କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଜଣେ ଛାତ୍ରୀ ପାଇଖାନା ଯାଇଥିବା ବେଳେ ସେଠାରେ ପଡ଼ି ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ବୋଲି ପ୍ରଧାନଶିକ୍ଷକ ଅକ୍ଷୟ କୁମାର ପାତ୍ର ସୂଚନା ଦେଇଛନ୍ତି।
ମୃତ ଛାତ୍ରୀଙ୍କ ନାମ ତେଲକୋଇ ଥାନା ଅନ୍ତର୍ଗତ କୁଲାଡେରା ଗ୍ରାମର ଗଣେଶ୍ୱର ନାଏକଙ୍କ ଝିଅ ତେଜସ୍ବିନୀ (୯)। ତେବେ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ତାଙ୍କ ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ପୋଲିସ ପୋଖରୀ ପାଇ ଥାନାରେ ପହଞ୍ଚି ତଦନ୍ତ କରୁଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।