Surya Ghar Yojna Apply Online: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍‌ ଯୋଜନା କ’ଣ?  ଜାଣନ୍ତୁ କିଭଳି କରିବେ ଆବେଦନ, ମାଗଣା ପାଇବେ ୩୦୦ ୟୁନିଟ୍‌

ନୂଆଦିଲ୍ଲୀ,୧୫।୨: ପ୍ରାୟତଃ ଲୋକେ ନିଜର ବିଜୁଳି ବିଲ୍‌କୁ ନେଇ ଚିନ୍ତିତ ଥାନ୍ତି। ଏଣୁ ବିଦ୍ୟୁତ୍‌ ମିଟର ରିଡିଂ ଉପରେ ଲଗାମ ଲଗାଇବାକୁ ଉପାୟ ଖୋଜୁଥାନ୍ତି। ତେବେ ଏହି ଖବର ଆପଣଙ୍କ ଲାଗି ଜରୁରୀ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଲାଗି ଆବେଦନ କରି ଆପଣ ୩୦୦ ୟୁନିଟ୍‌ ମାଗଣା ବିଜୁଳିର ଲାଭ ଉଠାଇପାରିବେ। ଆସନ୍ତୁ ଜାଣିବା ଘରେ ବସି ଆପଣ ଏହି ଯୋଜନା ଲାଗି କିଭଳି ଆବେଦନ କରିବେ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ତେବେ ଏହାର ଉଦ୍ଦେଶ୍ୟ ପ୍ରତି ମାସରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରିବା। ଏହି ଯୋଜନାନୁଯାୟୀ ୧ କୋଟି ଲୋକଙ୍କୁ ଲାଭ ମିଳିବ। ସାଧାରଣଜନତାଙ୍କ ମଧ୍ୟରେ ଲୋକପ୍ରିୟତା ବୃଦ୍ଧି କରିବା ଲାଗି ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକରେ ପ୍ରୋତ୍ସାହିତ କରାଯିବ।
ଏହି ଯୋଜନା ଲାଗି ଆବେଦନ କରିବା ଲାଗି ଏହି ପ୍ରକ୍ରିୟା ପୂରଣ କରିବାକୁ ହେବ:
-ପ୍ରଥମେ କରନ୍ତୁ ରେଜିଷ୍ଟର: ସର୍ବପ୍ରଥମେ ଆପଣଙ୍କୁ ନିଜକୁ ରେଜିଷ୍ଟର କରିବାକୁ ହେବ। ଏଥିଲାଗି ଆଧିକାରୀକ ଓ୍ବେବ୍‌ସାଇଟ୍‌ pmsuryaghar.gov.inରେ ଲଗ୍‌ଇନ୍‌ କରିବାକୁ ହେବ। ପରେ ନିଜର ରାଜ୍ୟ, ବିଜୁଳି ବୋର୍ଡ, କନ୍‌ଜୁମର ନମ୍ବର, ମୋବାଇଲ ନମ୍ବର, ଇମେଲ୍‌ ଆଇଡି ଦେବାକୁ ହେବ।
-ପରେ କନ୍‌ଜୁମର ନମ୍ବର ଏବଂ ମୋବାଇଲ ନଂରେ ଲଗ୍‌ଇନ୍‌ କରନ୍ତୁ। ଫର୍ମରେ ରୁଫଟପ୍‌ ସୋଲାର୍‌ ଲାଗି ଆବେଦନ କରନ୍ତୁ।
-ଏହାପରେ DISCOM ମାନ୍ୟତାପ୍ରାପ୍ତ ଫର୍ମ ମିଳିବ ଏବଂ ଏହାପରେ ନିଜ ଅଞ୍ଚଳରେ ଥିବା DISCOM ରେଜିଷ୍ଟର୍ଡ ଭେଣ୍ଡର୍ସ ଦ୍ୱାରା ପ୍ଲାଣ୍ଟ ଇନ୍‌ଷ୍ଟଲ କରାଯିବ।
-ଇନଷ୍ଟଲେସନ ପୂରଣ ହେବା ପରେ ଇନ୍‌ସ୍ପେକ୍‌ସନ କରାଯିବ। ପରେ ପୋର୍ଟାଲ ଦ୍ୱାରା ଏକ ସାର୍ଟିଫିକେଟ ଜାରି କରାଯିବ।
-ଥରେ ରିପୋର୍ଟ ମିଳିବା ପରେ ନିଜ ବ୍ୟାଙ୍କ ଆକାଉଣ୍ଟର ସୂଚନା ଦେବାକୁ ହେବ। ଏଥିସହ ଏକ କ୍ୟାନ୍‌ସଲ୍‌ ଚେକ୍‌ ପୋର୍ଟାଲରେ ଜମା କରିବାକୁ ହେବ। ୩୦ ଦିନ ମଧ୍ୟରେ ଆପଣଙ୍କ ସବ୍‌ସିଡି ଆକାଉଣ୍ଟକୁ ଆସିଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri