ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ରଙ୍କ ମା’ ଡଃ. କନକ ମହାପାତ୍ରଙ୍କ ବିୟୋଗରେ ବୁଧବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ’ ମହୁରୀ କାଳୁଆ ଶକ୍ତିପୀଠ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ବିଧାୟକଙ୍କ ମା’ ଗତ ଅଗଷ୍ଟ ୨ ତାରିଖରେ ୯୩ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଭୁବନେଶ୍ୱର ସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିଲେ । ଏହି ଅବସରରେ ତାଙ୍କରି ସ୍ମୃତି ଚାରଣ ଉଦ୍ଦେଶ୍ୟରେ ବୁଧବାର ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ ଶୋକସଭା ପାଳିତ ହୋଇଥିଲା । ଏଥିରେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା , ଆସିକା ବିଧାୟକ ସରୋଜ ପାଢୀ , ଚିକିଟି ବିଧାୟକ ମନୋରଞ୍ଜନ ସାମନ୍ତରାୟ , ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ , ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ , ବ୍ରହ୍ମପୁର ବିଧାୟକ କେ . ଅନିଲ କୁମାର , ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କାଜୁ ନିଗମ ବୋର୍ଡ ସଭାପତି ସୁବାସ ମହାରଣା, ପୂର୍ବତନ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ , ବ୍ରହ୍ମପୁର ଏମପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ, ଭବାନୀ ଶଙ୍କର ପଣ୍ଡା, ଦିଗପହଣ୍ଡି ଏନ୍ଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , ଜିଲା ସମବାୟ ସଂଘ ପୂର୍ବତନ ସଭାପତି ସନାତନ ସଂଗ୍ରାମ ସିଂ ଙ୍କ ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି , ଦିଗପହଣ୍ଡି ଓ କୁକୁଡାଖଣ୍ଡି ପଞ୍ଚାୟତ ସମିତିର ସରପଞ୍ଚ ସମିତି ସଭ୍ୟ , ଜିଲା ପରିଷଦ ସଦସ୍ୟ ଏବଂ ସହସ୍ରାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ସ୍ବର୍ଗୀୟ ମହାପାତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ବିଧାୟକଙ୍କ ବାପା ମନମୋହନ ମହାପାତ୍ର , ଅଭିନେତ୍ରୀ ତଥା ସହଧର୍ମିଣୀ ମାମା ମିଶ୍ର ସମେତ ବହୁ ପରିବାର ସଦସ୍ୟ ଉପସ୍ଥିତ ଥିଲେ।


