ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌ ଓ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ପରିବେଶଗତ ସଙ୍କଟର ସଙ୍କେତ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାକୁ ନେଇ କଲିକତା ହାଇକୋର୍ଟ ଆଇନଜୀବୀ ଆକାଶ ଶର୍ମା ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଏକ ଲେଟର ପିଟିଶନ ପଠାଇ ତୁରନ୍ତ ଗଛକଟା ବନ୍ଦ କରିବାକୁ ଦାବି କରିଛନ୍ତି। ଏହାସହିତ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପ୍ରଧାନ ମୁଖ୍ୟ ବନସଂରକ୍ଷକ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ମୟୂରଭଞ୍ଜ ଜିଲାପାଳ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି।
ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୫ ଏକର ଜମି ଚିହ୍ନଟ କରାଯାଇ ବନ ବିଭାଗ ଅନୁମତିକ୍ରମେ ଗଛକଟା ଆରମ୍ଭ ହୋଇଛି। ରିପୋର୍ଟରେ ୧,୭୮୯ ଗଛ ଦର୍ଶାଯାଇଥିବା ବେଳେ ପାଖାପାଖି ୫ ହଜାର ଗଛକଟା ହେବା ଚିନ୍ତାଜନକ ହୋଇଛି। ଅବାଧ ଭାବେ ଗଛକଟାକୁ ନେଇ ଆଇନଜୀବୀ ଶର୍ମା ପ୍ରକଳ୍ପ ପାଇଁ ଅନୁମୋଦିତ ବୃକ୍ଷ ତୁଳନାରେ ଅଧିକ କଟାଯାଇଥିବା ନେଇ ଧରିତ୍ରୀରେ ପ୍ରକାଶିତ ସ୍ବତନ୍ତ୍ର ରିପୋର୍ଟରୁ ଜାଣିବାକୁ ପାଇଥିଲେ। ଗଛକଟାର ଫଟୋ, ଭିଡିଓ ଏବଂ ସାଟେଲାଇଟ ଚିତ୍ର ମାଧ୍ୟମରେ ତାହାକୁ ପ୍ରମାଣିତ କରିଛି। ୪୦/୫୦ବର୍ଷର ପୁରୁଣା ଗଛକୁ ଦିନରାତି ଏକକରି କାଟିବା ସହିତ ପରିବହନ କରାଯାଉଛି। ଦିନ ବଦଳରେ ରାତିରେ ତରବରିଆ ଭାବେ କାହିଁକି ଗଛ କଟାଯାଉଛି ବୋଲି ଆଇନଜୀବୀ ଶର୍ମା ଅଭିଯୋଗରେ ଦର୍ଶାଇଛନ୍ତି। ଏପରି କି ସତକୁ ଲୁଚାଇବା ପାଇଁ କଟାଯାଇଥବା ଗଛକୁ ଗୁପ୍ତରେ ନିଆଯାଉଛି। ସାଟେଲାଇଟ୍‌ ଚିତ୍ର(ଗୁଗୁଲ ଆର୍ଥ ପ୍ରୋ) ଅନୁଯାୟୀ ପ୍ରକଳ୍ପ କ୍ଷେତ୍ରଫଳ ସରକାରୀ ସ୍ତରରେ ୫ ଏକର ନୁହେଁ, ବରଂ ସମଗ୍ର ୩୬.୮୩ ଏକର ଅଞ୍ଚଳରେ ଏହା କ୍ରମାଗତ ଭାବେ ବିସ୍ତାରିତ ହେବାର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଛନ୍ତି। ଏହି ସବୁଜ ବନାନୀର ବିନାଶ ଯୋଗୁ ବାରିପଦା ସହର ଏକଦା ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଚାଷ, ଜୀବନଜୀବିକା ଓ ପରିବେଶ ପ୍ରତି କ୍ଷତି ପହଞ୍ଚତ୍ବା ଯୋଗୁ ସାଧାରଣ ଲୋକେ ଏବେ ପ୍ରମାଦ ଗଣୁଛନ୍ତି। ସେହିପରି ଗଛ କାଟିବା ଦ୍ୱାରା ଜଳବାୟୁର ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରତିରୋଧ କ୍ଷମତା ହ୍ରାସ ପାଇବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଏପରି କି ପ୍ରକଳ୍ପ ପାଇଁ କୌଣସି ଯଥାର୍ଥ ସ୍ଥାନ ଚିହ୍ନଟ ନ କରିବା, ଜନପରାମର୍ଶ ନ ନେବା, ଆବଶ୍ୟକ ଅନୁମତି ଓ ସ୍ପଷ୍ଟତା ପ୍ରକାଶ ନ କରିବା ଦୁର୍ଭାଗ୍ୟଜନକ। ସହର ସୀମା ମଧ୍ୟରେ ଏକ ସମ୍ପୂର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ପ୍ରଶାସନ କାହିଁକି ବାଛିଲା, ସେନେଇ କୌଣସି ବିଶ୍ୱସନୀୟ ବାଖ୍ୟା ପ୍ରଦାନ କରାଯାଇନାହିଁ। ଏପରି କି କ୍ଷତିପୂରଣ ବାବଦରେ ୨/୩ଗୁଣା ଚାରାରୋପଣ କରାଯିବା ଅପର୍ଯ୍ୟାପ୍ତ ହେବ। ନୂତନ ଚାରା ଲଗାଇ ବଞ୍ଚାଇବା ହାର କମ୍‌ ରହିଥିବାବେଳେ ଜୈବବିବିଧତା ହ୍ରାସ ହେବ ବୋଲି ଅଭିଯୋଗରେ ସେ ଦର୍ଶାଇଛନ୍ତି। ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଭୟଙ୍କର ବୋଲି ସୁପ୍ରିମକୋର୍ଟଙ୍କ ଏକ ଟିପ୍ପଣୀକୁ ଆଇନଜୀବୀ ଶର୍ମା ଆବେଦନରେ ଉଲ୍ଲେଖ କରିଛନ୍ତିି । ଏହାସହ ପ୍ରଶାସନର ମିଳିତ ଷଡ଼ଯନ୍ତ୍ରକୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତୁରନ୍ତ ଗଛ କାଟିବା ବନ୍ଦ କରିବା, ୩୬.୮୩ ଏକର ସବୁଜ ଅଞ୍ଚଳରେ ସ୍ଥିତି ବଜାୟ ରଖିବା, ସମସ୍ତ ଅନୁମତି ପ୍ରକାଶ କରିବା ଏବଂ ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri