ନିଆଁରେ ପୋଡ଼ି ହୋଇଯାଇଥିଲେ ଆଦିବାସୀ ଝିଅ, ଏବେ ମିଳୁନି ଆୟୁଷ୍ମାନ ଚିକିତ୍ସା କାର୍ଡ, ସରକାର ଚାହିଁଲେ…

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁଇ ବର୍ଷ ତଳେ ଶୀତ ଋତୁରେ ନିଆଁ ପୁଇଁ ହେଉଥିବା ବେଳେ ନିଆଁରେ ପୋଡ଼ି ହୋଇ ଆହତ ହୋଇ ଶାରୀରିକ ଭିନ୍ନକ୍ଷମ ହୋଇଥିବା ଜଣେ ୮ ବର୍ଷର ଆଦିବାସୀ ଝିଅ ଏବେ ଅର୍ଥାଭାବରୁ ଅପରେଶନ ହୋଇ ପାରୁ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ତାଙ୍କ ନାମ ଦୀପାଞ୍ଜଳି ମୁଣ୍ଡା। ସେ ଏବେ ପ୍ରଥମ ଶ୍ରେଣୀରେ ଗାଁ ସ୍କୁଲରେ ନାମ ଲେଖାଇଥିବା ବେଳେ ନିଆଁରେ ପୋଡ଼ି ଯାଇ ବାମ ଗୋଡ଼ଟି ଚଳପ୍ରଚଳ ହୋଇ ପାରୁ ନ ଥିବାରୁ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି।
ପ୍ରକାଶ ଯେ, ଦୁଇ ବର୍ଷ ତଳେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପଞ୍ଚାୟତ ଭଅଁରପୁର ଗାଁର ସୁଶାନ୍ତ ମୁଣ୍ତା ଓ ଲକ୍ଷ୍ମୀଙ୍କ କନ୍ୟା ଦୀପାଞ୍ଜଳି (୮) ଥଣ୍ତାରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁ ହେଉଥିବାବେଳେ ଅସାବଧାନତା କାରଣରୁ ପୋଷାକରେ ନିଆଁ ଲାଗି ଯାଇଥିଲା। ନିଆଁରେ ପଡ଼ିଯିବାରୁ ଦେହ, ହାତ ଓ ଗୋଡ଼ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବହୁ କଷ୍ଟ ଯନ୍ତ୍ରଣା ସହି ଦୀର୍ଘ ମାସ ପରେ ସୁସ୍ଥ ହୋଇଥିଲେ। ଛୋଟ ପିଲାଟି ଯନ୍ତ୍ରଣାରେ ବହୁକଷ୍ଟ ପାଉଛି। ବାମଗୋଡ଼ ଚମଡ଼ା ପୋଡ଼ିଯାଇ ମାଂସ ସହ ଲାଗି ଯାଇଥିବାରୁ ଦୀପାଞ୍ଜଳି ଚଳପ୍ରଚଳ କରିପାରୁନାହିଁ।
ଆୟୁଷମାନ କାର୍ଡ ନ ଥିବାରୁ ଦୀପାଞ୍ଜଳିଙ୍କ ମାଗଣା ଅପରେଶନ ହୋଇପାରିଲାନି। ପରିବାର ଆର୍ଥିକ ଅନଟନ ଯୋଗୁ ମେଡିକାଲରୁ ଆସି ଏବେ ଘରେ ପଡ଼ିରହିଛନ୍ତି କୁନି ଝିଅ ଜଣକ।
ତାଙ୍କ ବାପା ସୁଶାନ୍ତ ଜଣେ ମିସ୍ତ୍ରୀ। ବହୁ କଷ୍ଟରେ ଯାହା କିଛି ଖଟି ଆଣନ୍ତି ସେଥିରେ ସ୍ତ୍ରୀ, ଚାରି ଝିଅଙ୍କୁ ନେଇ ସଂସାର ଚଳାଇ ଆସୁଛନ୍ତି। ବଡ଼ ଝିଅ ଲିପ୍ସା ଏସ୍‌ଟି/ ଏସ୍‌ସି ସ୍କୁଲରେ ୭ ମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ତଳ ଭଉଣୀ ଝରଣା ଗାଁ ସ୍କୁଲରେ ୪ ଶ୍ରେଣୀରେ ପଢୁଛନ୍ତି। ଦୀପାଞ୍ଜଳି ଅସୁସ୍ଥତା କାରଣରୁ ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖିଥିବା ତାଙ୍କ ବାପା କହିଛନ୍ତି। ଏହା ପରେ ଆଉ ଜଣେ ତିନି ବର୍ଷର ସାନ ଝିଅ ଘରେ ଅଛି।

ଗତ ଜୁନ୍‌ ମାସରେ ଦିପାଞ୍ଜଳିଙ୍କର ପ୍ଲାଷ୍ଟିକ ସର୍ଜରୀ ହେବାର ଥିଲା। ଏଥିପାଇଁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ଜଣେ ସୁପର ସ୍ପେସାଲିଷ୍ଟ ଡାକ୍ତର ଅପରେଶନ କରିବା ନେଇ କହିଥିଲେ। କିନ୍ତୁ ହଠାତ୍‌ ଆୟୁଷ୍ମାନ କାର୍ଡର ପ୍ରଚଳନ ଝିଅର ଅପରେଶନରେ ବାଧା ସୃଷ୍ଟି ହେଲା ବୋଲି ସୁଶାନ୍ତ କହିଛନ୍ତି। କାରଣ ଝିଅ ନାମରେ ଆୟୁଷ୍ମାନ କାର୍ଡ ହୋଇ ପାରିଲା ନାହିଁ। ଏଣୁ ମାଗଣା ଚିକିତ୍ସା ହୋଇପାରୁନାହିଁ। ତେବେ ଡାକ୍ତର କହିଲେ ଏବେ ଅପରେଶନ ପାଇଁ ୧.୨୦ ଲକ୍ଷ ଟଙ୍କା ଆବଶ୍ୟକ। ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବି । ତାର ଚିକିତ୍ସା ଓ ଘର ଚଳାଇବାରେ ସବୁ ସାରି ଦେଇଛି ବୋଲି ସୁଶାନ୍ତ କହିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କଲେ ଝିଅର ଅପରେଶନ ହୋଇ ପାରିବ ଏବଂ ଚଲାବୁଲା କରିବା ସହ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରନ୍ତା ବୋଲି ସୁଶାନ୍ତ କହିଛନ୍ତି। ଏଣୁ ତୁରନ୍ତ ଝିଅଟିର ଅପରେଶନ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ମଧ୍ୟ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri