ତ୍ରିକୋଣୀୟ ପ୍ରେମ: ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଲୋଇସିଂହା,୨।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନାଠାରୁ ୨ଶହ ମିଟର ଦୂର ମଣ୍ଟୁ କଲୋନୀର ଏକ ଭଡା ଘରୁ ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତ ଯୁବତୀ ହେଲେ ସେମେଲମୁଣ୍ଡା ଗାଁର ମିନାକ୍ଷୀ ବେହେରା। ଝିଅ ମିନାକ୍ଷୀଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ନାରାୟଣ ବେହେରା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୃତଦେହ ନିକଟରୁ ଏକ ସୁଇସାଇଡାଲ ନୋଟ ମିଳିଛି। ଏଥିରେ ଅନ୍ୟ ଜଣେ ଯୁବତୀଙ୍କ ନାମ ଉଲ୍ଲେଖ ରହିଛି। ତ୍ରିକୋଣୀୟ ପ୍ରେମରୁ ଏପରି ଘଟଣା ଘଟି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଆଇଆଇସି ରମାକାନ୍ତ ଜେନା କହିଛନ୍ତି।

ସୂଚନା ଅନୁଯାୟୀ, ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ସେମେଲମୁଣ୍ଡା ଗାଁର ମିନାକ୍ଷୀ କୁଶଙ୍ଗ କଲେଜରେ ଯୁକ୍ତ ୩ର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ସକମା ଗ୍ରାମର କିଶୋର ପୋଢଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୨୦୨୦ ଅକ୍ଟୋବର ୨୦ରେ ମିନାକ୍ଷୀ ଆଧାର କାର୍ଡ ସଂଶୋଧନ କରିବାକୁ ଯାଉଛି କହି ଘରୁ ଆସିଥିଲେ। ଏହାପରେ ସେ ଆଉ ଘରକୁ ଫେରି ନ ଥିଲେ। କିଶୋର ତାଙ୍କ ଝିଅକୁ ନେଇ ଫେରାର ହୋଇଥିବା ଦର୍ଶାଇ ନାରାୟଣ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା(ନଂ.୨୮୮/୨୧) ରୁଜୁ କରିଥିଲା। ୨୦୨୧ ମାର୍ଚ୍ଚ ୨ରେ ଉଭୟ ପରିବାର ପକ୍ଷରୁ ଥାନାରେ ହୋଇଥିବା ଚୁକ୍ତିନାମା ଅନୁସାରେ ମିନାକ୍ଷୀ ଓ କିଶୋର ସ୍ବାମୀ ସ୍ତ୍ରୀ ହିସାବରେ ରହିବାକୁ ସ୍ଥିର ହୋଇଥିଲା। ସେଦିନରୁ ଉଭୟ ଲୋଇସିଂହା ମଣ୍ଟୁ କଲୋନୀରେ ରହୁଥିଲେ। ବୁଧବାର ସକାଳେ କିଶୋର ଲୋଇସିଂହା ଥାନାକୁ ଯାଇ ମିନାକ୍ଷୀ ବିଷପିଇ ଆତ୍ମହତ୍ୟା କରିଥିବା ଜଣାଇଥିଲେ। ଖବର ପାଇ ପୋଲିସ ଓ ମିନାକ୍ଷୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ଚଟଣାରେ ମୃତଦେହ ପଡିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ମିନାକ୍ଷୀ ସକାଳେ ସୁସ୍ଥ ଥିଲେ ଓ ତାକୁ ନିଜେ ରାଶନ ସାମଗ୍ରୀ ଦେଇ ଫେରିଥିବା ନାରାୟଣ କହିଥିଲେ। ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି। ଡିଏସ୍‌ପି ଅମୃତ କୁମାର ପଣ୍ଡା, ଆଇଆଇସି ରମାକାନ୍ତ ଜେନା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଥାନାରେ ଦଫା ୩୦୨, ୪୯୮(ଏ), ୩୦୪(ବି)ରେ ଏକ ମାମଲା (ନଂ.୧୪୮/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri