ଶିଶୁପୁତ୍ର ଜନ୍ମ ଦେଲେ ଆଦିବାସୀ ନାବାଳିକା: ଅଚିନ୍ତାରେ ବୁଲୁଛନ୍ତି ଅଭିଯୁକ୍ତ

ଅମରପାଲି,୩୦/୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ମା’-ବାପା ଛେଉଣ୍ଡ ନାବାଳିକା ଏକ ଶିଶୁ ପୁତ୍ର ଜନ୍ମ କରିଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ଯୁବକ ଜଣକ ବେଫିକର ବୁଲୁଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ବିନିକା ଥାନା ଅନ୍ତର୍ଗତ ବିନିକା କଲେଜ ପଡାର ସୁନୀଲ ଷାଣ୍ଢ ନାମକ ଜଣେ ଯୁବକ ଦୀର୍ଘ ଦିନ ହେଲା ଉକ୍ତ ୧୭ ବର୍ଷିଆ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣକ ତାଙ୍କୁ ବାହା ହେବାକୁ କହିଲେ ମଧ୍ୟ ସେ ବିଭିନ୍ନ ବାହାନା ଦେଖାଇ ପ୍ରଲୋଭିତ କରୁଥିଲେ। ଗତ ୧୭ ତାରିଖରେ ନାବାଳିକା ଜଣକ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଶିଶୁ ପୁତ୍ର ଜନ୍ମ ହେବାପରେ ନାବାଳିକା ନିଜ ଜାତି ସମାଜର କିଛି କର୍ମକର୍ତ୍ତା ଓ ସମ୍ପର୍କୀୟଙ୍କ ସହିତ ଯୁବକଙ୍କ ଘରକୁ ଯାଇଥିଲେ ମଧ୍ୟ ଅଭିଯୁକ୍ତ ଯୁବକ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କରି ନ ଥିଲେ। ତାଙ୍କୁ ଓଲଟା ଘରୁ ବାହାର କରିଦେଇଥିଲେ।

ଏନେଇ ନାବାଳିକା ଜଣକ ବିନିକା ପୋଲିସର ସହଯୋଗ ନେଇଥିଲେ ମଧ୍ୟ ବିନିକା ପୋଲିସ ତାଙ୍କୁ ସାହାଯ୍ୟ କରି ନ ଥିଲା। ନାବାଳିକାଙ୍କୁ ବୀରମହାରାଜପୁର ଥାନାକୁ ଯିବାପାଇଁ କହିଥିଲା। ଫଳରେ ନାବାଳିକା ଜଣକ ଘରକୁ ଆସି ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ନବଜନ୍ମିତ ଶିଶୁ ପୁତ୍ରର ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଶିଶୁ ପୁତ୍ରକୁ ଏଯାଏ ଡାକ୍ତରଖାନାକୁ ମଧ୍ୟ ନିଆଯାଇ ନାହିଁ। ସ୍ଥାନୀୟ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଘଟଣା ବିଷୟରେ ଜାଣିଥିଲେ ମଧ୍ୟ ଶିଶୁ ପୁତ୍ରକୁ କାହିଁକି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନାବାଳିକା ଜଣକ ଏକ ଗରିବ ପରିବାର ଅଟନ୍ତି। ପ୍ରାୟ ୬ ବର୍ଷ ପୂର୍ବରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ବର୍ଷ ହେବା ତାଙ୍କର ବାପାଙ୍କ ମୃତ୍ୟୁ ହୋଇଛି। ପରିବାରରେ ପାଞ୍ଚ ଭଉଣୀ ମଧ୍ୟରୁ ନାବାଳିକା ଜଣକ ତୃତୀୟ କନ୍ୟା ଅଟନ୍ତି। ଘରେ ତାଙ୍କ ୮୦ ବର୍ଷୀୟ ଅଜାଙ୍କ ସହିତ ରହୁଥିଲେ। ନାବାଳିକାଙ୍କ ଜଣେ ମାତ୍ର ଭଉଣୀ ବିବାହ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତ ବେଫିକର ବୁଲୁଥିବା ଓ ନାବାଳିକା ଜଣକ ନିଜ ଜନ୍ମିତ ଶିଶୁ ପୁତ୍ରକୁ ଧରି ବାରଦୁଆର ହେଉଥିବା ଘଟଣା ଏବେ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ବୀରମହାରାଜପୁର ଥାନା ଅଧିକାରୀ ଅଞ୍ଜୁ ଓରାମଙ୍କୁ ପଚାରିବାରୁ ଆମେ ଅଭିଯୋଗ ପାଇଛୁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଲୋକେସନ ଟ୍ରାକ କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ତେବେ ଏଭଳି ଏକ ସମ୍ବେଦନଶିଳ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

‘ବ୍ୟାଡ୍ ବୟ ପିଜା’ ଆରମ୍ଭ କଲେ ବାଦଶାହ, ପ୍ୟାକେଜିଂରେ ‘ହାୟେ ଗର୍ମୀ

ମୁମ୍ବାଇ: ଜଣାଶୁଣା ରାପର ବାଦଶାହ, ଯିଏ ଜଣେ ଆବେଗୀ ଖାଦ୍ୟପ୍ରେମୀ ମଧ୍ୟ, ନିଜର ଖାଦ୍ୟ ପ୍ରତି ଥିବା ଅନୁରାଗକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି।...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri