ଅନଲାଇନ୍‌ରେ ମଗାଇଥିଲେ ଫୋନ୍‌, ପାର୍ସଲରେ ଖୋଲିବା ପରେ ଉଡିଲା ହୋସ୍‌

ନୂଆଦିଲ୍ଲୀ,୧୯।୩: ବର୍ତ୍ତମାନ ସମୟରେ ଲୋକମାନେ ଅନଲାଇନରେ ସବୁକିଛି କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଅନ୍‌ଲାଇନ୍‌ ଶପିଂ ସେମାନେ ଭଲ ରିହାତି ପାଉଛନ୍ତି। ଦୋକାନରୁ ଦୋକାନକୁ ବୁଲିବାକୁ ପଡ଼ୁନାହିଁ। ବିଶେଷକରି ଅନ୍‌ଲାଇନ୍‌ରେ ମୋବାଇଲ ଫୋନ କିଣିବା ଟ୍ରେଣ୍ଡ ପାଲଟିଲାଣି। ଲୋକମାନେ ଅନଲାଇନରେ ଫୋନ କିଣିବା ଶସ୍ତା ବୋଲି ମନେ କରୁଛନ୍ତି। ହେଲେ ଅନେକ ଥର ଏହି ଅନଲାଇନ କିଣାରେ ହେରଫେର ହୋଇଥାଏ। ଗ୍ରାହକ ଯେଉଁ ଉତ୍ପାଦ କିଣିଥାନ୍ତି, ଭୁଲବଶତଃ ତାଙ୍କୁ ଅନ୍ୟ କିଛି ଉତ୍ପାଦ କମ୍ପାନୀ ପଠାଇଦେଇଥାଏ। ଏବେ ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି।
ଉକ୍ତ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଅନଲାଇନ ସପିଂ କମ୍ପାନୀ ଫ୍ଲିପକାର୍ଟରୁ ନଥିଂ ଫୋନ (୨A) ଅର୍ଡର କରିଥିଲେ। କିନ୍ତୁ କମ୍ପାନୀ ଏହାର ପ୍ରତିବଦଳରେ ତାଙ୍କୁ ଭୁଲ ଫୋନ୍‌ ପଠାଇଛି। ଏଥିସହ କୌଣସି ସଠିକ ସ୍ପଷ୍ଟୀକରଣ ନ ଦେଇ ଉତ୍ପାଦ ଫେରସ୍ତ ପାଇଁ ତାଙ୍କ ଅନୁରୋଧକୁ କମ୍ପାନୀ ପ୍ରତ୍ୟାଖ୍ୟାନ କରିଥିବା ସେ ଅଭିଯୋଗ କରିଛନ୍ତି। ଟୱିଟର ବ୍ୟବହାରକାରୀ ତୁୟାବ(@MalikTuyyab) ଦାବି କରିଛନ୍ତି ଯେ ସେ ଫ୍ଲିପକାର୍ଟରୁ ନଥିଂ ଫୋନ (୨A) ଅର୍ଡର କରିଥିଲେ। କିନ୍ତୁ ଏହା ବଦଳରେ ଏକ ଆଇକଲ୍‌ ଫୋନ ପାଇଛନ୍ତି।
ତାଙ୍କ ପୋଷ୍ଟର କ୍ୟାପସନରେ ଫ୍ଲିପକାର୍ଟକୁ ଟ୍ୟାଗ କରି ସେ ଲେଖିଛନ୍ତି, ‘ମୁଁ ନଥିଂ ଫୋନ ୨A ଅର୍ଡର କରି ନାହିଁ, କିନ୍ତୁ ମୁଁ ଭୁଲ ଉତ୍ପାଦ ପାଇଛି। ବିଶେଷକରି ଆଇକଲ୍‌ ବ୍ରାଣ୍ଡର ଏକ ଫୋନ। ମୁଁ ଗତକାଲିଠାରୁ ଉତ୍ପାଦକୁ ଫେରସ୍ତ/ ବିନିମୟ କରିବାକୁ ଚେଷ୍ଟା କରୁଛି, କିନ୍ତୁ ମୁଁ ଆପଣଙ୍କଠାରୁ କୌଣସି ସମର୍ଥନ ପାଇ ନାହିଁ ।
ଉକ୍ତ ବ୍ୟକ୍ତିଙ୍କ କହିବାନୁସାରେ, ଫ୍ଲିପକାର୍ଟ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ କ୍ୟୁରିଅର୍‌ ସେବା ପ୍ରଦାନକାରୀ ଉତ୍ପାଦ ଅକ୍ଷୁର୍ଣ୍ଣ ଭାବରେ ଅର୍ଡର ବିତରଣକୁ ନିଶ୍ଚିତ କରିଛନ୍ତି। ବ୍ୟକ୍ତି ଜଣକ କମ୍ପାନୀକୁ ଅଭିଯୋଗ କରିଛନ୍ତି ଯେ ତାଙ୍କର ପ୍ରଡକ୍ଟର ଅନ-ବକ୍ସିଂ ଭିଡିଓ ଅଛି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଫେରସ୍ତ ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଛି। ଉପଭୋକ୍ତା ପୋଷ୍ଟ କରିଥିବା ଭିଡିଓରେ, ଡେଲିଭରି ଏଜେଣ୍ଟ ବାକ୍ସ ଖୋଲିବା ଏବଂ ଆଇକଲ୍‌ ଫୋନ ବାହାର କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri