କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଜି.ଉଦୟଗିରି,୨୨।୮(ଶିଶିର ପଟ୍ଟନାୟକ): କଳିଙ୍ଗା ଘାଟିରେ ଗୁରୁବାର ସକାଳ ଏକ ବାର ଚକିଆ ଟ୍ରକ(ନମ୍ବର-ଏପି-୦୩-ଟିଇ-୭୮୭୯) ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ରକଟି ଛତିଶଗଡର ବିଳାସପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରକ ହେଲପରର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
କଳିଙ୍ଗା ଛକଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟିର ପ୍ରଥମ ବୁଲାଣିରେ ୧୨ ଚକିଆ ଲୁହା ଚାଦର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ହେଲପର୍‌ଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ସମ୍ପୂର୍ଣ୍ଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଗାଡ଼ିଟିକୁ କାଟି ଡ୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ପରେ ତାଙ୍କୁ ଫୁଲବାଣୀ ହସ୍ପିଟାଲରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ଜି.ଉଦୟଗିରି ଆଦର୍ଶ ଥାନା ଏସ.ଆଇ ଅନନ୍ତ କୁମାର ପ୍ରଧାନ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଆଲ୍ଲାହାବାଦର ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri