫିସର ଧନରାଜ ଏଚଡି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସାନ୍ତରାପୁର ଅଞ୍ଚଳରୁ ଦୀର୍ଘ ବର୍ଷ ଧରି କାଠ ଚୋରାଚାଲାଣର ଅନେକ ମାମଲା ସତ୍ତ୍ୱେ ବନ ବିଭାଗ ରୋକିବାରେ ବିଫଳ ହେଉଛି। ଯାହା ପାଇଁ ଜଙ୍ଗଲର କ୍ଷୟ ଦ୍ରୁତ ଗତିରେ ଚାଲିଛି। ଏହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରୁଛନ୍ତି। ତେଣୁ କାଠ ଚୋରାଚାଲାଣ ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ଲୋକଙ୍କ ବିରୋଧରେ ବନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେମାନେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri