ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛକଟା

ଦେଓଗାଁ,୨୯ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ଛକରୁ ଦେଷଣ୍ଡ ଭାୟା ଟିକ୍ରାପଡା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା ବହୁ ପୁରାତନ ଗଛକୁ ରାସ୍ତା ପ୍ରଶସ୍ତିକରଣ ନାଁରେ କାଟି ଦିଆଯାଉଥିବା ଦେଖିବାକୁ ମିଳିଛି। ଗତ ୧୫ ଦିନ ହେଲା ଗଛକଟା ଚାଲିଛି। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଉକ୍ତ ରାସ୍ତା ପାର୍ଶ୍ୱରେ ମହୁଲ, ଜାମୁକୋଳି, ଆମ୍ବ, ଚାର, ନିମ୍ବ ସମେତ ଅନ୍ୟାନ୍ୟ ମୂଲ୍ୟବାଦ ଗଛ ଅନେକ ବର୍ଷ ହେଲା ରହିଛି। ନିକଟବର୍ତ୍ତୀ ଗାଁର ଲୋକେ ଏହି ଗଛଗୁଡିକ ଉପରେ ନିର୍ଭର କରି ପୋଟ ପୋଷି ଆସୁଥିଲେ। ଏଣୁ ଉକ୍ତ ଅଞ୍ଚଳର ଅନେକ ପରିବାର ଏବେ ଜୀବନ ଜୀବିକା ହରାଇବା ଚିନ୍ତାରେ ଥିବା ବେଳେ ସେହି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଇଛି। ମୁଖ୍ୟତଃ ପଥିକ ମାନେ ଗ୍ରୀଷ୍ମ ଋତୁରେ ଗଛର ଛାଇରେ ବିଶ୍ରାମ ନେବା ସହ ପରିବେଶ ସନ୍ତୁଳନ ରହୁଥିଲା। ବର୍ତ୍ତମାନ ଜଙ୍ଗଲ କ୍ଷୟ ସହ ଜଳବାୟୁରେ ବିରାଟ ପରିବର୍ତ୍ତନ ଆସିଛି। ଏବେ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ମୁଖ୍ୟସଙ୍କଟ ଭାବେ ଉଭା ହେଲାଣି। ଏଣୁ ବିଭିନ୍ନ ସଂଗଠନ ସମେତ ସରକାର ମଧ୍ୟ ନୂତନ ବନୀକରଣ ଦିଗରେ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ଚାଲିଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ସରକାରୀ ତଥ୍ୟ ଓ ପ୍ରକୃତ ବନୀକରଣ ମଧ୍ୟରେ ଅନେକ ତଫାତ ପରିଲକ୍ଷିତ ହେଉଛି। କାଗଜକଲମରେ ଶହ ଶହ ହେକ୍ଟର ଜମିରେ ବନୀକରଣ ହୋଇଥିବା ଦର୍ଶାଯାଉଥିବା ବେଳେ ପ୍ରକୃତରେ ତାହା ହୋଇ ନ ଥିବାରୁ ଜଙ୍ଗଲ ବୃଦ୍ଧି ହେଉନାହିଁ। ଅନ୍ୟପକ୍ଷରେ ରାସ୍ତା ପ୍ରଶସ୍ତିକରଣ, କଳକାରଖାନା ସ୍ଥାପନ ତଥା ଅନ୍ୟାନ୍ୟ ସରକାରୀ, ବେସରକାରୀ ସଂସ୍ଥାର ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ବହୁ ପୁରାତନ ଗଛ ଗୁଡିକୁ କାଟିଦେବା ପାଇଁ ବନବିଭାଗ ଅନୁମତି ଦେଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଏସଡିଓ ସାଲହା ଟୁଡୁଙ୍କୁ ପଚାରିବାରେ ଆମ ବିଭାଗର ଡିଭିଜନ ୧ ତରଫରୁ ଓ ବନ ବିଭାଗକୁ ଅନୁମତି ମାଗିଲା ପରେ ଓଏଫଡିସି ଗଛ କାଟୁଛି ବୋଲି କହିଥିଲେ। ତେବେ ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ଗଛଗୁଡିକ କାଟି ଦିଆଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri